ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପଛ ରହସ୍ୟ ଖୋଲିବ କି ସ୍ବାମୀ ଅଜୟଙ୍କ ଡାଏରୀ

କୁହାଯାଏ କି ସତ କେବେବି ଲୁଚି ରହେନି l ଆଜି ନହେଲେ କାଲି ରହସ୍ୟ ଭିତରେ ଥିବା ଘଟଣା ସାମ୍ନାକୁ ଆସେ ବୋଲି ସମସ୍ତେ କୁହନ୍ତି l ତେବେ ଏଠି ଆମେ ଏକଥା କାହିଁକି କହୁଛୁ ଆସନ୍ତୁ ଜାଣିବା l ଆମେ କହୁଛୁ ବହୁ ଚର୍ଚ୍ଚିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ କଥା l କ୍ୟାପିଟାଲ ହାଇସ୍କୁଲ ବିଜ୍ଞାନ ଶିକ୍ଷୟିତ୍ରୀ ଯିଏ ନାଚୁଣୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଆବସର ଗ୍ରହଣ କରିଥିଲେ […] The post ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପଛ ରହସ୍ୟ ଖୋଲିବ କି ସ୍ବାମୀ ଅଜୟଙ୍କ ଡାଏରୀ appeared first on KNews Odisha.

ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପଛ ରହସ୍ୟ ଖୋଲିବ କି ସ୍ବାମୀ ଅଜୟଙ୍କ ଡାଏରୀ

କୁହାଯାଏ କି ସତ କେବେବି ଲୁଚି ରହେନି l ଆଜି ନହେଲେ କାଲି ରହସ୍ୟ ଭିତରେ ଥିବା ଘଟଣା ସାମ୍ନାକୁ ଆସେ ବୋଲି ସମସ୍ତେ କୁହନ୍ତି l ତେବେ ଏଠି ଆମେ ଏକଥା କାହିଁକି କହୁଛୁ ଆସନ୍ତୁ ଜାଣିବା l ଆମେ କହୁଛୁ ବହୁ ଚର୍ଚ୍ଚିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ କଥା l କ୍ୟାପିଟାଲ ହାଇସ୍କୁଲ ବିଜ୍ଞାନ ଶିକ୍ଷୟିତ୍ରୀ ଯିଏ ନାଚୁଣୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଆବସର ଗ୍ରହଣ କରିଥିଲେ l ସ୍ୱାମୀ ପୂର୍ବତନ ବ୍ରହ୍ମଗିରି ବିଧାୟକ ଅଜୟ ଜେନା ଓ ପୁଅ ସହିତ ଶାସ୍ତ୍ରୀ ନଗର ଘରେ ରହୁଥିଲେ l ପୁଅ ଭଲ ପାଇ ବିବାହ କରିଥିଲେ ଉପାସନା ଷଡ଼ଙ୍ଗୀଙ୍କୁ l ତେବେ କିଛି ଦିନ ଅନ୍ତେ ପ୍ରଥମେ ଅଜୟ ଜେନାଙ୍କ ପୁଅଙ୍କର ପରଲୋକ ହେଲା l ତାପରେ ପାଳି ପଡିଲା ଅଜୟ ଜେନାଙ୍କର l ଆଉ ଶେଷରେ ଶାଶୁ ଅଶ୍ରୁକଣା ପ୍ରଧାନ ବି ଚାଲିଗଲେ l ତେବେ ଘରେ ବୋହୂ ଉପାସନା ଷଡ଼ଙ୍ଗୀଙ୍କର କିଛି କଥା ସାମ୍ନାକୁ ଆସିନଥିଲା । କାହିଁକି ନା ବଡ ଘର ଗୁମର କଥା ବାହାରକୁ ଆସି କାଳେ ପଦାରେ ପଡିଯିବ ତେଣୁ ସେଥିପାଇଁ ବୋଧହୁଏ ଘରଲୋକ ନିରବ ଥିଲେ । ତେବେ ଅଶ୍ରୁକଣାଙ୍କ ଅର୍ଦ୍ଧଦଗଧ ମୃତ ଶରୀର ଭୁବନେଶ୍ବର ସତ୍ୟନଗର ମଶାଣିରୁ ପୋଲିସ୍ ଜବତ କରିବା ପରେ ସାମନାକୁ ଆସିଲା ଅନେକ ଅଭିଯୋଗ । ଅଶ୍ରୁକଣାଙ୍କ ଭଉଣୀମାନେ ବଡ଼ ଅଭିଯୋଗ ଆଣିଥିଲେ ବୋହୁ ଉପାସନାଙ୍କ ବିରୋଧରେ । ଯାହାକୁ ଖଣ୍ଡନ କରିଥିଲେ ଉପାସନା ।

