ପ୍ରସିଦ୍ଧ ରେଡ଼ିଓ ଜକି ସିମରନ୍ ସିଂଙ୍କ ମୁତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପ୍ରସିଦ୍ଧ  ରେଡିଓ ଜକି ସିମରନ୍ ସିଂ ଆତ୍ମହତ୍ୟା କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ପୋଲିସ ତାଙ୍କ ପୋଷ୍ଟମର୍ଟମ... The post ପ୍ରସିଦ୍ଧ ରେଡ଼ିଓ ଜକି ସିମରନ୍ ସିଂଙ୍କ ମୁତ୍ୟୁ appeared first on .

ପ୍ରସିଦ୍ଧ ରେଡ଼ିଓ ଜକି ସିମରନ୍ ସିଂଙ୍କ ମୁତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପ୍ରସିଦ୍ଧ  ରେଡିଓ ଜକି ସିମରନ୍ ସିଂ ଆତ୍ମହତ୍ୟା କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ପୋଲିସ ତାଙ୍କ ପୋଷ୍ଟମର୍ଟମ କରି ମୃତଦେହକୁ ପରିବାର ସଦସ୍ୟଙ୍କୁ ଦେଇଥିଲା। ସେ ଗୁରୁଗ୍ରାମର ସେକ୍ଟର -47 ର ଏକ ଫ୍ଳାଟ୍ ରେ ଭଡ଼ାରେ ରହୁଥିଲେ।  ସୁଇସାଇଡ଼ କରିବା ପରେ ତାଙ୍କୁ ପାର୍କ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତେବେ କାହିଁକି ସେ ଆତ୍ମହତ୍ୟା କଲେ  ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଇନଷ୍ଟାଗ୍ରାମରେ ଆରଜେ ସିମରନ ସିଂଙ୍କର ୬ଲକ୍ଷରୁ ଅଧିକ ଫଲୋଅରସ ଅଛନ୍ତି। ସେ ତାଙ୍କର ଶେଷ ସୋସିଆଲ ମିଡିଆ ପୋଷ୍ଟ 13 ଡିସେମ୍ବରରେ କରିଥିଲେ। ଏଥିରେ ସେ ଏକ ଗୀତରେ ସମୁଦ୍ର କୂଳରେ ନାଚୁଥିବା ନଜର ଆସିଛନ୍ତି ।

The post ପ୍ରସିଦ୍ଧ ରେଡ଼ିଓ ଜକି ସିମରନ୍ ସିଂଙ୍କ ମୁତ୍ୟୁ appeared first on .