ପ୍ରଶ୍ନପତ୍ର ଲିକ୍ ଘଟଣା: ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବିଗତ କିଛି ବର୍ଷ ଧରି ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାର ଏବଂ ଗଣଶିକ୍ଷା ବିଭାଗ ଚୁପ ହୋଇ ବସିଛଛି। ଗତ ୨୩ ତାରିଖ ଦିନ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ମାଟ୍ରିକ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ଆଗରୁ ଦ୍ୱିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର, ୨୬ ତାରିଖ ଦିନ ଗଣିତ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ପରୀକ୍ଷାରେ ପଡ଼ିଥିବା ହିନ୍ଦୀ ଓ […] The post ପ୍ରଶ୍ନପତ୍ର ଲିକ୍ ଘଟଣା: ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ appeared first on Dharitri Odia News.
କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବିଗତ କିଛି ବର୍ଷ ଧରି ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାର ଏବଂ ଗଣଶିକ୍ଷା ବିଭାଗ ଚୁପ ହୋଇ ବସିଛଛି। ଗତ ୨୩ ତାରିଖ ଦିନ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ମାଟ୍ରିକ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ଆଗରୁ ଦ୍ୱିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର, ୨୬ ତାରିଖ ଦିନ ଗଣିତ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ପରୀକ୍ଷାରେ ପଡ଼ିଥିବା ହିନ୍ଦୀ ଓ ସଂସ୍କୃତ ପ୍ରଶ୍ନପତ୍ର ସହ ମଧ୍ୟ ତାର ସାମଞ୍ଜସ୍ୟ ରହିଲା ଯାହା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳିବା ସହିତ ସମାନ ଏବଂ ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ପକ୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଏବିଭିପିର ଜିଲା ସହ ସଂଯୋଜକ ସମୀର ବାରିକ, ନଗର ସମ୍ପାଦକ ଆଶୀର୍ବାଦ ନନ୍ଦ, ସୁଶାନ୍ତ ନାୟକ, ଲିପୁନ ବେହେରା, ବିନୋଦ ମୁଣ୍ଡାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।
The post ପ୍ରଶ୍ନପତ୍ର ଲିକ୍ ଘଟଣା: ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ appeared first on Dharitri Odia News.