ପ୍ରଶିକ୍ଷଣ ନେବେ ନବାଗତ, ଅଭିଜ୍ଞତା ବାଣ୍ଟିବେ ଅଭିଜ୍ଞ: ୧୭ ଓ ୧୮ ତାରିଖରେ ଚାଲିବ ଟ୍ରେନିଂ
ଭୁବନେଶ୍ୱର ୧୬/୦୮: ପ୍ରଶିକ୍ଷଣ ନେବେ ବିଧାୟକ । ଏଥିପାଇଁ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ହେବ । ବିଧାନସଭାର ସଦସ୍ୟଙ୍କୁ ଗୃହର ନୀତିନିୟମ ଓ ଗୃହ ପରିଚାଳନା ବାବଦରେ ଜଣାଇବା ସହିତ ବିଭିନ୍ନ କମିଟିର କାର୍ଯ୍ୟଶୈଳୀ, ବଜେଟ୍ ପ୍ରକ୍ରିୟା ଓ ବିଧାୟକଙ୍କୁ ସ୍ୱାଧିକାର ଓ ଶୃଙ୍ଖଳା ବାବଦରେ ବ୍ୟାପକ ଜ୍ଞାନ ଦେବାକୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ । ଏଥର ବିଧାନସଭାକୁ ୮୪ଜଣ ନୂଆ ବିଧାୟକ ପ୍ରଥମଥର ପାଇଁ ଆସିଛନ୍ତି । ଅନେକ ବିଧାୟକ ଗୃହର ନୀତିନିୟମ ସହିତ ଆଦୌ ଅଭ୍ୟସ୍ତ ନୁହନ୍ତି । ସେମାନଙ୍କୁ ଦିଗଦର୍ଶନ ଦେବା ସହିତ ପୁରୁଣା ସଦସ୍ୟଙ୍କୁ ନେଭା ଆପ୍ଲିକେସନ ବାବଦରେ ଜଣାଇବାକୁ ବାଚସ୍ପତି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ଏହି ଦିଗଦର୍ଶନ କାର୍ଯ୍ୟକ୍ରମର ଉଦ୍ଘାଟନ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିବେ । ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାନସଭାର ସଚିବ ଦାଶରଥୀ ଶତପଥୀ ଓ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଉଦ୍ଘାଟନୀ ସଭାରେ ଉପସ୍ଥିତ ରହିବେ । ତେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବେ । ଏହାପରେ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ ହେବ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂସଦୀୟ ସ
ଭୁବନେଶ୍ୱର ୧୬/୦୮: ପ୍ରଶିକ୍ଷଣ ନେବେ ବିଧାୟକ । ଏଥିପାଇଁ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ହେବ । ବିଧାନସଭାର ସଦସ୍ୟଙ୍କୁ ଗୃହର ନୀତିନିୟମ ଓ ଗୃହ ପରିଚାଳନା ବାବଦରେ ଜଣାଇବା ସହିତ ବିଭିନ୍ନ କମିଟିର କାର୍ଯ୍ୟଶୈଳୀ, ବଜେଟ୍ ପ୍ରକ୍ରିୟା ଓ ବିଧାୟକଙ୍କୁ ସ୍ୱାଧିକାର ଓ ଶୃଙ୍ଖଳା ବାବଦରେ ବ୍ୟାପକ ଜ୍ଞାନ ଦେବାକୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ।
ଏଥର ବିଧାନସଭାକୁ ୮୪ଜଣ ନୂଆ ବିଧାୟକ ପ୍ରଥମଥର ପାଇଁ ଆସିଛନ୍ତି । ଅନେକ ବିଧାୟକ ଗୃହର ନୀତିନିୟମ ସହିତ ଆଦୌ ଅଭ୍ୟସ୍ତ ନୁହନ୍ତି । ସେମାନଙ୍କୁ ଦିଗଦର୍ଶନ ଦେବା ସହିତ ପୁରୁଣା ସଦସ୍ୟଙ୍କୁ ନେଭା ଆପ୍ଲିକେସନ ବାବଦରେ ଜଣାଇବାକୁ ବାଚସ୍ପତି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ଏହି ଦିଗଦର୍ଶନ କାର୍ଯ୍ୟକ୍ରମର ଉଦ୍ଘାଟନ ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିବେ ।
ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାନସଭାର ସଚିବ ଦାଶରଥୀ ଶତପଥୀ ଓ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଉଦ୍ଘାଟନୀ ସଭାରେ ଉପସ୍ଥିତ ରହିବେ । ତେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବେ । ଏହାପରେ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ ହେବ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂସଦୀୟ ସ୍ୱାଧିକାର ଓ କିଭଳି ଜଣେ ଦକ୍ଷ ବିଧାୟକ ହୋଇପାରିବ ତା ଉପରେ ବକ୍ତବ୍ୟ ରଖିବେ ।
ସଂସଦ ବା ବିଧାନସଭାରେ କିଭଳି ଜନସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ଉତ୍ଥାପନ କରି ହେବ ତା ଉପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦିଗଦର୍ଶନ ଦେବେ । ଅପରାହ୍ନରେ ନେଭା ଆପ୍ଲିକେସନ ଉପରେ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣର ଦ୍ୱିତୀୟ ଦିନରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ବଜେଟ୍ ପ୍ରକ୍ରିୟା ଉପରେ ବିଧାୟକଙ୍କୁ ଟିକିନିଖି ବୁଝାଇବେ ।
ଏହାପରେ ସାଂସଦ ଭର୍ତ୍ତୃହରି ମହତାବ ଗଣତନ୍ତ୍ରରେ କମିଟିର କାର୍ଯ୍ୟଶୈଳୀ ଓ ଏହାର ସୁଫଳ ବିଷୟରେ କହିବେ । ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ବିଧାନସଭା ପ୍ରକ୍ରିୟା ଉପରେ ଦିଗଦର୍ଶନ ଦେବା ନେଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ଓ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ । ବିଧାନସଭା ପକ୍ଷରୁ ଏହି କାର୍ଯ୍ୟକ୍ରମ ସୂଚୀକୁ ଏଭଳି ପ୍ରସ୍ତୁତ କରାଯାଇଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ନୂଆ ବିଧାୟକଙ୍କ ତାଲିମ ପାଇଁ ସବୁ ବିଧାନସଭା ଆରମ୍ଭରୁ ଏହି କାର୍ଯ୍ୟକ୍ରମ ହୁଏ। ବୈଠକକୁ ଅତିଥି ଭାବେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ, ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ଘଡ଼ାଇ ଓ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଡକାଯାଇଛି । ବିଧାନସଭାର ନୀତି ନିୟମ ଭିତରେ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।