ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୧୧।୬: ନେରେନ୍ଦ୍ର ମୋଦି ଲଗାତାର ତୃତୀୟବାର ପ୍ରଧାନମନ୍ତ୍ରୀ ହୋଇ ଦେଶର ରାଜନୀତିରେ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି। ମୋଦିଙ୍କ ଏହି ଐତିହାସିକ ବିଜୟରେ ଆମେରିକାର ଉଦ୍ୟୋଗପତି ଏଲନ ମସ୍କ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ ‘ତାଙ୍କ କମ୍ପାନୀ ଦ୍ୱାରା ଭାରତରେ ‘ରୋମାଞ୍ଚକ’ କାର୍ଯ୍ୟ କରାଯିବା ନେଇ ସେ ଉତ୍ସାହିତ ଅଛନ୍ତି’। ମସ୍କ ଗତ ୭ ତାରିଖ ଦିନ ଏକ୍ସରେ ଏହି ପୋଷ୍ଟ କରିଥିଲେ, ଯାହାର ପ୍ରଧାନମନ୍ତ୍ରୀ ମଧ୍ୟ ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମସ୍କଙ୍କ  ଏକ୍ସ ପୋଷ୍ଟ ଜବାବରେ ଲେଖିଛନ୍ତି ଯେ ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ। ଭାରତର ପ୍ରତିଭାଶାଳୀ ଯୁବବର୍ଗ, ଦେଶର ଜନସଂଖ୍ୟା, ପୂର୍ବରୁ ସ୍ଥିରିକୃତ ନୀତି ଓ ସର୍ବୋପରି ସ୍ଥିର ଗଣତନ୍ତ୍ର ରାଜନୀତି ଏହାର ସବୁ ଭାଗିଦାରଙ୍କ ନିମନ୍ତେ ବ୍ୟବସାୟୀକ ପରିବେଶ ପ୍ରଦାନ କରୁଥିବ। ତେବେ ଇଲେକ୍ଟ୍ରିକ କାର ମେନୁଫେକ୍ଚରର ଟେସ୍ଲା ତଥା ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ‘ଏକ୍ସ’ର ସିଇଓ ଏହା ପୂର୍ବରୁ ଏପ୍ରିଲରେ ତାଙ୍କ ଭାରତଗସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ। Congratulations @narendramodi on your victory in the world’s largest democratic elections! Looking forward to my companies doing exciting work in India.— Elon Musk (@elonmusk) June 7, 2024ଟେ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୧୧।୬: ନେରେନ୍ଦ୍ର ମୋଦି ଲଗାତାର ତୃତୀୟବାର ପ୍ରଧାନମନ୍ତ୍ରୀ ହୋଇ ଦେଶର ରାଜନୀତିରେ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି। ମୋଦିଙ୍କ ଏହି ଐତିହାସିକ ବିଜୟରେ ଆମେରିକାର ଉଦ୍ୟୋଗପତି ଏଲନ ମସ୍କ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ ‘ତାଙ୍କ କମ୍ପାନୀ ଦ୍ୱାରା ଭାରତରେ ‘ରୋମାଞ୍ଚକ’ କାର୍ଯ୍ୟ କରାଯିବା ନେଇ ସେ ଉତ୍ସାହିତ ଅଛନ୍ତି’। ମସ୍କ ଗତ ୭ ତାରିଖ ଦିନ ଏକ୍ସରେ ଏହି ପୋଷ୍ଟ କରିଥିଲେ, ଯାହାର ପ୍ରଧାନମନ୍ତ୍ରୀ ମଧ୍ୟ ଜବାବ ରଖିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦି ମସ୍କଙ୍କ  ଏକ୍ସ ପୋଷ୍ଟ ଜବାବରେ ଲେଖିଛନ୍ତି ଯେ ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ। ଭାରତର ପ୍ରତିଭାଶାଳୀ ଯୁବବର୍ଗ, ଦେଶର ଜନସଂଖ୍ୟା, ପୂର୍ବରୁ ସ୍ଥିରିକୃତ ନୀତି ଓ ସର୍ବୋପରି ସ୍ଥିର ଗଣତନ୍ତ୍ର ରାଜନୀତି ଏହାର ସବୁ ଭାଗିଦାରଙ୍କ ନିମନ୍ତେ ବ୍ୟବସାୟୀକ ପରିବେଶ ପ୍ରଦାନ କରୁଥିବ। ତେବେ ଇଲେକ୍ଟ୍ରିକ କାର ମେନୁଫେକ୍ଚରର ଟେସ୍ଲା ତଥା ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ‘ଏକ୍ସ’ର ସିଇଓ ଏହା ପୂର୍ବରୁ ଏପ୍ରିଲରେ ତାଙ୍କ ଭାରତଗସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ। 


ଟେସ୍ଲା ସମ୍ପର୍କିତ ଦାୟିତ୍ୱ ଲାଗି ମସ୍କ ତାଙ୍କ ପ୍ରସ୍ତାବିତ ଭାରତ ଯାତ୍ରା ସ୍ଥଗିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମସ୍କଙ୍କ ଯୋଜନା ଏହି ବର୍ଷ ଭାରତ ଆସିବେ। ଏହା ପୂର୍ବରୁ ମସ୍କ ଗତବର୍ଷ ଜୁନ ମାସରେ ମୋଦିଙ୍କ ଆମେରିକା ଗସ୍ତ କାଳରେ ତାଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା କାଳରେ ମସ୍କ ତାଙ୍କର ବୈଦୁତିକ କାର ଟେସ୍ଲା ଖୁବ୍ ଶୀଘ୍ର ଭାରତକୁ ପ୍ରବେଶ କରିବାକୁ ଯାଉଥିବା ନେଇ ସୂଚନା ଦେଇଥିଲେ।