ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ, ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର : ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ସମେତ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଆଜି ଗଣମାଧ୍ୟମରେ ବଜେଟ୍‌ ନେଇ ନିଜ ପ୍ରତିକ୍ରିୟା ରଖି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି । ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ ଓଡ଼ିଶା । ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି […]

ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ, ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି : ପ୍ରସନ୍ନ ଆଚାର୍ଯ୍ୟ
Prasanna Acharya's reaction to the budget

ଭୁବନେଶ୍ବର : ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ସମେତ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଆଜି ଗଣମାଧ୍ୟମରେ ବଜେଟ୍‌ ନେଇ ନିଜ ପ୍ରତିକ୍ରିୟା ରଖି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି । ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ ଓଡ଼ିଶା । ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଦେଇ ଓଡ଼ିଶାକୁ ଅବହେଳା କରାଯାଇଛି।

ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଦେଇ ଓଡ଼ିଶାକୁ ଅବହେଳା କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ କଣ ଓଡ଼ିଶା ଅଧିକ ପାଇଛି କି? ଏହା ଓଡ଼ିଶା ପ୍ରତି ଅନ୍ୟାୟ। ବଜେଟ ଖସଡ଼ାରେ ଓଡ଼ିଶା ପାଇଁ କିଛି ମିଳିନି। ବିହାର, ଆନ୍ଧ୍ର ପାଇଁ ମିଳିଗଲା।  ଓଡ଼ିଶା ପାଇଁ ଏତେ ବୈମାତୃକ ମନୋଭାବ କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ।

ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାରେ ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇଟି ବଡ଼ ସମାରୋହ କରାଗଲା। ପ୍ରବାସୀ ଭାରତୀୟ ସମ୍ମିଳନୀ ଏବଂ ଡିଜିପି ସମ୍ମିଳନୀ। ଦୁଇ ସମାରୋହରେ ଓଡ଼ିଶା କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କଲା। କିନ୍ତୁ ଓଡ଼ିଶା ପାଇଲା କଣ? ବଜେଟରେ ଅନ୍ୟ ରାଜ୍ୟକୁ ଗୁରୁତ୍ବ ମିଳିଲା, ହେଲେ ଓଡ଼ିଶା ପୁଣି ଅବହେଳାର ଶିକାର ହେଲା।

ସେହିପରି ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ ପ୍ରସଙ୍ଗକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଖୁସି କଥା ଯେ ମଧ୍ୟବିତ୍ତ ଓ ସରକାରୀ ଚାକିରୀଆ ଟ୍ୟାକ୍ସ ଦେବେନି। କିନ୍ତୁ ଏଠି ପ୍ରଶ୍ନ ଯେ ଭାରତର କେତେ ଜଣ ବର୍ଷିକ ୧୨ ଲକ୍ଷ ଆୟ କରନ୍ତି? ଯାହା ସର୍ଭେ କହୁଛି ଭାରତରେ ବହୁ କମ୍‌ ଲୋକ ବର୍ଷିକ ୧୨ ଲକ୍ଷ ଆୟ କରନ୍ତି। ଏଠି ଲୋକଙ୍କ ବାର୍ଷିକ ଆୟ ୩ ଲକ୍ଷ ଟପୁନି।