ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମୁକୁଳା ଡ୍ରେନର ସମୀକ୍ଷା କଲେ ମନ୍ତ୍ରୀ
ଭୁବନେଶ୍ୱର,୨।୧: ଗୁରୁବାର ସକାଳୁ ରାଜଧାନୀର ମୁକୁଳା ଡ୍ରେନର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀର ବିଭିନ୍ନ ଡ୍ରେନ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀଙ୍କ ସହ ବିଏମ୍ସି ଏବଂ ବିଡିଏର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବା ଓଡ଼ିଶା ପାଇଁ ଗର୍ବର ବିଷୟ। ଆମେ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରବାସୀ ଭାରତୀୟ […] The post ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମୁକୁଳା ଡ୍ରେନର ସମୀକ୍ଷା କଲେ ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨।୧: ଗୁରୁବାର ସକାଳୁ ରାଜଧାନୀର ମୁକୁଳା ଡ୍ରେନର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ରାଜଧାନୀର ବିଭିନ୍ନ ଡ୍ରେନ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀଙ୍କ ସହ ବିଏମ୍ସି ଏବଂ ବିଡିଏର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିବା ଓଡ଼ିଶା ପାଇଁ ଗର୍ବର ବିଷୟ। ଆମେ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକ ପାରମ୍ପରିକ ଚିତ୍ରକଳାରେ ଝଲସୁଛି। ଏଥିରେ ଓଡ଼ିଶାର ଲୋକକଳା, ପରମ୍ପରା, ନୃତ୍ୟ ଭଳି ବିଭିନ୍ନ ପ୍ରକାର ଚିତ୍ରକଳା ଦେଖିବାକୁ ମିଳୁଛି। ଏହି ଚିତ୍ରକଳାଗୁଡ଼ିକରେ ଓଡ଼ିଆ ଅସ୍ମିତା ବାରି ହୋଇପଡୁଛି।
ସମ୍ବଲପୁରୀ ଓ ଆଦିବାସୀ ଚିତ୍ର, ଟେରାକୋଟା, ପଟ୍ଟଚିତ୍ର, ଝୋଟିଚିତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯୁବପିଢ଼ିଙ୍କ ପାଇଁ ହଜିଯାଇଥିବା ଲୋକନୃତ୍ୟ ଓ ପାରମ୍ପରିକ ନୃତ୍ୟଗୁଡିକୁ ମଧ୍ୟ ସ୍ଥାନିତ କରାଯାଇଛି। କୀର୍ତ୍ତନ ଦଳ, ନବଗୁଞ୍ଜର, ଓଡ଼ିଶୀ, କଳ୍କୀ ଅବତାର ଭଳି ବିଭିନ୍ନ ଚିତ୍ର ଆକର୍ଷଣ ସାଜିଛି। ଏହା ସମସ୍ତଙ୍କୁ ବେଶ୍ ଆକର୍ଷିତ କରୁଛି। ରାସ୍ତାରେ ଯାଉଥିବା ଲୋକେ କଳାକୃତିକୁ ଦେଖିବା ପାଇଁ କିଛି ସମୟ ଅଟକି ଯାଉଛନ୍ତି ତ ପୁଣି ଯୁବତୀ ଯୁବକ ସେଲ୍ଫି ଉଠାଇବାକୁ ପଛାଉନାହାନ୍ତି। ପ୍ରବାସୀ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ସଂସ୍କୃତି ସହିତ ପରିଚିତ କରାଇବାର ଏହା ହେଉଛି ଏକ ନିଆରା ପ୍ରୟାସ। ରାସ୍ତା ପାର୍ଶ୍ୱସ୍ଥ ବେଞ୍ଚ୍ରେ ବସି ଲୋକେ ଏହି ଚିତ୍ରକଳାକୁ ଉପଭୋଗ କରିପାରିବେ। ଚିତ୍ରଶିଳ୍ପୀ ମନୋରଞ୍ଜନ ସାହୁ କହିଛନ୍ତି, ରାଜଧାନୀର ଗଳିକନ୍ଦିରେ ଶୋଭାପାଉଛି ଓଡ଼ିଆ ଚିତ୍ରକଳା। କାନ୍ଥରେ ବହୁ ଦିନ ପର୍ଯ୍ୟନ୍ତ ଏହି ରଙ୍ଗ ରହିବ। କେବଳ ପ୍ରବାସୀ ନୁହେଁ, ବରଂ ରାଜ୍ୟବାସୀ ମଧ୍ୟ ଏହି ଚିତ୍ରକଳାକୁ ଉପଭୋଗ କରିପାରିବେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମର ଚିତ୍ରଶିଳ୍ପୀ ଭଉଣୀଭାଇମାନେ କାମ କରୁଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବହୁ ଚିତ୍ରଶିଳ୍ପୀ ଉପକୃତ ହେଉଥିବାବେଳେ ସେମାନଙ୍କ ପ୍ରତିଭା ମଧ୍ୟ ଦେଖିବାକୁ ମିଳୁଛି।
The post ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ମୁକୁଳା ଡ୍ରେନର ସମୀକ୍ଷା କଲେ ମନ୍ତ୍ରୀ appeared first on Dharitri Odia News.