ପ୍ରଭାତ ବିଶ୍ୱାଳ ବନାମ ନୟନ ମହାନ୍ତି

କଟକ,୮।୧୨ (କାର୍ତ୍ତିକ ସାହୁ): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର କଟକ ରେଳ ଷ୍ଟେଶନର ଦ୍ୱିତୀୟ ପ୍ରବେଶ ପଥକୁ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ସଭାରେ ବିଜେଡି ନେତା ତଥା ବିଧାୟକ ସୌଭିକ୍‌ ବିଶ୍ୱାଳ କହିଛନ୍ତି, ତାଙ୍କ ବାପା ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉଦ୍ୟମକ୍ରମେ ରାଜପଥରୁ ରେଳଷ୍ଟେଶନ ସଂଯୋଗୀ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମ୍ଭବ ହୋଇଥିଲା। ଡ. ବିଶ୍ୱାଳ ନିରନ୍ତର ଭାବେ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ଯୋଗାଯୋଗ କରି ଅଧିଗୃହୀତ ହେବାକୁ ଥିବା ଜମିର […] The post ପ୍ରଭାତ ବିଶ୍ୱାଳ ବନାମ ନୟନ ମହାନ୍ତି appeared first on Dharitri Odia News.

ପ୍ରଭାତ ବିଶ୍ୱାଳ ବନାମ ନୟନ ମହାନ୍ତି

କଟକ,୮।୧୨ (କାର୍ତ୍ତିକ ସାହୁ): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର କଟକ ରେଳ ଷ୍ଟେଶନର ଦ୍ୱିତୀୟ ପ୍ରବେଶ ପଥକୁ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ସଭାରେ ବିଜେଡି ନେତା ତଥା ବିଧାୟକ ସୌଭିକ୍‌ ବିଶ୍ୱାଳ କହିଛନ୍ତି, ତାଙ୍କ ବାପା ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉଦ୍ୟମକ୍ରମେ ରାଜପଥରୁ ରେଳଷ୍ଟେଶନ ସଂଯୋଗୀ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମ୍ଭବ ହୋଇଥିଲା। ଡ. ବିଶ୍ୱାଳ ନିରନ୍ତର ଭାବେ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ଯୋଗାଯୋଗ କରି ଅଧିଗୃହୀତ ହେବାକୁ ଥିବା ଜମିର ମାଲିକଙ୍କୁ ବୁଝାଇ ଏହି ମହତ୍‌ କାର୍ଯ୍ୟ କରିପାରିଛନ୍ତି। ଏଥିସହ ନବୀନ ପଟ୍ଟନାୟକ ଜମି ଅଧିଗ୍ରହଣ ପାଇଁ ଆବଶ୍ୟକ ମୋଟା ଅଙ୍କର ଅର୍ଥ ଯୋଗାଇ ଦେଇଥିଲେ। ସୌଭିକ୍‌ଙ୍କ ଏଭଳି କଥାରେ ତାଙ୍କ ସମର୍ଥକମାନେ କରତାଳି ଦେଇ ମାହୋଲକୁ ଉଷ୍ମ କରିଦେଇଥିଲେ। ସୌଭିକ ବକ୍ତବ୍ୟ ପ୍ରଦାନ କରି ଫେରିବା ପରେ ଭାଜପା ନେତା ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବ ବିଧାୟକ ସୌଭିକ୍‌ଙ୍କ କାନ୍ଧ ଥାପୁଡ଼ାଇ ଦେଇ ପୋଡ଼ିୟମ ନିକଟକୁ କହିବାକୁ ଯାଇଥିଲେ। ସେ ସୌଭିକ୍‌ଙ୍କ ଶ୍ରେୟ ହାତେଇ ନେବା ଉଦ୍ୟମକୁ ଲିଭାଇବାର ଚେଷ୍ଟା କରିଥିଲେ। ଭାଜପା ନେତା ନୟନ କିଶୋର ମହାନ୍ତିଙ୍କ ଉଦ୍ୟମକ୍ରମେ ଏହି ଅଞ୍ଚଳର ଯାହା କିଛି ଉନ୍ନତି ହେଉଛି ବୋଲି ସେ କହିଥିଲେ। ଜମି ଅଧିଗ୍ରହଣ ସିନା ହୋଇଗଲା, ହେଲେ କିଛି ଆଗେଇ ପାରି ନ ଥିଲା। ମୋହନ ମାଝୀଙ୍କ ସରକାର ଆସିବା ପରେ ୨ୟ ପ୍ରବେଶ ପଥ କାମ ହେଲା ବୋଲି କହିବାରୁ ପୁଣି ତାଳିରେ ସଭାସ୍ଥଳ କମ୍ପିଥିଲା।

The post ପ୍ରଭାତ ବିଶ୍ୱାଳ ବନାମ ନୟନ ମହାନ୍ତି appeared first on Dharitri Odia News.