ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମମତା

ଏଥର ନିର୍ବାଚନରେ ୪୦୦ ପାର୍‌ ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି। ତେଣୁ ସମସ୍ତ ଶ୍ରେୟ ହରାଇଥିବା ମୋଦି ଇସ୍ତଫା ଦିଅନ୍ତୁ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସରକାର ଗଢ଼ିବା ପାଇଁ ଏବେ ମୋଦିଙ୍କୁ ଟିଡିପିର ଶରଣ ନେବାକୁ ହେବ। ଭାଜପା ଆଉ ମନଇଚ୍ଛା ଆଇନ ଗୃହୀତ କରାଇବାକୁ ସମର୍ଥ ହେବ ନାହିଁ। ନିର୍ବାଚନ […] The post ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମମତା appeared first on Dharitri Odia News.

ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମମତା

ଏଥର ନିର୍ବାଚନରେ ୪୦୦ ପାର୍‌ ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି। ତେଣୁ ସମସ୍ତ ଶ୍ରେୟ ହରାଇଥିବା ମୋଦି ଇସ୍ତଫା ଦିଅନ୍ତୁ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସରକାର ଗଢ଼ିବା ପାଇଁ ଏବେ ମୋଦିଙ୍କୁ ଟିଡିପିର ଶରଣ ନେବାକୁ ହେବ। ଭାଜପା ଆଉ ମନଇଚ୍ଛା ଆଇନ ଗୃହୀତ କରାଇବାକୁ ସମର୍ଥ ହେବ ନାହିଁ। ନିର୍ବାଚନ ଫଳାଫଳ ଜନସାଧାରଣଙ୍କ ବିଜୟ ବୋଲି ମମତା କହିଛନ୍ତି। ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟର ସଫଳତା ପାଇଁ ସେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ରାହୁଲ ଗାନ୍ଧୀ, ଉଦ୍ଧବ ଠାକ୍‌ରେ ଏବଂ ଶରଦ ପାଓ୍ବାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

The post ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମମତା appeared first on Dharitri Odia News.