ପ୍ରପଟି ଟାଇକୁନଙ୍କ ଉପରେ ୧୨ଅରବ ଡଲାର ସମ୍ପତ୍ତି ଅପବ୍ୟବହାର ଅଭିଯୋଗ, ହୋଇପାରେ ମୃତ୍ୟୁଦଣ୍ଡ
ଭିଏତନାମ,୧୧।୪: ଅନେକ ମାସ ଧରି ଭିଏତନାମର ସବୁଠାରୁ ବଡ ଠକେଇ ମାମଲାର ଶୁଣାଣି ଚାଲିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ମହିଳା ଯିଏକି ବର୍ତ୍ତମାନ ଭିଏତନାମର ଏକ ବଡ ପ୍ରପଟି ଟାଇକୁନ ଭାବରେ ପରିଗଣିତ ହେଉଛନ୍ତି। ଯିଏ ୧୨.୫ ବିଲିୟନ ଡ଼ଲାରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାକୁ ପଡିପାରେ। ପ୍ରମୁଖ ଡେଭଲପର୍ ୱାନ ଥିନ ଫାଟଙ୍କ ଚେୟାରମ୍ୟାନ ଟ୍ରୁଙ୍ଗ ମାୟ ଲାନ ଏକ ଦଶନ୍ଧିରୁ […] The post ପ୍ରପଟି ଟାଇକୁନଙ୍କ ଉପରେ ୧୨ଅରବ ଡଲାର ସମ୍ପତ୍ତି ଅପବ୍ୟବହାର ଅଭିଯୋଗ, ହୋଇପାରେ ମୃତ୍ୟୁଦଣ୍ଡ appeared first on Dharitri Odia News.
ଭିଏତନାମ,୧୧।୪: ଅନେକ ମାସ ଧରି ଭିଏତନାମର ସବୁଠାରୁ ବଡ ଠକେଇ ମାମଲାର ଶୁଣାଣି ଚାଲିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ମହିଳା ଯିଏକି ବର୍ତ୍ତମାନ ଭିଏତନାମର ଏକ ବଡ ପ୍ରପଟି ଟାଇକୁନ ଭାବରେ ପରିଗଣିତ ହେଉଛନ୍ତି। ଯିଏ ୧୨.୫ ବିଲିୟନ ଡ଼ଲାରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାକୁ ପଡିପାରେ। ପ୍ରମୁଖ ଡେଭଲପର୍ ୱାନ ଥିନ ଫାଟଙ୍କ ଚେୟାରମ୍ୟାନ ଟ୍ରୁଙ୍ଗ ମାୟ ଲାନ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନଗଦ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଦକ୍ଷିଣ ବ୍ୟବସାୟ ହବ ହୋ ଚି ମିନ ସିଟିରେ ପାଞ୍ଚ ସପ୍ତାହ ଶୁଣାଣି ପରେ ଟ୍ରୁଙ୍ଗ ମାୟ ଲାନ ଏବଂ ଅନ୍ୟ ୮୫ ଜଣ ରାୟ ଏବଂ ଦଣ୍ଡ ଭୋଗିବାକୁ ପଡିପାରେ।
ଟ୍ରୁଙ୍ଗ ମାୟ ଲାନଙ୍କ ବିରୋଧରେ ଲାଞ୍ଚ, କ୍ଷମତାର ଅପବ୍ୟବହାର, ଅର୍ଥ ହଡପ ଏବଂ ବ୍ୟାଙ୍କିଙ୍ଗ ନିୟମର ଉଲ୍ଲଂଘନ ଅନ୍ତର୍ଭୁକ୍ତ। ଏହି ସମୟରେ ଲାନ ଏହି ଅଭିଯୋଗକୁ ଅସ୍ବୀକାର କରି ତାଙ୍କ ଅଧସ୍ତନମାନଙ୍କୁ ଦାୟୀ କରିଛନ୍ତି। ଏଭଳି ମାମଲାରେ ଓକିଲମାନେ ଲାନଙ୍କ ପାଇଁ ମୃତ୍ୟୁଦଣ୍ଡ ମାଗିଛନ୍ତି।
ଜାତୀୟ ଦୁର୍ନୀତିର ଏକ ଅଂଶ ଭାବରେ ଲାନ ଏବଂ ଅନ୍ୟ ୮୫ ଜଣଙ୍କୁ ଗିରଫ କରାଯାଇଥିଲା। ଗତ ସପ୍ତାହରେ କୋର୍ଟରେ ଶେଷ ମନ୍ତବ୍ୟ ଦେଇ ଲାନ କହିଛନ୍ତି ଯେ ସେ ଆତ୍ମହତ୍ୟା କରୁଛନ୍ତି। ଏହି ସ୍କାମରେ ପ୍ରାୟ ୪୨ହଜାର ପୀଡିତଙ୍କୁ ପୋଲିସ ଚିହ୍ନଟ କରିଛି।
The post ପ୍ରପଟି ଟାଇକୁନଙ୍କ ଉପରେ ୧୨ଅରବ ଡଲାର ସମ୍ପତ୍ତି ଅପବ୍ୟବହାର ଅଭିଯୋଗ, ହୋଇପାରେ ମୃତ୍ୟୁଦଣ୍ଡ appeared first on Dharitri Odia News.