ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ବାସହରା ହେଲେ ଲୋକେ

କର୍ଲାମୁଣ୍ଡା:୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଗାଁରେ ମାଟି ଘରଗୁଡିକ ଭାଙ୍ଗିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ବର୍ଷା ଯୋଗୁ ବ୍ଲକର କର୍ଲାମୁଣ୍ଡାର କମଳ ସାହୁ ଓ ନକୁଳ ସାହୁ, ସ.ମାଲପଡା ପଞ୍ଚାୟତ ପୁଟୀଗାଁର ଭଜମନ ସାହୁ, ରିଂଜା ପଞ୍ଚାୟତ ରିଂଜାର ନରେନ୍ଦ୍ର ସାହୁଙ୍କ ଘର ଭାଙ୍ଗି ଯାଇଛି। ଫଳରେ ସେମାନେ ବାସହରା ହୋଇପଡିଛନ୍ତି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ କର୍ଲାମୁଣ୍ଡା […] The post ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ବାସହରା ହେଲେ ଲୋକେ appeared first on Dharitri Odia News.

ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ବାସହରା ହେଲେ ଲୋକେ

କର୍ଲାମୁଣ୍ଡା:୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଗାଁରେ ମାଟି ଘରଗୁଡିକ ଭାଙ୍ଗିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ବର୍ଷା ଯୋଗୁ ବ୍ଲକର କର୍ଲାମୁଣ୍ଡାର କମଳ ସାହୁ ଓ ନକୁଳ ସାହୁ, ସ.ମାଲପଡା ପଞ୍ଚାୟତ ପୁଟୀଗାଁର ଭଜମନ ସାହୁ, ରିଂଜା ପଞ୍ଚାୟତ ରିଂଜାର ନରେନ୍ଦ୍ର ସାହୁଙ୍କ ଘର ଭାଙ୍ଗି ଯାଇଛି। ଫଳରେ ସେମାନେ ବାସହରା ହୋଇପଡିଛନ୍ତି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ଏନେଇ କର୍ଲାମୁଣ୍ଡା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଭରତ ସାହୁଙ୍କୁ ପଚାରବାରୁ ବର୍ଷାରେ ଘର ଭାଙ୍ଗିଥିବା ଲୋକଙ୍କ ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଘରକୁ ଯାଇ ତଦନ୍ତ କରାଯାଉଛି। ଯାହା ସରକାରୀ ସହଯୋଗ ଥିବ ସେମାନେ କିଭଳି ପାଇ ପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

The post ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ବାସହରା ହେଲେ ଲୋକେ appeared first on Dharitri Odia News.