ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…
ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ କଡ଼ା ସମାଲୋଚନା କରିଛନ୍ତି ସମୀର। ସେ କହିଛନ୍ତି, ଆପଣଙ୍କ ଦଳର ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ବୀକାର କରିପାରୁ ନାହାନ୍ତ। ଭାଜପାର ଲୋକକଲ୍ୟାଣରେ ଇର୍ଷାନ୍ବିତ ହୋଇ ପ୍ରସନ୍ନ ଏପରି ମନ୍ତବ୍ୟ ଦେଉଥିବା ସମୀର କହିଛନ୍ତି। ସେ ଆହୁରି ମଧ୍ୟ […] The post ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ… appeared first on Dharitri Odia News.
ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି।
ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ କଡ଼ା ସମାଲୋଚନା କରିଛନ୍ତି ସମୀର। ସେ କହିଛନ୍ତି, ଆପଣଙ୍କ ଦଳର ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ବୀକାର କରିପାରୁ ନାହାନ୍ତ। ଭାଜପାର ଲୋକକଲ୍ୟାଣରେ ଇର୍ଷାନ୍ବିତ ହୋଇ ପ୍ରସନ୍ନ ଏପରି ମନ୍ତବ୍ୟ ଦେଉଥିବା ସମୀର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁଙ୍କ ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ନିଜ କଥା ନା ପାର୍ଟିର। ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି କି ବୋଲି ସମୀର ପ୍ରସନ୍ନଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଏବେ ବି ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ରହିଥିବା ଦିବାଲୋକରେ ସ୍ପଷ୍ଟ ଜଣାପଡୁଛି।
ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଥିଲେ ବିଧାୟକ ପ୍ରସନ୍ନ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା ବେଳେ ନାଁ ନ ନେଇ ପ୍ରସନ୍ନ ତେର୍ଚ୍ଛାବାଣ ମାରିଥିଲେ। ସେ କହିଥିଲେ, ଏଠି ଚାରିଟା ସରକାର, ରାଜ୍ୟ କେମିତି ଚାଲିବ? ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ ଚାରିଜଣଙ୍କୁ ପଚାରୁଛନ୍ତି। ସେ ଆହୁରି କହିଥିଲେ, ଆମର ଗୋଟିଏ ସରକାର, ନବୀନ ପଟ୍ଟନାୟକ ଯାହା କହିଲେ ଆମେ ମାନିଲୁ। ୪ଟା କଥାରେ ସରକାର କିପରି ଚାଲିବ। ଗୋଟିଏ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଜଣଙ୍କୁ ପଚାରିବାକୁ ପଡୁଛି। ମାସ ମାସ ଫାଇଲ ପଡ଼ିରହୁଛି। ତେବେ ସରକାର ପରିବର୍ତ୍ତନ ଗଣତନ୍ତ୍ରର ନିୟମ। ସିଏ ଅଧିକ ଭୋଟ୍ ପାଇଲେ ସରକାର ଗଢ଼ିଲେ, ଆମେ କମ୍ ଭୋଟ ପାଇଲୁ ବିରୋଧୀ ଦଳ ହେଲୁ। ଶୁଣିକି ଆଶ୍ଚର୍ଯ୍ୟ ହେବେ, ଶାସନ ହାତରୁ ପଳାଇଲା ହେଲେ ବି ଆମେ ଅଧିକ ଭୋଟ ପାଇଛୁ। ଇଲେକ୍ସନ କମିଶନର ଯେଉଁ ତାଲିକା ପ୍ରକାଶ କରିଛନ୍ତି, ସେଥିରେ ବିଜେଡି ଅଧିକ ଭୋଟ ପାଇଥିବା ଜଣାପଡ଼ିଛି। ତେବେ ଆପଣ ଭାବୁଥିବେ ଅଧିକ ଭୋଟ୍ ପାଇ ଆମେ କିପରି ସରକାର ଗଠନ କରିପାରିଲୁ ନାହିଁ। ତେବେ ବହୁତ ଜାଗାରେ ତ୍ରୁଟି ହୋଇଛି, ଯଦି ଗୋଟିଏ ଜାଗାରେ ୨୫ ହଜାର ଭୋଟରେ ଜିତିଛୁ, ପୁଣି କେଉଁ ଜାଗାରେ ୫ଟା ଭୋଟରେ ହାରିଛୁ। ଏ ନେଇ ଆମ ସିଟ୍ କମିଲା, ଆମେ ବିରୋଧୀ ଦଳରେ ରହିଲୁ। ତେବେ ଦୁଃଖ ଲାଗୁଛି, ଯେଉଁ ଆଶା ଦେଇ ଭାଜପା ନିର୍ବାଚନ ଜିତିଲା ସୁଭଦ୍ରା କହି ଠକିଦେଲା। ୫୦ ହଜାର କହି ୫ ବର୍ଷରେ ଦେବ କହିଲା। ବିଜୁଳି ବିଲ୍ ୩୦୦ ୟୁନିଟ ଛାଡ଼ କହି ସୋଲାର ଲାଇଟ୍ ଲଗେଇବ। ଯାହାର ଚାଳଛପର ଘର, ସେ ବି ସୋଲାର ଲଗେଇବ। ଯିଏ ସୁଭଦ୍ରା ମା’କୁ ଠକିଲେ, ସେ ଜଗନ୍ନାଥଙ୍କୁ ମଧ୍ୟ ଠକିଦେବେ।
ପ୍ରସନ୍ନଙ୍କ ଏହି କଥା ପରେ ସମୀର ତାଙ୍କୁ କାଉଣ୍ଟର କରି ଉପରୋକ୍ତ କଥା କହିଛନ୍ତି।
The post ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ… appeared first on Dharitri Odia News.