ପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକ
ଭଦ୍ରକ,୧।୪/ସାବରଙ୍ଗ,୧।୪(ସନାତନ ରାଉତ/କାଳିପଦ ରାୟ): ଶ୍ରୀରାମ ନବମୀ ଉପଲକ୍ଷେ ନବରାତ୍ର ପାରାୟଣ ଚାଲିଥିଲା। ଏହି ଉପଲକ୍ଷେ ରାମଚରିତ ମାନସ ଉପରେ ପ୍ରବଚନ ଦେଉଥିବା ପ୍ରବଚକ ହଠାତ ଟଳିପଡିଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଏକ ଦୁଖଃଦ ଘଟଣା ଘଟିଛି ଭଦ୍ରକ ଜିଲା ସାବରଙ୍ଗ ଥାନା ସାହାଡ଼ା ଗ୍ରାମରେ। ଉକ୍ତ ଗ୍ରାମର ପାବନ ପୀଠରେ ସୋମବାର ସନ୍ଧ୍ୟାରେ ବାସୁଦେବପୁର ଅଢୁଆଁ ପଞ୍ଚାୟତ ଧାତପୁରର ପ୍ରବଚକ ଗୋପାଳ ପ୍ରସାଦ […] The post ପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକ appeared first on Dharitri Odia News.
ଭଦ୍ରକ,୧।୪/ସାବରଙ୍ଗ,୧।୪(ସନାତନ ରାଉତ/କାଳିପଦ ରାୟ): ଶ୍ରୀରାମ ନବମୀ ଉପଲକ୍ଷେ ନବରାତ୍ର ପାରାୟଣ ଚାଲିଥିଲା। ଏହି ଉପଲକ୍ଷେ ରାମଚରିତ ମାନସ ଉପରେ ପ୍ରବଚନ ଦେଉଥିବା ପ୍ରବଚକ ହଠାତ ଟଳିପଡିଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଏକ ଦୁଖଃଦ ଘଟଣା ଘଟିଛି ଭଦ୍ରକ ଜିଲା ସାବରଙ୍ଗ ଥାନା ସାହାଡ଼ା ଗ୍ରାମରେ।
ଉକ୍ତ ଗ୍ରାମର ପାବନ ପୀଠରେ ସୋମବାର ସନ୍ଧ୍ୟାରେ ବାସୁଦେବପୁର ଅଢୁଆଁ ପଞ୍ଚାୟତ ଧାତପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୦) ପ୍ରବଚନ ଦେଉଥିବା ବେଳେ ପ୍ରବଳ କାଶ ହେବା ସହ ଧଇଁସଇଁ ହୋଇ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲା ମେଡିକାଲକୁ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏହି ଦୁଖଃଦ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
The post ପ୍ରବଚନ ଦେବାବେଳେ ଟଳିପଡ଼ିଲେ ପ୍ରବଚକ appeared first on Dharitri Odia News.