ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି.ଗୁକେଶ, ପ୍ରଶଂସା କଲେ ପିଏମ୍‌

ନୂଆଦିଲ୍ଲୀ ୨୯/୧୨: ବିଶ୍ୱ ଚେସ୍‌ ଚାମ୍ପିଅନ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ତାଙ୍କ ବାପାମା’ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ । ଗୁକେଶ ଏହି ଅବସରରେ ମୋଦିଙ୍କୁ ବିଶ୍ୱ ଚାମ୍ପିଅନସିପ୍‌ ପଦକ ଦେଖାଇବା ସହ ଉପହାର ସ୍ୱରୂପ ଏକ ଚେସ୍‌ ବୋର୍ଡ଼ (ଯେଉଁ ବୋର୍ଡ଼ରେ ଟାଇଟଲ ଜିତିଥିଲେ) ପ୍ରଦାନ କରିଥିଲେ । Had an excellent interaction with chess champion and India’s pride, @DGukesh!I have been closely interacting with him for a few years now, and what strikes me most about him is his determination and dedication. His confidence is truly inspiring. In fact, I recall seeing a video… pic.twitter.com/gkLfUXqHQp— Narendra Modi (@narendramodi) December 28, 2024ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗୁକେଶଙ୍କୁ ଭେଟି ବେଶ ଖୁସି ପ୍ରକଟ କରିଥିଲେ । ସେ ସୋସିଆଲ୍‌ ମିଡିଆ ‘ଏକ୍ସ’ ପୃଷ୍ଠାରେ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ଚେସ୍‌ ଚାମ୍ପିଅନ୍‌ ଏବଂ ଭାରତର ଗୌରବ ଡି. ଗୁକେଶଙ୍କ ସହ ବହୁତ ଭଲ ଆଲୋଚନା ହେଲା । ଗତ କିଛି ବର୍ଷ ହେବ ମୁଁ ତାଙ୍କ ସହ କଥା ହେଇ ଆସୁଛି । In the success of every athlete, their parents play a pivotal role. I complimented

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି.ଗୁକେଶ, ପ୍ରଶଂସା କଲେ ପିଏମ୍‌

ନୂଆଦିଲ୍ଲୀ ୨୯/୧୨: ବିଶ୍ୱ ଚେସ୍‌ ଚାମ୍ପିଅନ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ତାଙ୍କ ବାପାମା’ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ । ଗୁକେଶ ଏହି ଅବସରରେ ମୋଦିଙ୍କୁ ବିଶ୍ୱ ଚାମ୍ପିଅନସିପ୍‌ ପଦକ ଦେଖାଇବା ସହ ଉପହାର ସ୍ୱରୂପ ଏକ ଚେସ୍‌ ବୋର୍ଡ଼ (ଯେଉଁ ବୋର୍ଡ଼ରେ ଟାଇଟଲ ଜିତିଥିଲେ) ପ୍ରଦାନ କରିଥିଲେ । 


ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗୁକେଶଙ୍କୁ ଭେଟି ବେଶ ଖୁସି ପ୍ରକଟ କରିଥିଲେ । ସେ ସୋସିଆଲ୍‌ ମିଡିଆ ‘ଏକ୍ସ’ ପୃଷ୍ଠାରେ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ଚେସ୍‌ ଚାମ୍ପିଅନ୍‌ ଏବଂ ଭାରତର ଗୌରବ ଡି. ଗୁକେଶଙ୍କ ସହ ବହୁତ ଭଲ ଆଲୋଚନା ହେଲା । ଗତ କିଛି ବର୍ଷ ହେବ ମୁଁ ତାଙ୍କ ସହ କଥା ହେଇ ଆସୁଛି । 


ତାଙ୍କର ଦୃଢ଼ ସଂକଳ୍ପ ଓ ସମର୍ପଣ ମୋତେ ବହୁତ ପ୍ରଭାବିତ କରିଛି । ତାଙ୍କ ଆତ୍ମବିଶ୍ୱାସ ପ୍ରକୃତରେ ପ୍ରେରଣାଦାୟକ ଅଟେ । କିଛି ବର୍ଷ ପୂର୍ବେ ଗୁକେଶ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ୍‌ ହେବାକୁ ଲକ୍ଷ୍ୟ ରଖିଥିବା କହୁଥିବାର ଏକ ଭିଡିଓ ଦେଖିଥିଲି । ଏହି ଭବିଷ୍ୟବାଣୀ ସତ ହୋଇଛି ଏବଂ ସେ ବିଶ୍ୱ ଚାମ୍ପିଅନ୍‌ ହୋଇ ଦେଖାଇଛନ୍ତି ।