ପ୍ରଭାବଶାଳୀ କରିଛନ୍ତି ପ୍ଲଟ ଜବରଦଖଲ: କୋଟି କୋଟି ଟଙ୍କାର ପ୍ଲଟ କବଜା କରିଛନ୍ତି ବଡ ବଡିଆ

କନକ ବ୍ୟୁରୋ : ଜୋର ଯାହାର ମୁଲକ ତାହାର। କିଛି ଏଭଳି ନୀତିରେ ରାଜଧାନୀରେ ପ୍ଲଟ ମାଡିବସିଛନ୍ତି କିଛି ପ୍ରଭାବଶାଳୀ। କାର୍ଯ୍ୟାନୁଷ୍ଠାନକୁ ଭୟ ନଥିବା ବେଳେ ବର୍ଷ ବର୍ଷ ଧରି ସରକାରୀ ଜମିରୁ ଉଠାଉଛନ୍ତି ମୁନାଫା। ବିଡ଼ିଏ ଓ ବିଏମସି କେବଳ ମାମଲା ରୁଜୁ କରି ହାତ ବାନ୍ଧି ବସିଥିବା ବେଳେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ବିଧାନସଭାର ଉତ୍ତରରେ ସୀମିତ ରହିଛି। ଯାହା ଜବରଦଖଲକାରୀଙ୍କ ସାହସ ବଢାଇଛି।  ଲୋକେ ପାଉନାହାନ୍ତି, ପ୍ରଭାବଶାଳୀ ମାଡି ବସିଛନ୍ତି। ରାଜଧାନୀର ଛାତି ଉପରେ ନାମୀଦାମୀ ପ୍ଲଟକୁ ଜୋରଜବରଦସ୍ତି ହାତେଇଛନ୍ତି ଅନେକ ବଡ ବଡିଆ। ଭୁବନେଶ୍ବରର ପୋସ ଏରିଆରେ ଏକାଧିକ ପ୍ଲଟ କବଜା କରିଛନ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି। ବାହୁବଳ ଓ ଧନବଳ ଜରିଆରେ ଏହି ପ୍ଲଟକୁ ହାତେଇଥିବା ସୂଚନା ମିଳିଛି। ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାବଦରେ ବିସ୍ତୃତ ତଥ୍ୟ ବିଧାନସଭାରେ ରଖିଛନ୍ତି ସରକାର।  ପୋସ ଏରିଆରେ ପ୍ରଭାବଶାଳୀଙ୍କ ଜବରଦଖଲ -    ସତ୍ୟନଗର, ଖାରବେଳନଗର, ଚନ୍ଦ୍ରଶେଖରପୁର, ପାତ୍ରପଡା, ବାପୁଜୀନଗର, ସୁନ୍ଦରପଦା…-    ଜୟଦେବ ବିହାର, ନୟାପଲ୍ଲୀ, ପୋଖରୀପୁଟ ଭଳି ଅଞ୍ଚଳରେ ଜବରଦଖଲ ହୋଇଛି ପ୍ଲଟ ବିଧାନସଭାର ଶୀତ ଅଧିବେଶନରେ ବିଜେପି ବିଧାୟିକା ଉପାସନା ମହାପାତ୍ର ଜାଣିବାକୁ ଚାହିଁଥିଲେ, ରାଜଧାନୀ ଭୁବନେଶ୍ବରରେ ଅନଧିକୃତ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କେତୋଟି ମାମଲା ହୋଇଛି। ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ

ପ୍ରଭାବଶାଳୀ କରିଛନ୍ତି ପ୍ଲଟ ଜବରଦଖଲ: କୋଟି କୋଟି ଟଙ୍କାର ପ୍ଲଟ କବଜା କରିଛନ୍ତି ବଡ ବଡିଆ

କନକ ବ୍ୟୁରୋ : ଜୋର ଯାହାର ମୁଲକ ତାହାର। କିଛି ଏଭଳି ନୀତିରେ ରାଜଧାନୀରେ ପ୍ଲଟ ମାଡିବସିଛନ୍ତି କିଛି ପ୍ରଭାବଶାଳୀ। କାର୍ଯ୍ୟାନୁଷ୍ଠାନକୁ ଭୟ ନଥିବା ବେଳେ ବର୍ଷ ବର୍ଷ ଧରି ସରକାରୀ ଜମିରୁ ଉଠାଉଛନ୍ତି ମୁନାଫା। ବିଡ଼ିଏ ଓ ବିଏମସି କେବଳ ମାମଲା ରୁଜୁ କରି ହାତ ବାନ୍ଧି ବସିଥିବା ବେଳେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ବିଧାନସଭାର ଉତ୍ତରରେ ସୀମିତ ରହିଛି। ଯାହା ଜବରଦଖଲକାରୀଙ୍କ ସାହସ ବଢାଇଛି। 

