ପ୍ରଧାନମନ୍ତ୍ରୀ ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଦେଶକୁ ସମ୍ବୋଧନ କରିବେ

ନୂଆଦିଲ୍ଲୀ,୨୪।୪: ବିହାରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ଦେଶକୁ ସମ୍ବୋଧନ କରିବେ। ଏହି ଆକ୍ରମଣରେ ୨୬ ଜଣଙ୍କର ଜୀବନ ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ବିହାରର ମଧୁବାନୀରେ ପହଞ୍ଚି ଦେଶର ପଞ୍ଚାୟତୀ ରାଜ ଅନୁଷ୍ଠାନ (ପିଆରଆଇ) ଏବଂ ଗ୍ରାମ ସଭାଗୁଡ଼ିକୁ ସମ୍ବୋଧନ କରିବାକୁ ଯାଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ସେ ପ୍ରାୟ ୧୩,୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଓ କଲ୍ୟାଣମୂଳକ […] The post ପ୍ରଧାନମନ୍ତ୍ରୀ ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଦେଶକୁ ସମ୍ବୋଧନ କରିବେ appeared first on Dharitri Odia News.

ପ୍ରଧାନମନ୍ତ୍ରୀ ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଦେଶକୁ ସମ୍ବୋଧନ କରିବେ

ନୂଆଦିଲ୍ଲୀ,୨୪।୪: ବିହାରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ଦେଶକୁ ସମ୍ବୋଧନ କରିବେ। ଏହି ଆକ୍ରମଣରେ ୨୬ ଜଣଙ୍କର ଜୀବନ ଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ବିହାରର ମଧୁବାନୀରେ ପହଞ୍ଚି ଦେଶର ପଞ୍ଚାୟତୀ ରାଜ ଅନୁଷ୍ଠାନ (ପିଆରଆଇ) ଏବଂ ଗ୍ରାମ ସଭାଗୁଡ଼ିକୁ ସମ୍ବୋଧନ କରିବାକୁ ଯାଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ସେ ପ୍ରାୟ ୧୩,୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଓ କଲ୍ୟାଣମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ।

ପହଲଗାମରେ ନିରୀହ ଲୋକଙ୍କ ହତ୍ୟା ନେଇ ଦେଶବ୍ୟାପୀ ଆକ୍ରୋଶ ମଧ୍ୟରେ, ମନ୍ତ୍ରୀମଣ୍ଡଳୀର ସୁରକ୍ଷା କମିଟି ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି, ଏବଂ ଅଟାରୀରେ ଥିବା ଇଣ୍ଟିଗ୍ରେଟେଡ ଚେକ୍ ପୋଷ୍ଟ ବନ୍ଦ କରାଯାଇଛି।

ଭାରତ ଏହା ମଧ୍ୟ ଘୋଷଣା କରିଛି ଯେ ପାକିସ୍ତାନୀ ନାଗରିକମାନଙ୍କୁ ସାର୍କ ଭିସା ଛାଡ଼ ଯୋଜନା ଅଧୀନରେ ଭାରତ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ, ଏବଂ ପାକିସ୍ତାନୀ ହାଇ କମିଶନରେ ଥିବା ପ୍ରତିରକ୍ଷା ଉପଦେଷ୍ଟାମାନଙ୍କୁ ପର୍ସୋନା ନନ୍ ଗ୍ରାଟା ଘୋଷଣା କରାଯାଇଛି। ହାଇ କମିଶନର ମୋଟ ଶକ୍ତିକୁ ମଧ୍ୟ ୫୫ରୁ ୩୦କୁ ମେ ୧ ସୁଦ୍ଧା ହ୍ରାସ କରାଯିବ।

The post ପ୍ରଧାନମନ୍ତ୍ରୀ ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଦେଶକୁ ସମ୍ବୋଧନ କରିବେ appeared first on Dharitri Odia News.