ପ୍ରଧାନମନ୍ତ୍ରୀ ମୋଦି ଓ କେଜରିୱାଲ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ: ଖଡଗେ
ବୁରାଡି ୨୯।୧: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ବର୍ଷିଛନ୍ତି ଓ କହିଛନ୍ତି ଦୁଇ ଜଣ ‘ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ’ ଓ ‘ମିଛୁଆଙ୍କ ସର୍ଦ୍ଦାର’। ଖଡଗେ ଦିଲ୍ଲୀ ବୁରାଡୀର ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ଓ ଆମ ଆଦମୀ ପାର୍ଟି ମିଶିକରି ଦିଲ୍ଲୀ ଓ ଦେଶରୁ କଂଗ୍ରେସକୁ ହଟାଇଥିଲେ, ହେଲେ ଦିଲ୍ଲୀ ଅଥବା ଦେଶ ପାଇଁ ଏପର୍ଯ୍ୟନ୍ତ କିଛି କରି ନାହାନ୍ତି। କଂଗ୍ରେସ ନେତା କଥିତ ମଦ ଦୁର୍ନୀତିର ଉଦାହରଣ ମଧ୍ୟ ଦେଇଛନ୍ତି। କହିଛନ୍ତି ଯଦି ସବୁ ଠିକଠାକ ଥିଲା ତେବେ କେଜରିୱାଲ ଜେଲ କାହିଁକି ଯାଇଥିଲେ? ମୋଦି ଓ କେଜରିୱାଲ ହରିଶ୍ଚନ୍ଦ୍ରଙ୍କ ଦୁଇ ପୁଅ ମିଶି ଆମକୁ କ୍ଷମତାରୁ ହଟାଇଥିଲେ। ତେବେ ତା ପରେ ଦେଶ କି ରାଜ୍ୟ ପାଇଁ ଉଭୟ ଦଳ କିଛି ବି କରି ନାହାନ୍ତି। ଖଡଗେ କହିଛନ୍ତି ଯେ ବିଜେପିର ଲୋକେ କହୁଛନ୍ତି ଦେଶକୁ ସ୍ୱାଧୀନତା ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମିଳିଲା। ୧୫ ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନ ହୋଇଥିଲା ତାହା ସେମାନେ ମାନିବାକୁ ରାଜି ନୁହନ୍ତି। BJP और AAP एक ही सिक्के के दो पहलू हैं !जो भी कांग्रेस की सरकारों ने बनाया, भाजपा उसे बेच रही है।और AAP तो ऐसी बोलती है जैसे वो स्वर्ग से उतरें हैं।वो कहते हैं सब हमारा ठीक है।भई ठीक है तो जेल
ବୁରାଡି ୨୯।୧: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ବର୍ଷିଛନ୍ତି ଓ କହିଛନ୍ତି ଦୁଇ ଜଣ ‘ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ’ ଓ ‘ମିଛୁଆଙ୍କ ସର୍ଦ୍ଦାର’। ଖଡଗେ ଦିଲ୍ଲୀ ବୁରାଡୀର ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ଓ ଆମ ଆଦମୀ ପାର୍ଟି ମିଶିକରି ଦିଲ୍ଲୀ ଓ ଦେଶରୁ କଂଗ୍ରେସକୁ ହଟାଇଥିଲେ, ହେଲେ ଦିଲ୍ଲୀ ଅଥବା ଦେଶ ପାଇଁ ଏପର୍ଯ୍ୟନ୍ତ କିଛି କରି ନାହାନ୍ତି।
କଂଗ୍ରେସ ନେତା କଥିତ ମଦ ଦୁର୍ନୀତିର ଉଦାହରଣ ମଧ୍ୟ ଦେଇଛନ୍ତି। କହିଛନ୍ତି ଯଦି ସବୁ ଠିକଠାକ ଥିଲା ତେବେ କେଜରିୱାଲ ଜେଲ କାହିଁକି ଯାଇଥିଲେ? ମୋଦି ଓ କେଜରିୱାଲ ହରିଶ୍ଚନ୍ଦ୍ରଙ୍କ ଦୁଇ ପୁଅ ମିଶି ଆମକୁ କ୍ଷମତାରୁ ହଟାଇଥିଲେ। ତେବେ ତା ପରେ ଦେଶ କି ରାଜ୍ୟ ପାଇଁ ଉଭୟ ଦଳ କିଛି ବି କରି ନାହାନ୍ତି। ଖଡଗେ କହିଛନ୍ତି ଯେ ବିଜେପିର ଲୋକେ କହୁଛନ୍ତି ଦେଶକୁ ସ୍ୱାଧୀନତା ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମିଳିଲା। ୧୫ ଅଗଷ୍ଟ ୧୯୪୭ରେ ଦେଶ ସ୍ୱାଧୀନ ହୋଇଥିଲା ତାହା ସେମାନେ ମାନିବାକୁ ରାଜି ନୁହନ୍ତି।
BJP और AAP एक ही सिक्के के दो पहलू हैं !
