ପ୍ରବଳ ବର୍ଷା ଯୋଗୁ କ୍ରାଶ ହୋଇଗଲା ହେଲିକପ୍ଟର, ସାମ୍ନାକୁ ଆସିଲା ଭିଡିଓ

ହେଲିକପ୍ଟରଟି ମୁମ୍ବାଇରୁ ଝୁହୁରୁ ଉଡ଼ାଣ ଭରିଥିଲା। ଏହା ହାଇଦ୍ରାବାଦ ଯାଉଥିଲା।

ପ୍ରବଳ ବର୍ଷା ଯୋଗୁ କ୍ରାଶ ହୋଇଗଲା ହେଲିକପ୍ଟର, ସାମ୍ନାକୁ ଆସିଲା ଭିଡିଓ

ପ୍ରବଳ ବର୍ଷ ଓ ପବନ ଯୋଗୁ ସୃଷ୍ଟି ହୋଇଥିବା ଖରାପ ପାଗରେ ଘଟିଛି ଅଘଟଣ। ଖରାପ ପାଗ ଯୋଗୁ ପୁନେରେ ଗୋଟିଏ ହେଲିକପ୍ଟର କ୍ରାଶ କରାଯାଇଛି। କ୍ୟାପ୍ଟେନଙ୍କୁ ମିଶାଇ ହେଲିକପ୍ଟରରେ ମୋଟ ୪ ଜଣ ଲୋକ ଥିଲେ।

ଗୋଟିଏ ଜଙ୍ଗଲ ଭିତରେ ଏହା କ୍ରାଶ କରି ଛିନଛତ୍ର ହୋଇଯାଇଛି। ମିଳିଥିବା ପ୍ରାଥମିକ ସୂଚନାରେ କୁହାଯାଇଛି ଯେ AW ୧୩୯ ହେଲିକପ୍ଟରଟି ମୁମ୍ବାଇରୁ ଝୁହୁରୁ ଉଡ଼ାଣ ଭରିଥିଲା। ଏହା ହାଇଦ୍ରାବାଦ ଯାଉଥିଲା। କିନ୍ତୁ ଅଧା ବାଟରେ ଖରାପ ପାଗ ଯୋଗୁ ପୁନେର ପୌଦ ଅଞ୍ଚଳରେ ଏହା କ୍ରାଶ କରାଯାଇଛି।

ହେଲିକପ୍ଟରର କ୍ୟାପ୍ଟେନ ଆନନ୍ଦ କ୍ରାଶ ଯୋଗୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ହେଲିକପ୍ଟରେ ବାକି ୩ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। 

ଖବର ପାଇ ଉଦ୍ଧାରକାରୀ ଟିମ ଓ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ଯେ ହେଲିକପ୍ଟରଟି ଗୋଟିଏ ଜଙ୍ଗଲିଆ ଅଞ୍ଚଳରେ ଛନଛତ୍ର ହୋଇ ପଡ଼ି ରହିଛି। କିଛି ଲୋକ ମଧ୍ୟ ସେଠାରେ ପଡ଼ି ରହିଛନ୍ତି।