ପ୍ରଭୁ ଜଗନ୍ନାଥଙ୍କୁ ନେଇ ସମ୍ୱିତ୍ ପାତ୍ରଙ୍କ ବୟାନକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଦେଲେ ଏମିତି ଜବାବ

ଭୁବନେଶ୍ଵର: ପୁରୀ ଲୋକସଭା ସିଟରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ଓଡ଼ିଶାର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରମ ଭକ୍ତ କହି ବଡ଼ ବିବାଦ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିତ ପାତ୍ରଙ୍କ ଟିପ୍ପଣୀକୁ କଡ଼ା ଶବ୍ଦରେ ନିନ୍ଦା କରି ଏହା ପ୍ରଭୁ ଜଗନ୍ନାଥଙ୍କ ଅପମାନ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସୋମବାର ଏକ୍ସରେ ଲେଖିଛନ୍ତି, ‘ମହାପ୍ରଭୁଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ପ୍ରଭୁ  ଜଗନ୍ନାଥଙ୍କ ପ୍ରତି ଘୋର ଅପମାନ। ଏହା ସାରା ବିଶ୍ଵର ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ମହାନ ପ୍ରତୀକ। ମହାପ୍ରଭୁଙ୍କୁ ଅନ୍ୟ ମଣିଷଙ୍କ ଭକ୍ତ କହିବା ସଂପୂର୍ଣ୍ଣ ନିନ୍ଦନୀୟ ଅଟେ। ମୁଁ ବିଜେପି ପୁରୀ ଲୋକସଭା ପ୍ରାର୍ଥୀଙ୍କ ଦ୍ଵାରା ଦିଆଯାଇଥିବା ଅଶୋଭନୀୟ ଟିପ୍ପଣୀକୁ କଡ଼ା ଶବ୍ଦରେ ନିନ୍ଦା କରିଛି। ମୁଁ ବିଜେପିକୁ ମହାପ୍ରଭୁଙ୍କୁ କୌଣସି ପ୍ରକାରର ରାଜନୀତିରୁ ଉର୍ଦ୍ଧ୍ଵରେ ରଖିବାକୁ ଅପିଲ୍ କରୁଛି । ଏମିତି କରି ଆପଣ ଓଡ଼ିଶାର ଅସ୍ମିତାକୁ ଗଭୀର ଆଘାତ ଦେଇଛନ୍ତି। ଏହାକୁ ଓଡ଼ିଶାବାସୀ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରଖିବେ ଏବଂ ଏହାର ନିନ୍ଦା କରିବେ ।‘Mahaprabhu Shree Jagannatha is the Lord of Universe.Calling Mahaprabhu a bhakt of another human being is an insult to the Lo

ପ୍ରଭୁ ଜଗନ୍ନାଥଙ୍କୁ ନେଇ ସମ୍ୱିତ୍ ପାତ୍ରଙ୍କ ବୟାନକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଦେଲେ ଏମିତି ଜବାବ

ଭୁବନେଶ୍ଵର: ପୁରୀ ଲୋକସଭା ସିଟରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ଓଡ଼ିଶାର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରମ ଭକ୍ତ କହି ବଡ଼ ବିବାଦ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିତ ପାତ୍ରଙ୍କ ଟିପ୍ପଣୀକୁ କଡ଼ା ଶବ୍ଦରେ ନିନ୍ଦା କରି ଏହା ପ୍ରଭୁ ଜଗନ୍ନାଥଙ୍କ ଅପମାନ ବୋଲି କହିଛନ୍ତି। 

ମୁଖ୍ୟମନ୍ତ୍ରୀ ସୋମବାର ଏକ୍ସରେ ଲେଖିଛନ୍ତି, ‘ମହାପ୍ରଭୁଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ପ୍ରଭୁ  ଜଗନ୍ନାଥଙ୍କ ପ୍ରତି ଘୋର ଅପମାନ। ଏହା ସାରା ବିଶ୍ଵର ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ମହାନ ପ୍ରତୀକ। ମହାପ୍ରଭୁଙ୍କୁ ଅନ୍ୟ ମଣିଷଙ୍କ ଭକ୍ତ କହିବା ସଂପୂର୍ଣ୍ଣ ନିନ୍ଦନୀୟ ଅଟେ। ମୁଁ ବିଜେପି ପୁରୀ ଲୋକସଭା ପ୍ରାର୍ଥୀଙ୍କ ଦ୍ଵାରା ଦିଆଯାଇଥିବା ଅଶୋଭନୀୟ ଟିପ୍ପଣୀକୁ କଡ଼ା ଶବ୍ଦରେ ନିନ୍ଦା କରିଛି। ମୁଁ ବିଜେପିକୁ ମହାପ୍ରଭୁଙ୍କୁ କୌଣସି ପ୍ରକାରର ରାଜନୀତିରୁ ଉର୍ଦ୍ଧ୍ଵରେ ରଖିବାକୁ ଅପିଲ୍ କରୁଛି । ଏମିତି କରି ଆପଣ ଓଡ଼ିଶାର ଅସ୍ମିତାକୁ ଗଭୀର ଆଘାତ ଦେଇଛନ୍ତି। ଏହାକୁ ଓଡ଼ିଶାବାସୀ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରଖିବେ ଏବଂ ଏହାର ନିନ୍ଦା କରିବେ ।‘

ଉଲ୍ଲେଖଯୋଗ୍ୟ ଯେ ସୋମବାର ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ଶୋ ହୋଇଥିଲା । ତେବେ ଏହାପରେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ୱିତ୍ ପାତ୍ରଙ୍କ ଏକ ବୟାନ ବିବାଦ ସୃଷ୍ଟି କରିଥିଲା । ସେ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ମୋଦୀଙ୍କ ଭକ୍ତ । ଏବେ ସେହି ବୟାନକୁ ନେଇ ଏବେ ବିଜେଡି ତାଙ୍କୁ ଘେରିଛି ।