ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମସାଇ ସ୍କୁଲ ସମଗ୍ର ଭାରତ ବର୍ଷରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏପରିକି ଖୁବ୍‌ କମ୍‌ ଦିନ ମଧ୍ୟରେ ସ୍କୁଲ ୫୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ କରାଇବା ସହିତ ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ସେହିଭଳି ୧୦୦ରୁ ଅଧିକ ଦଳଙ୍କୁ ପ୍ରଶିକ୍ଷିତ କରିବା ସହିତ ବିଭିନ୍ନ ସ୍ତରରେ ନିୟୋଜିତ କରିପାରିଛି। ବର୍ତ୍ତମାନ ୬୦୦୦ରୁ ଊର୍ଦ୍ଧ୍ୱ ପିଲା (ଛାତ୍ରୀଛାତ୍ର) ନାମ […] The post ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ appeared first on Dharitri Odia News.

ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମସାଇ ସ୍କୁଲ ସମଗ୍ର ଭାରତ ବର୍ଷରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏପରିକି ଖୁବ୍‌ କମ୍‌ ଦିନ ମଧ୍ୟରେ ସ୍କୁଲ ୫୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ କରାଇବା ସହିତ ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ସେହିଭଳି ୧୦୦ରୁ ଅଧିକ ଦଳଙ୍କୁ ପ୍ରଶିକ୍ଷିତ କରିବା ସହିତ ବିଭିନ୍ନ ସ୍ତରରେ ନିୟୋଜିତ କରିପାରିଛି। ବର୍ତ୍ତମାନ ୬୦୦୦ରୁ ଊର୍ଦ୍ଧ୍ୱ ପିଲା (ଛାତ୍ରୀଛାତ୍ର) ନାମ ଲେଖା ପାଇଁ କୃତକାର୍ଯ୍ୟ ହାଇପାରିଛନ୍ତି। ଏ ସମ୍ପର୍କରେ ମସାଇ ସ୍କୁଲର ସହ-ପ୍ରତିଷ୍ଠାତା ତଥା ସିଇଓ ପ୍ରତୀକ୍‌ ଶୁକ୍ଳା କହିଛନ୍ତି, ଆମେ କେବଳ ଛାତ୍ରୀଛାତ୍ରମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦେଇଥାଉ। ଫଳରେ ସେମାନେ ତାଙ୍କର ଦକ୍ଷତା ଓ କୌଶଳ ପ୍ରଦର୍ଶନ କରିଥାନ୍ତି। ଏପରିକି ଯୋଜନାକୁ ରୂପରେଖ ଦେବା ସହିତ ଶିଳ୍ପ କ୍ଷେତ୍ରରେ ରହିଥିବା ଅନେକ ପ୍ରମୁଖ ପ୍ରତିଷ୍ଠାନ ସହିତ ହାତ ମିଳାଇ ମସାଇ ସ୍କୁଲ ସହଭାଗିତାର ବିକାଶକୁ ଆଗକୁ ନେଇପାରିଛି। ସେଥିମଧ୍ୟରେ ଆଇଆଇଟି ଗୁଆହାଟୀ, ଆଇଆଇଟି ମଣ୍ଡି ଏବଂ ଆଇଆଇଟି ରୋପାର ସମେତ ନ୍ୟାଶନାଲ ସ୍କ୍ରିଲ ଡେଭଲପମେଣ୍ଟ କର୍ପୋରେଶନ (ଏନଏସଡିସି) ଭଳି ଶିକ୍ଷାନୁଷ୍ଠାନ ସାମିଲ ରହିଛି, ଯାହାକୁ ସାଙ୍ଗରେ ନେଇ ରହିଥିବା ବାଧାକୁ ଦୂର କରି ମସାଇ ସ୍କୁଲ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିଛି।

The post ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ appeared first on Dharitri Odia News.