ପ୍ରବଳ ବର୍ଷା, ୨୬ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୯।୬: ଭାରତର କିଛି ରାଜ୍ୟରେ ହିଟ୍‌ୱେଭ୍‌ ଜାରି ରହିଥିବା ବେଳେ ଆଉ ଏକ ରାଜ୍ୟରେ ଲାଗି ରହିଥିବା ବର୍ଷା ସରକାରଙ୍କ ଚିନ୍ତା ବଢ଼ାଇଛି । ଆସାମରେ ମୁଶଳଧାରାରେ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୮ ମେରୁ ଆସାମରେ ବର୍ଷା ଆରମ୍ଭ ହୋଇଥିଲା । ଆସାମର ୧୫ ଜିଲାର ପିଖାପାଖି ୧.୬ ଲକ୍ଷ ଲୋକ ଏହି ବର୍ଷାରେ ପ୍ରଭାବିତ ହୋଇଛନ୍ତି । ଏଥିସହିତ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି […] The post ପ୍ରବଳ ବର୍ଷା, ୨୬ ଲୋକଙ୍କ ମୃତ୍ୟୁ appeared first on Dharitri Odia News.

ପ୍ରବଳ ବର୍ଷା, ୨୬ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୯।୬: ଭାରତର କିଛି ରାଜ୍ୟରେ ହିଟ୍‌ୱେଭ୍‌ ଜାରି ରହିଥିବା ବେଳେ ଆଉ ଏକ ରାଜ୍ୟରେ ଲାଗି ରହିଥିବା ବର୍ଷା ସରକାରଙ୍କ ଚିନ୍ତା ବଢ଼ାଇଛି । ଆସାମରେ ମୁଶଳଧାରାରେ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୮ ମେରୁ ଆସାମରେ ବର୍ଷା ଆରମ୍ଭ ହୋଇଥିଲା । ଆସାମର ୧୫ ଜିଲାର ପିଖାପାଖି ୧.୬ ଲକ୍ଷ ଲୋକ ଏହି ବର୍ଷାରେ ପ୍ରଭାବିତ ହୋଇଛନ୍ତି । ଏଥିସହିତ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଆସାମ୍‌ ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବନ୍ୟା ରିପୋର୍ଟ ଅନୁସାରେ ମଙ୍ଗଳବାର
ହିଲକାଣ୍ଡି ଜିଲ୍ଲାରେ ବନ୍ୟା ଯୋଗୁଁ ପାଣିରେ ବୁଡିଯାଇ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବନ୍ୟା ଯୋଗୁଁ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ବନ୍ୟା ଯୋଗୁଁ ରାଜ୍ୟରେ ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଚାଷ ଜମି ଜଳରେ ବୁଡ଼ିଯାଇଛି । ଲୋକଙ୍କ ଘର ବନ୍ୟାରେ ବୁଡ଼ିଛି । ଯେଉଁଥିପାଇଁ ରାଜ୍ୟରେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି ଏବଂ ଲୋକମାନେ ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି।

The post ପ୍ରବଳ ବର୍ଷା, ୨୬ ଲୋକଙ୍କ ମୃତ୍ୟୁ appeared first on Dharitri Odia News.