ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଇଲରେ ଶରଧାବାଲିରେ ଶହେ ଦିନର ରିପୋର୍ଟ କାର୍ଡ ରଖିଲେ ମୋହନ ସରକାର
ମୋହନ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ଆସନ୍ତାକାଲିଠୁ ଜିଲ୍ଲାସ୍ତରରେ ମଧ୍ୟ ଦଳ ଏହି ଉତ୍ସବ ପାଳନ କରିବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଇଲରେ ଶରଧାବାଲିରେ ଶହେ ଦିନର ରିପୋର୍ଟ କାର୍ଡ ରଖିଲେ ମୋହନ ସରକାର । କେତେ ପ୍ରତିଶ୍ରୁତି ପୂରଣ କରିଛି ବିଜେପି ସରକାର ତାର ତାଲିକା ରଖିଲେ, ଆଉ ୫ ବର୍ଷର ରୋଡ୍ ମ୍ୟାପ୍ ଦେଖାଇଲେ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସଂକଳ୍ପ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ଆସନ୍ତାକାଲିଠୁ ଜିଲ୍ଲାସ୍ତରରେ ମଧ୍ୟ ଦଳ ଏହି ଉତ୍ସବ ପାଳନ କରିବ।