ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାତି ଅଧିଆ ମାରାଥନ ବୈଠକ, ୧୦୦ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେଲା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତି ଅଧିଆ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ବିଜେପି ୧୦୦ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। କିଛି ଦିନ ମଧ୍ୟରେ ଏହି ୧୦୦ ପ୍ରାର୍ଥୀଙ୍କ ନାଁ ଥିବା ଏକ ତାଲିକା ଘୋଷଣା ହେବ। ତାଲିକାରେ ହାଇ ପ୍ରୋଫାଇଲ ପ୍ରାର୍ଥୀଙ୍କ ନାଁ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧିନଗରରୁ […]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତି ଅଧିଆ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ବିଜେପି ୧୦୦ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। କିଛି ଦିନ ମଧ୍ୟରେ ଏହି ୧୦୦ ପ୍ରାର୍ଥୀଙ୍କ ନାଁ ଥିବା ଏକ ତାଲିକା ଘୋଷଣା ହେବ। ତାଲିକାରେ ହାଇ ପ୍ରୋଫାଇଲ ପ୍ରାର୍ଥୀଙ୍କ ନାଁ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧିନଗରରୁ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବେ। ଗତକାଲି ରାତିରେ ହୋଇଥିବା ବୈଠକରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଆସାମ, କେରଳ ଏବଂ ତେଲେଙ୍ଗାନା ଉପରେ ଫୋକସ୍ କରାଯାଇଛି। ମିଳିଥିବା ସୂଚନାନୁଯାୟୀ କିଛି କେନ୍ଦ୍ର ମନ୍ତ୍ରୀ ତଥା ଯେଉଁମାନେ ରାଜ୍ୟସଭା ସାଂସଦ ଥିଲେ ସେମାନେ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ଏମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ନିର୍ମଳା ସୀତାରମଣ, ସର୍ବାନନ୍ଦ ସୋନୱାଲ , ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଭି ମୁରଲିଧରନ। ବିଜେପି ମଧ୍ୟ ଅନେକ ନୂଆ ମୁହଁକୁ ସୁଯୋଗ ଦେବ। ଅନେକ ମହିଳାଙ୍କୁ ବି ବିଜେପି ଟିକେଟ ଦେବ। ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଘଣ୍ଟାର ଏକ ସିଇସି ବୈଠକ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ମୋଦୀ ଏହି ବୈଠକ କରିଥିଲେ। ରାତି ୧୦.୩୦ ସମୟରେ ବୈଠକ ଆରମ୍ଭ ହୋଇଥିଲା ଏବଂ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ମଧ୍ୟ ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜେପି ନଡ୍ଡା ଦୁର୍ବଳ ଆସନ ଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଆଗାମୀ ନିର୍ବାଚନରେ ଦଳ ପାଇଁ ଯେଉଁ ଆସନ ଗୁଡ଼ିକ ଚ୍ୟାଲେଂଜ ସୃଷ୍ଟି କରିବ ସେହି ଆସନ ଗୁଡ଼ିକ ଉପରେ ସ୍ବତନ୍ତ୍ର ଭାବେ ଫୋକସ୍ କରାଯାଇଛି।