ପ୍ରଶଂସକଙ୍କୁ ଇଦ୍ ଉପହାର ଦେଲେ ସଲମାନ
ସିନେମାପ୍ରେମୀଙ୍କ ପାଇଁ ଇଦ୍ ଅର୍ଥ ହେଉଛି ସଲମାନ ଖାନଙ୍କ ଫିଲ୍ମ ରିଲିଜ। କିନ୍ତୁ ଚଳିତ ବର୍ଷ ବଲିଉଡର ଭାଇଜାନଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। କିନ୍ତୁ ସଲ୍ଲୁ ତାଙ୍କ ପ୍ରଶଂସକଙ୍କୁ ଇଦ ଉପହାର ଦେଇଛନ୍ତି। ସଲମାନ ଇଦ ୨୦୨୫ ପାଇଁ ତାଙ୍କର ନୂଆ ଫିଲ୍ମ ନାଁ ଘୋଷଣା କରିଛନ୍ତି । ଇଦ ୨୦୨୫ରେ ବକ୍ସ ଅଫିସରେ ସଲମାନ ଜଲଓ୍ବା ଦେଖାଇବେ। ପ୍ରସିଦ୍ଧ ନିର୍ମାତା ସାଜିଦ ନାଦିଆୱାଲା ଏବଂ ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶକ ଏ.ଆର.ମୁରୁଗାଦୋସଙ୍କ ସହଯୋଗରେ ଏକ ନୂଆ […] The post ପ୍ରଶଂସକଙ୍କୁ ଇଦ୍ ଉପହାର ଦେଲେ ସଲମାନ appeared first on Dharitri Odia News.
ସିନେମାପ୍ରେମୀଙ୍କ ପାଇଁ ଇଦ୍ ଅର୍ଥ ହେଉଛି ସଲମାନ ଖାନଙ୍କ ଫିଲ୍ମ ରିଲିଜ। କିନ୍ତୁ ଚଳିତ ବର୍ଷ ବଲିଉଡର ଭାଇଜାନଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। କିନ୍ତୁ ସଲ୍ଲୁ ତାଙ୍କ ପ୍ରଶଂସକଙ୍କୁ ଇଦ ଉପହାର ଦେଇଛନ୍ତି। ସଲମାନ ଇଦ ୨୦୨୫ ପାଇଁ ତାଙ୍କର ନୂଆ ଫିଲ୍ମ ନାଁ ଘୋଷଣା କରିଛନ୍ତି ।
ଇଦ ୨୦୨୫ରେ ବକ୍ସ ଅଫିସରେ ସଲମାନ ଜଲଓ୍ବା ଦେଖାଇବେ। ପ୍ରସିଦ୍ଧ ନିର୍ମାତା ସାଜିଦ ନାଦିଆୱାଲା ଏବଂ ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶକ ଏ.ଆର.ମୁରୁଗାଦୋସଙ୍କ ସହଯୋଗରେ ଏକ ନୂଆ ଫିଲ୍ମ ଆଣିବାକୁ ଯାଉଛନ୍ତି। ଇଦ୍ର ବିଶେଷ ଉତ୍ସବରେ ନିର୍ମାତା ସଲମାନଙ୍କ ଫିଲ୍ମର ନାମ ଉନ୍ମୋଚନ କରିଛନ୍ତି। ସଲ୍ଲୁ ଇଦ ୨୦୨୫ରେ ‘ସିକନ୍ଦର୍’ ସହିତ ପରଦାକୁ କମ୍ବ୍ୟାକ୍ କରିବେ।
‘ସିକନ୍ଦର’ ପୂର୍ବରୁ ମଧ୍ୟ ନିର୍ମାତା ସାଜିଦ ନାଦିଆଡୱାଲା ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ଯୋଡି ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଏହି ଯୋଡି ‘ଜୁଡୱା’, ‘ମୁଝ୍ସେ ସାଦି କରୋଗୀ’, ‘କିକ’ ଭଳି ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତ। ତେବେ କିକ ପରଠାରୁ ପ୍ରଶଂସକମାନେ ସଲମାନ ଏବଂ ସାଜିଦଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଅପେକ୍ଷା ‘ସିକାନ୍ଦର୍’ର ଘୋଷଣା ସହିତ ଶେଷ ହୋଇଛି।
The post ପ୍ରଶଂସକଙ୍କୁ ଇଦ୍ ଉପହାର ଦେଲେ ସଲମାନ appeared first on Dharitri Odia News.