ପ୍ରଧାନମନ୍ତ୍ରୀ ଆବାସ ପାଇଁ ମିଳିବ ଅଧିକ ଟଙ୍କା, ୧.୨୦ ଲକ୍ଷ ବଦଳରେ ମିଳିବ ଲକ୍ଷେ ୮୦ ହଜାର

ଭୁବନେଶ୍ବର: ଆଗକୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ମିଳିବ ଅଧିକ ଟଙ୍କା । ହିତାଧିକାରୀଙ୍କ ଲାଗି ମଡେଲ୍‌ ଗୃହ ନିର୍ମାଣ କରିବେ ରାଜ୍ୟ ସରକାର । ପୂର୍ବରୁ ପିଏମ ଆବାସ ପାଇଁ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଖୁବ୍‌ ଶୀଘ୍ର ଏହି ରାଶିରେ ପରିବର୍ତ୍ତନ କରାଯିବ । ଆଉ ଘର ନିର୍ମାଣ ପାଇଁ ୧ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ହଜାର ଟଙ୍କା ପାଇବେ ହିତାଧିକାରୀ । ସେହିଭଳି ଶୌଚାଳୟ ନିର୍ମାଣ ପାଇଁ ପୂର୍ବରୁ ମିଳୁଥିବା ୧୨ହଜାର ଟଙ୍କା ବଦଳରେ ୨୦ହଜାର ଟଙ୍କା ଦେବାକୁ ଯୋଜନା କରୁଛନ୍ତି ସରକାର । ପ୍ରତି ପ୍ରଧାନମନ୍ତ୍ରୀ ଆବାସକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର ।  ଯେଉଁଥିରେ ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ ସହ ଶୌଚାଳୟ ରହିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେହିଭଳି ପୂର୍ବ ସରକାର କରିଥିବା 'ମୋ ଘର' ଯୋଜନା ପ୍ରତି ଲୋକମାନେ ଆଗ୍ରହ ଦେଖାଉନଥିବାରୁ ଏହାକୁ ବନ୍ଦ କରିପାରନ୍ତି ସରକାର । ସେପଟେ ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ସ୍ବାଗତ କରିଥିଲେ ବି ବୁଲେଇ ବଙ୍କେଇ ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି ଓ କଂଗ୍ରେସ ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ ରାଶି ବଢ଼ାଇବାର ଆବଶ୍ୟକତା ଥିଲା । କାରଣ ସବୁ ଦରଦାମ୍‌ ବଢ଼ିଲାଣି । ତେଣୁ ଏତିକି ଟଙ୍କାରେ ଘର ଖଣ୍ଡେ ନିର୍ମାଣ କରିବା ହିତାଧିକାରୀଙ୍କ ଲାଗି ସମ୍ଭବପର ହେଉନାହିଁ । ତେବେ ରାଜ୍ୟ ସରକାର

ପ୍ରଧାନମନ୍ତ୍ରୀ ଆବାସ ପାଇଁ ମିଳିବ ଅଧିକ ଟଙ୍କା, ୧.୨୦ ଲକ୍ଷ ବଦଳରେ ମିଳିବ ଲକ୍ଷେ ୮୦ ହଜାର

ଭୁବନେଶ୍ବର: ଆଗକୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ମିଳିବ ଅଧିକ ଟଙ୍କା । ହିତାଧିକାରୀଙ୍କ ଲାଗି ମଡେଲ୍‌ ଗୃହ ନିର୍ମାଣ କରିବେ ରାଜ୍ୟ ସରକାର । ପୂର୍ବରୁ ପିଏମ ଆବାସ ପାଇଁ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଖୁବ୍‌ ଶୀଘ୍ର ଏହି ରାଶିରେ ପରିବର୍ତ୍ତନ କରାଯିବ । ଆଉ ଘର ନିର୍ମାଣ ପାଇଁ ୧ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ହଜାର ଟଙ୍କା ପାଇବେ ହିତାଧିକାରୀ । 

ସେହିଭଳି ଶୌଚାଳୟ ନିର୍ମାଣ ପାଇଁ ପୂର୍ବରୁ ମିଳୁଥିବା ୧୨ହଜାର ଟଙ୍କା ବଦଳରେ ୨୦ହଜାର ଟଙ୍କା ଦେବାକୁ ଯୋଜନା କରୁଛନ୍ତି ସରକାର । ପ୍ରତି ପ୍ରଧାନମନ୍ତ୍ରୀ ଆବାସକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର ।  ଯେଉଁଥିରେ ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ ସହ ଶୌଚାଳୟ ରହିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେହିଭଳି ପୂର୍ବ ସରକାର କରିଥିବା 'ମୋ ଘର' ଯୋଜନା ପ୍ରତି ଲୋକମାନେ ଆଗ୍ରହ ଦେଖାଉନଥିବାରୁ ଏହାକୁ ବନ୍ଦ କରିପାରନ୍ତି ସରକାର । 

ସେପଟେ ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ସ୍ବାଗତ କରିଥିଲେ ବି ବୁଲେଇ ବଙ୍କେଇ ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି ଓ କଂଗ୍ରେସ ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ ରାଶି ବଢ଼ାଇବାର ଆବଶ୍ୟକତା ଥିଲା । କାରଣ ସବୁ ଦରଦାମ୍‌ ବଢ଼ିଲାଣି । ତେଣୁ ଏତିକି ଟଙ୍କାରେ ଘର ଖଣ୍ଡେ ନିର୍ମାଣ କରିବା ହିତାଧିକାରୀଙ୍କ ଲାଗି ସମ୍ଭବପର ହେଉନାହିଁ । ତେବେ ରାଜ୍ୟ ସରକାର କେବଳ ଘୋଷଣା ନକରି କାର୍ଯ୍ୟରେ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିରୋଧୀ । 

ତେବେ ଆଗାମୀ ଦିନରେ ଓଡ଼ିଶାରେ ୧୫ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବେ ରାଜ୍ୟ ସରକାର । ଦରକାର ପଡ଼ିଲେ ଯୋଗ୍ୟ ହିତାଧିକାରୀଙ୍କୁ  ଆହୁରି ଅଧିକ ଘର ଦେବାକୁ ସରକାର ଯୋଜନା କରିଛନ୍ତି ।