जो भी कांग्रेस की सरकारों ने बनाया, भाजपा उसे बेच रही है।
और AAP तो ऐसी बोलती है जैसे वो स्वर्ग से उतरें हैं।
वो कहते हैं सब हमारा ठीक है।
भई ठीक है तो जेल में क्यों गए?
ठीक है तो Excise घोटाले में क्यों पकड़े गए?
आप दोनों… pic.twitter.com/0KxyCPaDBe— Mallikarjun Kharge (@kharge) January 29, 2025
ଖଡଗେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଏକ ବୟାନର ଉଦାହରଣ ଦେଇ କହିଛନ୍ତି ଯେ ବିଜେପି ଓ ଆପ ଯୋଗୁ ଦେଶକୁ ସ୍ୱାଧୀନତା ମିଳି ନାହିଁ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲୋକେ ଏଥି ପାଇଁ ବଳିଦାନ ଦେଇଥିଲେ। ତେବେ ଯାଇ ଦେଶକୁ ଇଂରେଜଙ୍କ ଠାରୁ ସ୍ୱାଧୀନ କରାଯାଇ ପାରିଥିଲା। ଖଡଗେ କହିଛନ୍ତି ଯେ ମୋଦି ଓ କେଜରିୱାଲ ଦୁଇ ଭାଇ। ସେମାନେ ମିଶି ଦିଲ୍ଲୀରେ ଆନ୍ନା ହଜାରେଙ୍କ ଆନ୍ଦୋଳନକୁ ସଞ୍ଚାଳିତ କରିଥିଲେ। ସେମାନେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଏପଟୁ ଦେଖିଲେ ମୋଦିଙ୍କୁ ସେପଟୁ ଦେଖିଲେ କେଜରିୱାଲଙ୍କୁ ଦେଖିବେ।
ଖଡଗେ କହିଛନ୍ତି ଯେ ‘ସବକେ ସାଥ ସବକେ ବିକାଶ’ର କଥା କହୁଥିବା ଲୋକେ ସମସ୍ତଙ୍କ ‘ସତ୍ୟାନାସ’ କରିସାରିଲେଣି। ଏଥିରେ ସେ ଯମୁନାର ସ୍ୱଚ୍ଛତା ପ୍ରସଙ୍ଗ ଉଠାଇ କହିଛନ୍ତି ଯେ କେଜରିୱାଲ କହୁଛନ୍ତି ଯେ ଯମୁନାରେ ବିଷ ମିଶେଇ ପାଣି ପଠାଯାଉଛି। ବିଜେପି କହୁଛି ଯେ କେଜରିୱାଲ ମିଛ କହୁଛନ୍ତି। ତେବେ ଦୁଇଜଣଙ୍କ ମଧ୍ୟରୁ ସତ କହୁଛ କିଏ ତାହା ତ କୁହ। ଉଭୟ ମିଛୁଆଙ୍କ ସର୍ଦ୍ଦାର। ଏମାନଙ୍କ କାମ କେବଳ ଭାଷଣ ଦେବା କାମ କରିବା ନୁହେଁ ବୋଲି କହିଛନ୍ତି ଖଡଗେ।