ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନେଇ ରାଗିଗଲେ ଆଇନମନ୍ତ୍ରୀ, କହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୧: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରବଳ ରାଗି ଯାଇଛନ୍ତି। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବୁଧବାର ବୈଠକ ବସିବ। ଏଥିରେ ନିଶ୍ଚିତ ନିର୍ଯାସ ବାହାରିବ। ୩ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯଦି ସେବାୟତ ନିଯୋଗଙ୍କ ସମସ୍ୟା ଅଛି ତେବେ ଆଲୋଚନା କରିବା ଆବଶ୍ୟକ। ଆଲୋଚନା ନ କରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍‌ […] The post ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନେଇ ରାଗିଗଲେ ଆଇନମନ୍ତ୍ରୀ, କହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନେଇ ରାଗିଗଲେ ଆଇନମନ୍ତ୍ରୀ, କହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୧: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରବଳ ରାଗି ଯାଇଛନ୍ତି। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବୁଧବାର ବୈଠକ ବସିବ। ଏଥିରେ ନିଶ୍ଚିତ ନିର୍ଯାସ ବାହାରିବ। ୩ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯଦି ସେବାୟତ ନିଯୋଗଙ୍କ ସମସ୍ୟା ଅଛି ତେବେ ଆଲୋଚନା କରିବା ଆବଶ୍ୟକ। ଆଲୋଚନା ନ କରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ୍‌ ନୁହେଁ। ତର୍ଜମା ପରେ ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ,  ୩ ଦିନ ହେଲାଣି ଉପାସରେ ରହିଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ। ସୋମବାର ଠାରୁ ବୁଧବାର ସକାଳ ସୁଦ୍ଧା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ମିଳିଛି।

ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ ସମାଧାନ ପାଇଁ ବ୍ରାହ୍ମଣ ନିଯୋଗ ପକ୍ଷରୁ ଦାବି କରାଯାଇଛି। ଏପରିକି ବ୍ରାହ୍ମଣ ନିଯୋଗ ପକ୍ଷରୁ ଆଇନ ମନ୍ତ୍ରୀଙ୍କ ମଧ୍ୟ ହସ୍ତକ୍ଷେପ ଲୋଡାଯାଇଥିଲା। ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି।

The post ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନେଇ ରାଗିଗଲେ ଆଇନମନ୍ତ୍ରୀ, କହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.