ତେବେ ପୂର୍ବତନ ବିଧାୟକ ତଥା ଉପାସନାଙ୍କ ଶ୍ବଶୁର ଅଜୟ ଜେନାଙ୍କ ଡାଏରୀ ଖୋଲିଛି ଅନେକ କଥା । ସେ ନିଜ ପ୍ରତିଦିନ ଡାଏରୀ ଲେଖି ରଖୁଥିଲେ l ଏହି ଲେଖା ଅନୁସାରେ, ଥରେ ଅଧେ ବୋହୂ ବାଡିଆ ପିଟା କରିଥିବା କଥା ମହିଳା ଥାନାରେ ଅଭିଯୋଗ ଆଣିଥିଲେ । ଏମିତିକି ଅଶ୍ରୁକଣା ପ୍ରଧାନଙ୍କ ହାତ ଲେଖା fir ବି ଅଛି । … ସେପଟେ ପୋଲିସ ମଧ୍ୟ ସ୍ୱୀକାର କରିଛି କି ଏମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା l ଏବେ ଆଉ ଗୋଟିଏ କଥା ସାମ୍ନାରେ ରଖୁଛୁ ଆମେ ଆଗରୁ କହିଥିଲୁ ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ଭଉଣୀ ଓ ଭଉଣୀ ଜ୍ୱାଇଁ ଯାଇ ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ପୋଡ଼ିବାକୁ ଦେଇ ନଥିଲେ l ଆଉ ଉପାସନା ସକାଳ ଛଅଟାରେ ଶାଶୁ ମୃତ୍ୟୁ ବରଣ କରିଥିବା କଥା ଗଣମାଧ୍ୟମ ଆଗରେ କହିଥିଲା ବେଳେ ଅବସର ପ୍ରାପ୍ତ ଡାକ୍ତରଙ୍କୁ ମଧ୍ୟ ରାତି ଗୋଟାଏ ୩୦ରେ ନିସ୍ତେଜ ହେବା କଥା କହିଥିଲେ ବୋଲି ଡାକ୍ତର କହିଥିଲେ l ଏସବୁ ଘଟଣାକୁ ବାଦ ଦେଇ ଆମେ ଆଉ ଗୋଟିଏ ତଥ୍ୟ ଆଣୁଛୁ ଆପଣମାନଙ୍କ ସମ୍ମୁଖକୁ l

ଯଦି ଅଜୟ ଜେନାଙ୍କ ହାତ ଲେଖା ଡାଏରୀ ସତ ହୋଇ ଥାଏ ତେବେ ଘଟଣା ବହୁତ ସାଙ୍ଘାତିକl ଆଉ ଏହି ଡାଏରୀ ଖୋଲିବ କି ଗୁମର କଥା ? ଡାଏରୀ ଗୋଟି ଗୋଟି କରି ପୂର୍ବତନ ବିଧାୟକ ଅଜୟ ଜେନା ଅନେକ କଥା ଲେଖିଛନ୍ତି l ବୋହୂ କେତେ ନିର୍ଯାତନା ଦେଉଥିଲେ l କେତେ ଅତ୍ୟାଚାର କରୁଥିଲେ l … ଏଭଳି ଅଭିଯୋଗ ଅଶ୍ରୁକଣାଙ୍କ ଭଉଣୀ ପୂର୍ବତନ ପ୍ରିନସିପାଲ ମୋନିକା ପ୍ରଧାନ ଓ ଭଉଣୀ ଜ୍ୱାଇଁ ଅଜୟ ନନ୍ଦୀ ମଧ୍ୟ କହୁଥିଲେ l ଅଭିଯୋଗ ପରେ ଅଶ୍ରୁକଣାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ନେଇ ପୋଲିସ୍ ପୋଷ୍ଟମର୍ଟମ କରିଥିଲା । ଏହାପରେ ଦ୍ବିତୀୟଥର ପାଇଁ ତାଙ୍କର ଶବସତ୍କାର କରାଯାଇଥିଲା । ପ୍ରଥମ ଥର ବୋହୂ ଉପାସନା ସତ୍କାର କରୁଥିବା ବେଳେ ମୃତ ଶରୀରକୁ ଜବତ କରାଯାଇଥିଲା । ଆସନ୍ତୁ ଜାଣିବା ସତ କଣ ?

The post ପ୍ରଧାନ ଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପଛ ରହସ୍ୟ ଖୋଲିବ କି ସ୍ବାମୀ ଅଜୟଙ୍କ ଡାଏରୀ appeared first on KNews Odisha.