ପ୍ରମିଳାଙ୍କ ଭାଇଙ୍କ ଘରେ ପଶିଲା ଇଡି: ‘ବିଶ୍ବ’ ଅଫିସରେ ତଦନ୍ତକାରୀ ଏଜେନ୍ସିର ବଡ ରେଡ୍
କନକ ବ୍ୟୁରୋ: ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଅଫିସ ଓ ଘରେ ପଶିଲା ଇଡି । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ଷୀରୋଦଙ୍କ ସମ୍ବଲପୁରସ୍ଥିତ ବିଶ୍ବ ଏନଜିଓ ସମେତ ସମ୍ବଲପୁରର ୩ଟି ସ୍ଥାନ ଓ ଦିଲ୍ଲୀରେ ବି ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନେତ୍ରୀ ପ୍ରମିଳା ମଲ୍ଲିକ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକ ଏନଜିଓ ବିଶ୍ବର ସମ୍ବଲପୁର ଅଫିସରେ ଇଡିର ରେଡ୍ । ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଏହି ବଡ ରେଡ ହୋଇଛି । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଏହି ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମ୍ବଲପୁର ଗୋପାଳମାଲସ୍ଥିତ ବିଶ୍ବ ଅଫିସରେ ସକାଳୁ ଇଡିର ଟିମ୍ ଆସି ତନାଘନା କରିଛନ୍ତି । କ୍ଷୀରୋଦ ମଲ୍ଲିକଙ୍କ ଘରେ ବି ଇଡ ପଶିଛି । ବିଶ୍ବ NGOର ଫାଉଣ୍ଡର ହେଉଛନ୍ତି ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକ । କ୍ଷୀରୋଦ ମଲ୍ଲିକଙ୍କ ଦୀର୍ଘଦିନ ହେଲା ପରଲୋକ ହୋଇସାରିଛି । କ୍ଷୀରୋଦ ମଲ୍ଲିକ ଅନେକ ରାଷ୍ଟାୟତ୍ତ ଓ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ । ହେଲେ ପରେ ଏହାକୁ ସୁଝିନଥିଲେ । ତାଙ୍କ ଏନଜିଓ ଭାରତ ଇଂଟିଗ୍ରେଟେଡ ସୋସିଆଲ ୱେଲଫେୟାର ଏଜେନ୍ସି, ବିଶ୍ବ ୨୩୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଏହି ଚଢାଉ କରିଛି । ୨୮ଟି ରାଷ୍ଟ୍ରାୟତ୍ତ, ଘରୋଇ ଓ ବିଦେଶୀ ବ୍ୟାଙ୍କରୁ ୨୩୧.୮୦ କୋଟି ଟଂକା ଋଣ ନିଆଯାଇ

କନକ ବ୍ୟୁରୋ: ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଅଫିସ ଓ ଘରେ ପଶିଲା ଇଡି । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ଷୀରୋଦଙ୍କ ସମ୍ବଲପୁରସ୍ଥିତ ବିଶ୍ବ ଏନଜିଓ ସମେତ ସମ୍ବଲପୁରର ୩ଟି ସ୍ଥାନ ଓ ଦିଲ୍ଲୀରେ ବି ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ନେତ୍ରୀ ପ୍ରମିଳା ମଲ୍ଲିକ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକ ଏନଜିଓ ବିଶ୍ବର ସମ୍ବଲପୁର ଅଫିସରେ ଇଡିର ରେଡ୍ । ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଏହି ବଡ ରେଡ ହୋଇଛି । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଏହି ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମ୍ବଲପୁର ଗୋପାଳମାଲସ୍ଥିତ ବିଶ୍ବ ଅଫିସରେ ସକାଳୁ ଇଡିର ଟିମ୍ ଆସି ତନାଘନା କରିଛନ୍ତି । କ୍ଷୀରୋଦ ମଲ୍ଲିକଙ୍କ ଘରେ ବି ଇଡ ପଶିଛି । ବିଶ୍ବ NGOର ଫାଉଣ୍ଡର ହେଉଛନ୍ତି ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକ । କ୍ଷୀରୋଦ ମଲ୍ଲିକଙ୍କ ଦୀର୍ଘଦିନ ହେଲା ପରଲୋକ ହୋଇସାରିଛି ।
କ୍ଷୀରୋଦ ମଲ୍ଲିକ ଅନେକ ରାଷ୍ଟାୟତ୍ତ ଓ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ । ହେଲେ ପରେ ଏହାକୁ ସୁଝିନଥିଲେ । ତାଙ୍କ ଏନଜିଓ ଭାରତ ଇଂଟିଗ୍ରେଟେଡ ସୋସିଆଲ ୱେଲଫେୟାର ଏଜେନ୍ସି, ବିଶ୍ବ ୨୩୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଏହି ଚଢାଉ କରିଛି । ୨୮ଟି ରାଷ୍ଟ୍ରାୟତ୍ତ, ଘରୋଇ ଓ ବିଦେଶୀ ବ୍ୟାଙ୍କରୁ ୨୩୧.୮୦ କୋଟି ଟଂକା ଋଣ ନିଆଯାଇଛି । ଏହି ଋଣ ଜାଲିଆତିରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ୨୯.୦୬ କୋଟି ଋଣ ଦେଇଥିବାବେଳେ କର୍ଣ୍ଣାଟକ ବ୍ୟାଙ୍କ ୨୦.୨୬ କୋଟି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ୧୯.୪୧ କୋଟି ଋଣ ଦେଇଛନ୍ତି ।
ପୂର୍ବରୁ ବିଶ୍ବ ଏନଜିଓ ପକ୍ଷରୁ କ୍ରାଇମବ୍ରାଂଚ ଓ ଇଡି ପକ୍ଷରୁ ଚଢାଉ କରାଯାଇଥିଲା । ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବି ଜବତ କରିଥିଲେ ତଦନ୍ତକାରୀ ଏଜେନ୍ସି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।
ବିଶ୍ବ ଏନଜିଓ କିଛିଦିନ ହେଲା ବନ୍ଦ ରହିଛି । ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ୨୦୧୯ ମସିହାରେ କ୍ଷୀରୋଦ ମଲ୍ଲିକଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏବେ ଇଡିର ତନାଘନା ପରେ ସତ ବାହାରିବ ବୋଲି ଚର୍ଚ୍ଚା ଆରମ୍ଭ ହେଉଛି ।