ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି। ହାଇକୋର୍ଟ ତାଙ୍କ ଉପରୁ ସମସ୍ତ ସ୍ଥଗିତାଦେଶ ହଟାଇବା ସହ ଏଣିକି ନିୟମିତ କୋର୍ଟରେ ହାଜର ହେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଆଦେଶକୁ ପ୍ରଦୀପ ଅବମାନନା କରିବା ସହ କୋର୍ଟରେ ହାଜର ହେଉ ନଥିବା ଅଭିଯୋଗ ହୋଇଥିଲା। ତେବେ ହାଇକୋର୍ଟ ସ୍ଥଗିତାଦେଶ ହଟାଇବା ପରେ ପ୍ରଦୀପଙ୍କ ସହ ଅନ୍ୟ ଅଭିଯୁକ୍ତମାନେ […] The post ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା appeared first on Dharitri Odia News.

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି। ହାଇକୋର୍ଟ ତାଙ୍କ ଉପରୁ ସମସ୍ତ ସ୍ଥଗିତାଦେଶ ହଟାଇବା ସହ ଏଣିକି ନିୟମିତ କୋର୍ଟରେ ହାଜର ହେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଆଦେଶକୁ ପ୍ରଦୀପ ଅବମାନନା କରିବା ସହ କୋର୍ଟରେ ହାଜର ହେଉ ନଥିବା ଅଭିଯୋଗ ହୋଇଥିଲା। ତେବେ ହାଇକୋର୍ଟ ସ୍ଥଗିତାଦେଶ ହଟାଇବା ପରେ ପ୍ରଦୀପଙ୍କ ସହ ଅନ୍ୟ ଅଭିଯୁକ୍ତମାନେ ବି କୋର୍ଟରେ ହାଜର ହେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ପ୍ରଦୀପ ପାଣିଗ୍ରାହୀ ଏବେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭାଜପାର ସାଂସଦ ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନ୍‌ରେ ଚାକିରି କରାଇ ଦେବାକୁ ବହୁ ଲୋକଙ୍କୁ ଠାରୁ ମୋଟା ଅର୍ଥରାଶି ନେଇଥିଲେ। ଏନେଇ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନ୍‌ ପକ୍ଷରୁ ଦାୟର ଅଭିଯୋଗ ଆଧାରରେ ପ୍ରଦୀପଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

The post ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା appeared first on Dharitri Odia News.