ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ…

ଭିବାନୀ,୨୩।୧: ହରିୟାଣାର ଭିବାନୀରେ ରାମଲୀଳା ଚାଲୁଥିବା ବେଳେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ ଘଟିଛି। ସାଥୀ କଳାକାରମାନେ ଏହା ବୁଝିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇଛି। ମୃତକଜଣଙ୍କ ହରିଶ କୁମାର ବୋଲି ପୋଲିସ କହିଛି। ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଭିବାନୀରେ ସୋମବାର ଅପରାହ୍ନରେ ରାମଲୀଳା ପରିବେଷଣ କରାଯାଉଥିଲା। ଏଥିରେ ହରିଶ […] The post ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ… appeared first on Dharitri Odia News.

ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ…

ଭିବାନୀ,୨୩।୧: ହରିୟାଣାର ଭିବାନୀରେ ରାମଲୀଳା ଚାଲୁଥିବା ବେଳେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ ଘଟିଛି। ସାଥୀ କଳାକାରମାନେ ଏହା ବୁଝିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇଛି। ମୃତକଜଣଙ୍କ ହରିଶ କୁମାର ବୋଲି ପୋଲିସ କହିଛି। ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ।

ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଭିବାନୀରେ ସୋମବାର ଅପରାହ୍ନରେ ରାମଲୀଳା ପରିବେଷଣ କରାଯାଉଥିଲା। ଏଥିରେ ହରିଶ କୁମାର ହନୁମାନ ଭୂମିକାରେ ଅଭିନୟ କରୁଥିଲେ। ଶ୍ରୀରାମଙ୍କ ଭଜନରେ ନାଚିବା ସମୟରେ ହଠାତ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ପରେ ସେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ପାଦ ତଳେ ପଡ଼ିଯାଇଥିଲେ। ସେ ଅଭିନୟ କରୁଥିବା ଅନ୍ୟମାନେ ଭାବିଥିଲେ। ହେଲେ କିଛି ସମୟ ପରେ ସେ ଆଦୌ ହଲଚଲ ହୋଇ ନ ଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସ ମୃତଦେହର ପୋଷ୍ଟମର୍ଟମ କରାଇଥିବା ବେଳେ ମୃତ୍ୟୁର କାରଣ ହାର୍ଟ ଆର୍ଟାକ ବୋଲି କହିଛି।

The post ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ… appeared first on Dharitri Odia News.