ପ୍ରଶାନ୍ତ କିଶୋରଙ୍କୁ ପିଟିଦେଲା ଗାଡ଼ି

ଆଗାମୀ ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ସମସ୍ତ ୨୪୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି।

ପ୍ରଶାନ୍ତ କିଶୋରଙ୍କୁ ପିଟିଦେଲା ଗାଡ଼ି

ଏକ ଗାଡ଼ି ଧକ୍କା ଦେବାରୁ ବିହାରର ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ଆହତ ହୋଇଛନ୍ତି। ତାଙ୍କ ପିଞ୍ଜରା ହାଡ଼ରେ ଆଘାତ ଲାଗିଛି।

ଆଜି ଅରାରେ ପ୍ରଶାନ୍ତ କିଶୋରଙ୍କ ‘ବିହାର ବଦଲାଓ ସଭା’ରେ ଯୋଗ ଦେଇଥିଲେ। ସେଠାରେ ଲୋକଙ୍କ ଗହଳି ଭିତରେ ସେ ଚାଲି ଚାଲି ଯାଉଥିବା ବେଳେ ଭୁଲବଶତଃ ଏକ ଗାଡ଼ି ତାଙ୍କୁ ପିଟି ଦେଇଥିଲା। ଫଳରେ ତାଙ୍କ ପିଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ନାହିଁ ବୋଲି ତାଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି।

ଏହି ଘଟଣା ପରେ ଚିକିତ୍ସା ପାଇଁ ପ୍ରଶାନ୍ତ କିଶୋର ପାଟନା ଫେରିଆସିଥିଲେ। ତାଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଆଗାମୀ ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ସମସ୍ତ ୨୪୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଫଳରେ ଏଥର ବିହାରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଛି। କାରଣ ମୈଦାନରେ ଜେଡି(ୟୁ)-ବିଜେପି ମେଣ୍ଟ ଓ ମହାଗଠବନ୍ଧନ ମଧ୍ୟ ଅଛନ୍ତି।