ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର
ମାଲକାନଗିରି/ଖଇରପୁଟ, ୨୧।୧୨ (ଦୁର୍ଯ୍ୟୋଧନ ପାତ୍ର/ ଜଗନ୍ନାଥ ମାଝୀ): ବଣ୍ଡା ଜନଜାତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର ମାଲକାନଗିିରି ଗସ୍ତରେ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ସମସ୍ତ ବଣ୍ଡା ମହିଳା ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା ଟଙ୍କା ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସୂଚନାନୁଯାୟୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ମାଲକାନଗିରି ଜିଲା ଗସ୍ତରେ ଆସିଛନ୍ତି। ମେଘୁଆ ପାଗ ହେତୁ ସେ ହେଲିକପ୍ଟରରେ ନ […] The post ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର appeared first on Dharitri Odia News.
ମାଲକାନଗିରି/ଖଇରପୁଟ, ୨୧।୧୨ (ଦୁର୍ଯ୍ୟୋଧନ ପାତ୍ର/ ଜଗନ୍ନାଥ ମାଝୀ): ବଣ୍ଡା ଜନଜାତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର ମାଲକାନଗିିରି ଗସ୍ତରେ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ସମସ୍ତ ବଣ୍ଡା ମହିଳା ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା ଟଙ୍କା ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ସୂଚନାନୁଯାୟୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ମାଲକାନଗିରି ଜିଲା ଗସ୍ତରେ ଆସିଛନ୍ତି। ମେଘୁଆ ପାଗ ହେତୁ ସେ ହେଲିକପ୍ଟରରେ ନ ଆସି ଜୟପୁରରୁ ଏକ ସ୍ବତନ୍ତ୍ର କାର୍ରେ ସିଧାସଳଖ ବଣ୍ଡାଘାଟିରେ ପହଞ୍ଚତ୍ଥିଲେ। ଖଇରପୁଟ ବ୍ଲକ ମୁଦୁଲିପଡ଼ାରେ ପହଞ୍ଚତ୍ବା ପରେ ବଣ୍ଡା ଜନଜାତି ସମ୍ପ୍ରଦାୟ ଲୋକେ ପାରମ୍ପରିକ ବେଶଭୂଷାରେ ନୃତ୍ୟର ତାଳେତାଳେ ତାଙ୍କୁ ସ୍ବାଗତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ ଆଭୂଷଣ ପରିଧାନ କରିଥିଲେ। ବଣ୍ଡାଘାଟିରେ ଥିବା ସୀତାକୁଣ୍ଡ, ବିଦ୍ୟାଳୟ, ପର୍ଯ୍ୟଟନ ସ୍ଥଳୀ, ବଣ୍ଡା ଗ୍ରାମ ପରିଦର୍ଶନ କରିବାସହ ମହିଳାଙ୍କଠାରୁ ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ତିନୋଟି ପର୍ଯ୍ୟାୟରେ ମହିଳାଙ୍କୁ ଟଙ୍କା ମିଳିଛି। ବଣ୍ଡା ମହିଳାମାନେ କିନ୍ତୁ ଏହି ସୁବିଧାରୁ ବଞ୍ଚତ୍ତ ଥିବାନେଇ ଖବର ପ୍ରକାଶ ପାଇଥିଲା। ଏହାର କାରଣ ସମ୍ପର୍କରେ ସେ ପଚାରି ବୁଝିଥିଲେ। ସମସ୍ତ ବଣ୍ଡା ମହିଳା ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଚତୁର୍ଥ ପର୍ଯ୍ୟାୟରେ ସେମାନଙ୍କ ଟଙ୍କା ନିଶ୍ଚୟ ମିଳିବ ବୋଲି ସେ କହିଥିଲେ। ଏହାପରେ ବଣ୍ଡା ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ। ସେଠାରୁ ବଣ୍ଡାଘାଟିସ୍ଥିତ ପ୍ରସିଦ୍ଧ ସୀତାକୁଣ୍ଡ ପରିଦର୍ଶନ କରିବାକୁ ଯାଇଥିଲେ। ମା ସୀତା ଓ ଶ୍ରୀରାମ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ସୀତାକୁଣ୍ଡର ସାମଗ୍ରିକ ବିକାଶ ହେବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ୍ପି ବିବେକାନନ୍ଦ ଶର୍ମା, ଖଇରପୁଟ ବିଡିଓ, ବଣ୍ଡା ଉନ୍ନୟନ ଅଧିକାରୀ, ଭାଜପା କର୍ମୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
The post ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର appeared first on Dharitri Odia News.