ଲୋକେ ପାଉନାହାନ୍ତି, ପ୍ରଭାବଶାଳୀ ମାଡି ବସିଛନ୍ତି। ରାଜଧାନୀର ଛାତି ଉପରେ ନାମୀଦାମୀ ପ୍ଲଟକୁ ଜୋରଜବରଦସ୍ତି ହାତେଇଛନ୍ତି ଅନେକ ବଡ ବଡିଆ। ଭୁବନେଶ୍ବରର ପୋସ ଏରିଆରେ ଏକାଧିକ ପ୍ଲଟ କବଜା କରିଛନ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି। ବାହୁବଳ ଓ ଧନବଳ ଜରିଆରେ ଏହି ପ୍ଲଟକୁ ହାତେଇଥିବା ସୂଚନା ମିଳିଛି। ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାବଦରେ ବିସ୍ତୃତ ତଥ୍ୟ ବିଧାନସଭାରେ ରଖିଛନ୍ତି ସରକାର। 

ପୋସ ଏରିଆରେ ପ୍ରଭାବଶାଳୀଙ୍କ ଜବରଦଖଲ 
-    ସତ୍ୟନଗର, ଖାରବେଳନଗର, ଚନ୍ଦ୍ରଶେଖରପୁର, ପାତ୍ରପଡା, ବାପୁଜୀନଗର, ସୁନ୍ଦରପଦା…
-    ଜୟଦେବ ବିହାର, ନୟାପଲ୍ଲୀ, ପୋଖରୀପୁଟ ଭଳି ଅଞ୍ଚଳରେ ଜବରଦଖଲ ହୋଇଛି ପ୍ଲଟ

ବିଧାନସଭାର ଶୀତ ଅଧିବେଶନରେ ବିଜେପି ବିଧାୟିକା ଉପାସନା ମହାପାତ୍ର ଜାଣିବାକୁ ଚାହିଁଥିଲେ, ରାଜଧାନୀ ଭୁବନେଶ୍ବରରେ ଅନଧିକୃତ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କେତୋଟି ମାମଲା ହୋଇଛି। ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ୫ ବର୍ଷରେ ଭୁବନେଶ୍ବରରେ ଅନଧିକୃତ ଜବରଦଖଲ ପାଇଁ ୩୦୧ଟି ମାମଲା ରୁଜୁ ହୋଇଛି।  

ଖାଲି ପ୍ଲଟ ନୁହେଁ ଭୁବନେଶ୍ବରରେ ଅନେକ ବେଆଇନ କୋଠାବାଡି ମଧ୍ୟ ନିର୍ମାଣ ହୋଇଛି। ରାଜଧାନୀରେ ଛତୁ ଫୁଟିବା ଭଳି ବିଲ୍ଡିଂ ଛିଡା ହେଉଥିବା ବେଳେ ଏହା ଭିତରୁ ଅନେକ କୋଠା ବେଆଇନ ରହିଛି। ଯେଉଁ ବିଲ୍ଡିଂ ବିରୋଧରେ ବିଏମସି ଓ ବିଡିଏ ପକ୍ଷରୁ ୪୦୦ଟି ମାମଲା ରୁଜୁ ହୋଇଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ସେଭଳି ଆଖିଦୃଶିଆ ହୋଇନି। ଯାହା ଜବରଦଖଲକାରୀଙ୍କୁ ସୁଯୋଗ ଦେଉଛି। 

ବେଆଇନ ଜବରଦଖଲ ଉପରେ ବୁଲଡୋଜର ଚାଲିବ। କିଛି ଏଭଳି କହିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ। କିନ୍ତୁ ପ୍ରଶ୍ନ ଉଠୁଛି, ସରକାରଙ୍କ ପାଖରେ ତଥ୍ୟ ଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନେବାରେ ହେଉଛି ବିଳମ୍ବ? ବିଡିଏ ଓ ବିଏମସି କେବଳ ମାମଲା ରୁଜୁ କରି କାହିଁକି ଚୁପ୍ ବସୁଛି? ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ପ୍ଲଟ ହାତେଇଥିବାରୁ କାର୍ଯ୍ୟାନୁଷ୍ଠାନ ନନେବାକୁ ପଡୁଛି କି ଚାପ?