ପ୍ରଧାନମନ୍ତ୍ରୀଙ୍କ ପାଖରେ ବହୁ ସଂସ୍ଥା ଅଛି, ସେ ଖୋଜନ୍ତୁ ରତ୍ନଭଣ୍ଡାର ଚାବି: ଭିକେ ପାଣ୍ଡିଆନ

ଭୁବନେଶ୍ଵର: ୨୦୨୪ ନିର୍ବାଚନରେ ଓଡିଶାରେ ରତ୍ନଭଣ୍ଡାର ଚାବି ହଜିବା ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏହାକୁ ନେଇ ବିଜେପିର ନେତାମାନେ ବିଜେଡି ସରକାରକୁ ଘେରିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ, ଏମିତିକି  ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଚାର ମଞ୍ଚରୁ  ବିଜେଡି ସରକାର ଉପରେ ଶାଣିତ ଶବ୍ଦରେ ଟାର୍ଗେଟ୍ କରିଛନ୍ତି। ଏହା ମଧ୍ୟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଏହାର ଜବାବ୍ ଦେଇଛନ୍ତି ବିଜେଡି ନେତା […] The post ପ୍ରଧାନମନ୍ତ୍ରୀଙ୍କ ପାଖରେ ବହୁ ସଂସ୍ଥା ଅଛି, ସେ ଖୋଜନ୍ତୁ ରତ୍ନଭଣ୍ଡାର ଚାବି: ଭିକେ ପାଣ୍ଡିଆନ appeared first on Odisha.News.

ପ୍ରଧାନମନ୍ତ୍ରୀଙ୍କ ପାଖରେ ବହୁ ସଂସ୍ଥା ଅଛି, ସେ ଖୋଜନ୍ତୁ ରତ୍ନଭଣ୍ଡାର ଚାବି: ଭିକେ ପାଣ୍ଡିଆନ

ଭୁବନେଶ୍ଵର: ୨୦୨୪ ନିର୍ବାଚନରେ ଓଡିଶାରେ ରତ୍ନଭଣ୍ଡାର ଚାବି ହଜିବା ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏହାକୁ ନେଇ ବିଜେପିର ନେତାମାନେ ବିଜେଡି ସରକାରକୁ ଘେରିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ, ଏମିତିକି  ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଚାର ମଞ୍ଚରୁ  ବିଜେଡି ସରକାର ଉପରେ ଶାଣିତ ଶବ୍ଦରେ ଟାର୍ଗେଟ୍ କରିଛନ୍ତି। ଏହା ମଧ୍ୟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଏହାର ଜବାବ୍ ଦେଇଛନ୍ତି ବିଜେଡି ନେତା ଭି.କେ.ପାଣ୍ଡିଆନ୍ ।

ନିର୍ବାଚନୀ ରାଜନୀତିରେ ରତ୍ନଭଣ୍ଡାର ତାତି । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେପି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାଣ୍ଡିଆନ୍ କହିଛନ୍ତି ରତ୍ନ ଭଣ୍ଡାର ଚାବି କୁଆଡ଼ ଗଲା, ପ୍ରଧାନମନ୍ତ୍ରୀ ଖୋଜିବା ଉଚିତ୍ । ପ୍ରଧାନମନ୍ତ୍ରୀଙ୍କ ପାଖରେ ବହୁ ସଂସ୍ଥା ଅଛି । ସେମାନେ ଚାହିଁଲେ ରତ୍ନଭଣ୍ଡାର ଚାବି ଖୋଜି ପାରିବେ । ଏ ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଜଣାଇବା ଉଚିତ୍ ବୋଲି କହିଥିଲେ ପାଣ୍ଡିଆନ୍ । ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ ଜରୁରୀ ଥିବା ନିଯୁକ୍ତି, ଦରବୃଦ୍ଧି ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି କିଛି କହୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ ।

ଏଥି ସହ ପାଣ୍ଡିଆନ୍ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ହେଲେ ବି ଧର୍ମକୁ ନେଇ ରାଜନୀତି କରନ୍ତି ନାହିଁ । ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ଧର୍ମ ରାଜନୀତି ବିଜେପିର ମୂଳ ନୀତି ବୋଲି କହିଛନ୍ତି ପାଣ୍ଡିଆନ୍ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଭାଷଣର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଉଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷା ଉପରେ ପ୍ରଶ୍ନ କରୁଛନ୍ତି । ବିଜେପି ସରକାରକୁ ଆସିଲେ ମାସେ ଭିତରେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ। ଏଥିରେ ଯିଏ ବି ଦୋଷୀ ଥିବ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ବିଜେପି ନେତାମାନେ କହିଛନ୍ତି।

The post ପ୍ରଧାନମନ୍ତ୍ରୀଙ୍କ ପାଖରେ ବହୁ ସଂସ୍ଥା ଅଛି, ସେ ଖୋଜନ୍ତୁ ରତ୍ନଭଣ୍ଡାର ଚାବି: ଭିକେ ପାଣ୍ଡିଆନ appeared first on Odisha.News.