ପ୍ରଦୂଷଣମୁକ୍ତ ପରିବେଶ ଦେବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ ,୧୯ା୧୧(ପି.ଟି.): ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) ଅନ୍ତର୍ଗତ ସମସ୍ତ ରାଜ୍ୟରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ (ଜିଆର୍ଏପି) ଚତୁର୍ଥ ପର୍ଯ୍ୟାୟ ତୁରନ୍ତ ଲାଗୁ କରିବା ପାଇଁ ସୋମବାର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆର୍) ୪୫୦ରୁ ତଳକୁ ଖସିଲେ ମଧ୍ୟ ଉକ୍ତ କଟକଣା ଜାରି ରହିବ। ନିର୍ଦ୍ଦେଶନାମା ଅନୁପାଳନ ସମ୍ପର୍କରେ ସତ୍ୟପାଠ ଜରିଆରେ […] The post ପ୍ରଦୂଷଣମୁକ୍ତ ପରିବେଶ ଦେବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ ,୧୯ା୧୧(ପି.ଟି.): ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) ଅନ୍ତର୍ଗତ ସମସ୍ତ ରାଜ୍ୟରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ (ଜିଆର୍ଏପି) ଚତୁର୍ଥ ପର୍ଯ୍ୟାୟ ତୁରନ୍ତ ଲାଗୁ କରିବା ପାଇଁ ସୋମବାର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆର୍) ୪୫୦ରୁ ତଳକୁ ଖସିଲେ ମଧ୍ୟ ଉକ୍ତ କଟକଣା ଜାରି ରହିବ। ନିର୍ଦ୍ଦେଶନାମା ଅନୁପାଳନ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବା ପାଇଁ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଜିଆର୍ଏପି ୪ ପର୍ଯ୍ୟାୟ କଟକଣା ଉଲ୍ଲଂଘନ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ କହିଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଦିଲ୍ଲୀ-ଏନ୍ସିଆର୍ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ବାୟୁ ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିଲେ ମଧ୍ୟ ସରକାର ଏହାର ପ୍ରତିକାର ପାଇଁ କଠୋର ପଦକ୍ଷେପ ନେବାରେ ବିଳମ୍ବ କରିଥିବାରୁ ଜଷ୍ଟିସ୍ ଅଭୟ ଏସ୍. ଓକା ଏବଂ ଅଗଷ୍ଟାଇନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଆର୍ଏପିର ବିଭିନ୍ନ ପର୍ଯ୍ୟାୟ ଲାଗୁ କରିବାରେ ବିଳମ୍ବ କ’ଣ ପାଇଁ ହେଲା ବୋଲି ଖଣ୍ଡପୀଠ ଦିଲ୍ଲୀ ସରକାର ଏବଂ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)ଙ୍କୁ ପ୍ରଶ୍ନ କରିଛନ୍ତି। ସୋମବାରଠାରୁ ଜିଆର୍ଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥିବା ଦିଲ୍ଲୀ ସରକାରଙ୍କ ଓକିଲ କହିବାରୁ ଏକ୍ୟୁଆଇ ବିପଜ୍ଜନକ ସ୍ତରରେ ପହଞ୍ଚତ୍ବାମାତ୍ରେ ଏହା ଲାଗୁ କରାଯିବା ଆବଶ୍ୟକ ଥିଲା ବୋଲି ଖଣ୍ଡପୀଠ କହିଥିଲେ। ଏକ୍ୟୁଆଇ ୩୦୦ରୁ ୪୦୦ ମଧ୍ୟରେ ପହଞ୍ଚତ୍ବା ପରେ ଜିଆର୍ଏପିର ଚତୁର୍ଥ ପର୍ଯ୍ୟାୟ ଲାଗୁ କରାଯିବା କଥା। ପ୍ରଦୂଷଣ ରୋକିବା ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ୨୨ ତାରିଖ ସୁଦ୍ଧା ଜଣାଇବା ପାଇଁ ଖଣ୍ଡପୀଠ ଦିଲ୍ଲୀ ସରକାର ଏବଂ ଏନ୍ସିଆର୍ ରାଜ୍ୟଗୁଡ଼ିକୁ କହିଛନ୍ତି।
ବାୟୁ ପ୍ରଦୂଷଣ ରୋକିବା ପାଇଁ ଜିଆର୍ଏପି ପ୍ରଥମେ ୨୦୧୭ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିଲା। ବାୟୁ ଗୁଣବତ୍ତା ଅନୁଯାୟୀ ଏହାର ବିଭିନ୍ନ ପର୍ଯ୍ୟାୟ ଲାଗୁ କରାଯାଇଥାଏ। ଏକ୍ୟୁଆଇ ୨୦୧ରୁ ୩୦୦ ମଧ୍ୟରେ ରହିଲେ ଜିଆର୍ଏପିର ପ୍ରଥମ ପର୍ଯ୍ୟାୟ ଲାଗୁ ହେଉଥିବାବେଳେ ଏହି ସ୍ତର ୩୦୧ରୁ ୪୦୦ ରହିଲେ ଦ୍ୱିତୀୟ ପର୍ଯ୍ୟାୟ, ୪୦୧ରୁ ୪୫୦ ରହିଲେ ତୃତୀୟ ପର୍ଯ୍ୟାୟ ଏବଂ ୪୫୦ ଟପିଲେ ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥାଏ। ରବିବାର ବାୟୁମାନ ୪୫୭ରେ ପହଞ୍ଚତ୍ବା ପରେ ସୋମବାର ସକାଳ ୮ରୁ ଜିଆର୍ଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ କରିବା ପାଇଁ ସିଏକ୍ୟୁଏମ୍ ନିର୍ଦ୍ଦେଶନାମା ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ କିମ୍ବା ସ୍ବଚ୍ଛ ଇନ୍ଧନ ପରିବହନ କରୁଥିବା ଯାନକୁ ବାଦ୍ ଦେଇ ଅନ୍ୟ ସମସ୍ତ ଟ୍ରକ୍କୁ ଦିଲ୍ଲୀରେ ପ୍ରବେଶ ଅନୁମତି ଦିଆଯିବ ନାହଁ। ଦିଲ୍ଲୀ ବାହାରେ ପଞ୍ଜୀକୃତ ଅତିଜରୁରୀ ନ ଥିବା ହାଲୁକା ବ୍ୟବସାୟିକ ଯାନ ଉପରେ ମଧ୍ୟ କଟକଣା ଜାରି ହୋଇଛି। କେବଳ ବିଦ୍ୟୁତ୍, ସିଏନ୍ଜିରେ ଚାଲୁଥିବା ଗାଡ଼ି ଏବଂ ବିଏସ୍-୬ ଡିଜେଲ ଗାଡ଼ିକୁ ଅନୁମତି ମିଳିବ।
The post ପ୍ରଦୂଷଣମୁକ୍ତ ପରିବେଶ ଦେବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ appeared first on Dharitri Odia News.