ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଉତ୍ସବ, ଠାକୁର ପିନ୍ଧିଲେ ନୂଆ ବସ୍ତ୍ର ସହ ସୁଭଦ୍ରାଙ୍କ ରାକ୍ଷୀ
କେନ୍ଦ୍ରାପଡା ୧୯/୦୮: ଆଜି ପବିତ୍ର ରକ୍ଷାବନ୍ଧନ ଏବଂ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଉତ୍ସବ l ଆଜି ଭାଇ ହାତରେ ଭଉଣୀ ବାନ୍ଧିଛି ସ୍ନେହ, ପ୍ରେମ, ବିଶ୍ୱାସ ଓ ଭଲପାଇବାର ରାଖୀ l ଏହି ପବିତ୍ର ଅବସରରେ ତୁଳସୀ କ୍ଷେତ୍ର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ଏବଂ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ହାତରେ ଭଉଣୀ ସୁଭଦ୍ରା ରାଖୀ ବାନ୍ଧିଛନ୍ତି l ଏହି ଅବସରରେ କେନ୍ଦ୍ରାପଡା ର ବଳଦେବଜୀଉଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଟିତ ହେଉଛି । ଶ୍ରୀଜୀଉ ମାନଙ୍କ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତୀ କରାଯାଇ ପରେ ନୀତି ସ୍ନାନ କରାଯାଇ ଥିଲା l ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଦିନ ପାଇଁ ଦିଅଁ ମାନଙ୍କୁ ନୂତନ ବସ୍ତ୍ର ପିନ୍ଧା ଯାଇଥିଲା। ଧୂପ ପରେ ଶ୍ରୀକ୍ଷେତ୍ର ପୁରୀରୁ ଭଉଣୀ ସୁଭଦ୍ରା ପଠାଇଥିବା ରାଖୀ କୁ ବଡ଼ ଭାଇ ଶ୍ରୀ ବଳଦେବଜୀଉ ଏବଂ ସାନ ଭାଇ ଶ୍ରୀ ଜଗନ୍ନାଥ ପିନ୍ଧିଥିଲେ l
କେନ୍ଦ୍ରାପଡା ୧୯/୦୮: ଆଜି ପବିତ୍ର ରକ୍ଷାବନ୍ଧନ ଏବଂ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଉତ୍ସବ l ଆଜି ଭାଇ ହାତରେ ଭଉଣୀ ବାନ୍ଧିଛି ସ୍ନେହ, ପ୍ରେମ, ବିଶ୍ୱାସ ଓ ଭଲପାଇବାର ରାଖୀ l ଏହି ପବିତ୍ର ଅବସରରେ ତୁଳସୀ କ୍ଷେତ୍ର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ଏବଂ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ହାତରେ ଭଉଣୀ ସୁଭଦ୍ରା ରାଖୀ ବାନ୍ଧିଛନ୍ତି l
ଏହି ଅବସରରେ କେନ୍ଦ୍ରାପଡା ର ବଳଦେବଜୀଉଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଟିତ ହେଉଛି । ଶ୍ରୀଜୀଉ ମାନଙ୍କ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତୀ କରାଯାଇ ପରେ ନୀତି ସ୍ନାନ କରାଯାଇ ଥିଲା l ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଦିନ ପାଇଁ ଦିଅଁ ମାନଙ୍କୁ ନୂତନ ବସ୍ତ୍ର ପିନ୍ଧା ଯାଇଥିଲା। ଧୂପ ପରେ ଶ୍ରୀକ୍ଷେତ୍ର ପୁରୀରୁ ଭଉଣୀ ସୁଭଦ୍ରା ପଠାଇଥିବା ରାଖୀ କୁ ବଡ଼ ଭାଇ ଶ୍ରୀ ବଳଦେବଜୀଉ ଏବଂ ସାନ ଭାଇ ଶ୍ରୀ ଜଗନ୍ନାଥ ପିନ୍ଧିଥିଲେ l