‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’
ବାଣପୁର,୨୩ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚିଲିକାର ବାଣପୁରରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଛନ୍ତି। ଯୋଗୀ ଆରମ୍ଭରୁ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ଯୋଗୀ କହିଛନ୍ତି, ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରିନାହାନ୍ତି। ଏଠାରେ କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ମାଇନିଂ ନୁହଁ, ଏଠାରେ ରତ୍ନଭଣ୍ଡାର ଚାବି ବି ହଜାଇ ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ , ଓଡ଼ିଶାରେ ଡବଲ ଇଞ୍ଜିନ ସରକାର […] The post ‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’ appeared first on Dharitri Odia News.
ବାଣପୁର,୨୩ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଚିଲିକାର ବାଣପୁରରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଛନ୍ତି। ଯୋଗୀ ଆରମ୍ଭରୁ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ଯୋଗୀ କହିଛନ୍ତି, ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରିନାହାନ୍ତି। ଏଠାରେ କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ମାଇନିଂ ନୁହଁ, ଏଠାରେ ରତ୍ନଭଣ୍ଡାର ଚାବି ବି ହଜାଇ ଦେଇଛନ୍ତି। ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ , ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର। ମୋଦିଙ୍କ ନେତୃତ୍ୱରେ ସୁରକ୍ଷା, ସମ୍ମାନ, ବିକାଶ ଦେଶର ହୋଇଛି। ଏ ମୋଦିଙ୍କ ଭାରତ, ଏଠାରେ ଯିଏ ବଦମାସୀ କରିବ ସେମାନଙ୍କୁ ସାବାଡ କରାଯିବ। ଉତ୍ତରପ୍ରଦେଶ ପରି ବୁଲ୍ଡୋଜର ଚଢ଼ାଇ ଦିଆଯିବ। ଡବଲ ଇଞ୍ଜିନ ସରକାରରେ କି ପ୍ରକାର ଲାଭ ହୁଏ ତାହା ଉତ୍ତରପ୍ରଦେଶ ସରକାର କରି ଦେଖାଇଛନ୍ତି। ଓଡ଼ିଶାରେ ନବୀନ ସରକାର ବାବୁମାନେ ଘେରାବନ୍ଦୀରେ ରହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସକୁ ମଧ୍ୟ କଡ଼ା ଆକ୍ଷେପ କରିଛନ୍ତି ଯୋଗୀ। ସେ କହିଛନ୍ତି, କିଛି ଲୋକ ଭାରତରେ ଅଛନ୍ତି, କିନ୍ତୁ ପାକିସ୍ତାନର ଗୁଣଗାନ କରୁଛନ୍ତି।
The post ‘ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଉ’ appeared first on Dharitri Odia News.