ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ: ବିଜେଡି

ଭୁବନେଶ୍ୱର : ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀ ଓ ଗୁଣ୍ଡାଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ବିଜେପି ଗଣମାଧ୍ୟମ ସାମ୍ନାକୁ ଆସି କରୁଥିବା ଉଦ୍ୟମ ଲାଗି ଲଜ୍ଜିତ ହେବା ଉଚିତ। ବିଜେପିର ପୂର୍ବତନ ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ଭଳି ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ରକ୍ଷା ଲାଗି ଆଗେଇ ଆସିବା ଦେଖି ଆଶ୍ଚର୍ଯ୍ୟ ଲାଗୁଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ଶ୍ରୀମତୀ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ସମୀର ମହାନ୍ତି ଲଜ୍ଜିତ ହେବା […]

ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ: ବିଜେଡି
ipsita sahoo

ଭୁବନେଶ୍ୱର : ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀ ଓ ଗୁଣ୍ଡାଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ବିଜେପି ଗଣମାଧ୍ୟମ ସାମ୍ନାକୁ ଆସି କରୁଥିବା ଉଦ୍ୟମ ଲାଗି ଲଜ୍ଜିତ ହେବା ଉଚିତ। ବିଜେପିର ପୂର୍ବତନ ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ଭଳି ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ରକ୍ଷା ଲାଗି ଆଗେଇ ଆସିବା ଦେଖି ଆଶ୍ଚର୍ଯ୍ୟ ଲାଗୁଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ଶ୍ରୀମତୀ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ସମୀର ମହାନ୍ତି ଲଜ୍ଜିତ ହେବା କଥା ଯେ ସେ ସେହି ବ୍ୟକ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କୁ ରକ୍ଷା କରୁଛନ୍ତି ଯିଏ ମଦ୍ୟପାନ କରି ନିଜ କାର୍‌ରେ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ । ଏଥିପାଇଁ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା।

ଏହା ପୂର୍ବରୁ ଶ୍ରୀ ଜଗଦ୍ଦେବ ଖୋର୍ଦ୍ଧାର ଜଣେ ବିଜେପି ନଗର ସଭାପତିଙ୍କୁ ମାଡ଼ ମାରିଥିଲେ। ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ସହ ଥିବା କିଛି ଅସାମାଜିକ ବ୍ୟକ୍ତି କେବଳ ଇଭିଏମ୍‌ ଭାଙ୍ଗିନଥିଲେ ବରଂ ଦୁଇ ଦିନ ତଳେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ରେ ଥିବା ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ସହ ଥିବା ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ସେ ସେଠାରୁ ଫେରାର୍‌ ହେଉଥିଲେ।

ଯେଉଁମାନେ ସେହି ସମୟରେ ଧାଡ଼ିରେ ଥିଲେ ଏବଂ ଶ୍ରୀ ଜଗଦେବ ତାଙ୍କୁ ପଛକୁ ଠେଲି ଦେଇଥିବା ଦେଖିଛନ୍ତି। କାହାକୁ ବୋକା ବନାଇବାକୁ ଚେଷ୍ଟା କରୁଛି ଓଡିଶା ବିଜେପି ? ଆମେ ଆଶା କରୁଛୁ ଯେ ଓଡ଼ିଶା ବିଜେପିର କିଛି ଲଜ୍ଜା ରହିବ ଏବଂ ଶ୍ରୀ ଜଗଦ୍ଦେବ ଭଳି ଜଣେ ଅଭ୍ୟାସଗତ ଅପରାଧୀ, ଠକ ଓ ଗୁଣ୍ଡାଙ୍କୁ ରକ୍ଷା କରିବାକୁ ଆସିବ ନାହିଁ। ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଥିବା ନିର୍ବାଚନ ପର୍ଯ୍ୟଟକମାନେ ପ୍ରଥମେ ବିଜେପିରେ ଗୁଣ୍ଡା, ଠକ ଓ ଜମି ଜବରଦଖଲକାରୀଙ୍କ କଥା କହିବା ଉଚିତ। ଓଡ଼ିଶା ବିଜେପିର ଏଭଳି ନିମ୍ନସ୍ତରୀୟ ରାଜନୀତି ଯୋଗୁଁ ଲୋକମାନେ ସେମାନଙ୍କୁ ବାରମ୍ୱାର ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।