ପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ । ୯୦ ବର୍ଷ ବୟସରେ ମୁମ୍ବାଇରେ ଶେଷନିଶ୍ବାସ ତ୍ୟାଗ

କନକ ବ୍ୟୁରୋ: ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ୧୯୭୬ରେ ଶ୍ୟାମ ବେନେଗଲଙ୍କୁ ଭାରତ ସରକାର ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ ।  ଶ୍ୟାମ ବେନେଗଲଙ୍କ ପ୍ରସିଦ୍ଧ ପିଲ୍ମ ମଧ୍ୟରେ ରହିଛି ଜୁବେଦା, ମନ୍ଥନ ଓ ସର୍ଦ୍ଦାରୀ । ଶ୍ୟାମ ବେନେଗଲଙ୍କ ପରଲୋକ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବଲିଉଡ ସେଲିବ୍ରିଟିଙ୍କ ଗହଣରେ ଶ୍ୟାମ ବେନେଗଲ ୧୪ ଡିସେମ୍ବରରେ ୯୦ତମ ଜନ୍ମଦିନ ପାଳନ କରିଥିଲେ । ଜଣେ ନିର୍ଦ୍ଦେଶକ ଭାବରେ ଅନ୍ତର୍ଜାତୀୟ ସ୍ତରରେ ସେ ବେଶ ନାଁ କମାଇଥିଲେ । ନିଶାନ୍ତ, ମନ୍ଥନ, ଭୂମିକା ଓ ସର୍ଦ୍ଦାରୀ ବେଗମ ଭଳି ଅନେକ କାଳଜୟୀ ଫିଲ୍ମ ନିର୍ମାଣ କରିଛନ୍ତି ଶ୍ୟାମ ବେନେଗଲ । ୧୯୭୪ରେ ଅଂକୁର ଫିଲ୍ମରୁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ଶ୍ୟାମ ବେନେଗଲ   ଏହି ଫିଲ୍ମ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଥିଲା ଏହି ଫିଲ୍ମ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇଥିଲା ବେନଗଲଙ୍କ ନିର୍ଦ୍ଦେଶିତ ମଂଥନ ଫିଲ୍ମ ଦର୍ଶକଙ୍କ ଟଙ୍କାରେ ନିର୍ମାଣ ହୋଇଥିଲା ଲୋକଙ୍କ ସଂଘର୍ଷର କାହାଣୀକୁ ସେ ଫିଲ୍ମରେ ପ୍ରାଥମିକତା ଦେଉଥିଲେ ଶାବନା ଆଜାମୀ, ସ୍ମିତା

ପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ । ୯୦ ବର୍ଷ ବୟସରେ ମୁମ୍ବାଇରେ ଶେଷନିଶ୍ବାସ ତ୍ୟାଗ

କନକ ବ୍ୟୁରୋ: ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ୧୯୭୬ରେ ଶ୍ୟାମ ବେନେଗଲଙ୍କୁ ଭାରତ ସରକାର ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ ।  ଶ୍ୟାମ ବେନେଗଲଙ୍କ ପ୍ରସିଦ୍ଧ ପିଲ୍ମ ମଧ୍ୟରେ ରହିଛି ଜୁବେଦା, ମନ୍ଥନ ଓ ସର୍ଦ୍ଦାରୀ । ଶ୍ୟାମ ବେନେଗଲଙ୍କ ପରଲୋକ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବଲିଉଡ ସେଲିବ୍ରିଟିଙ୍କ ଗହଣରେ ଶ୍ୟାମ ବେନେଗଲ ୧୪ ଡିସେମ୍ବରରେ ୯୦ତମ ଜନ୍ମଦିନ ପାଳନ କରିଥିଲେ । ଜଣେ ନିର୍ଦ୍ଦେଶକ ଭାବରେ ଅନ୍ତର୍ଜାତୀୟ ସ୍ତରରେ ସେ ବେଶ ନାଁ କମାଇଥିଲେ । ନିଶାନ୍ତ, ମନ୍ଥନ, ଭୂମିକା ଓ ସର୍ଦ୍ଦାରୀ ବେଗମ ଭଳି ଅନେକ କାଳଜୟୀ ଫିଲ୍ମ ନିର୍ମାଣ କରିଛନ୍ତି ଶ୍ୟାମ ବେନେଗଲ ।

  • ୧୯୭୪ରେ ଅଂକୁର ଫିଲ୍ମରୁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ଶ୍ୟାମ ବେନେଗଲ  
  • ଏହି ଫିଲ୍ମ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଥିଲା
  • ଏହି ଫିଲ୍ମ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇଥିଲା
  • ବେନଗଲଙ୍କ ନିର୍ଦ୍ଦେଶିତ ମଂଥନ ଫିଲ୍ମ ଦର୍ଶକଙ୍କ ଟଙ୍କାରେ ନିର୍ମାଣ ହୋଇଥିଲା
  • ଲୋକଙ୍କ ସଂଘର୍ଷର କାହାଣୀକୁ ସେ ଫିଲ୍ମରେ ପ୍ରାଥମିକତା ଦେଉଥିଲେ
  • ଶାବନା ଆଜାମୀ, ସ୍ମିତା ପାଟିଲ, ନାଶିରୁଦ୍ଦିନ ଶାହ, ଓମ ପୁରୀ ଓ ଅମରୀଶପୁରୀଙ୍କୁ ବ୍ରେକ ଦେଇଥିଲେ
  • ଦୂରଦର୍ଶନର ପ୍ରସିଦ୍ଧ ସିରିୟଲ 'ଭାରତ ଏକ ଖୋଜ୍'ର ନିର୍ଦ୍ଦେଶନା
  • ଜବାହରଲାଲ ନେହେରୁ ଓ ସତ୍ୟଜିତ ରଏଙ୍କ ଉପରେ ପ୍ରମାଣିକ ଫିଲ୍ମ କରିଥିଲେ
  • 'ଜୁବେଦା' ଫିଲ୍ମ ଅଭିନେତ୍ରୀ କରିସ୍ମା କପୁରଙ୍କ ଆଇକନିକ ଫିଲ୍ମ ଥିଲା