ପ୍ରସିଦ୍ଧ ଶୈବପୀଠ ଗୋଧନେଶ୍ୱର ବାବା ଙ୍କ ମହା କ୍ଷୀରସାଇ ପାଇଁ ପ୍ରସ୍ତୁତି ବୈଠକ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ଗୋଧନେଶ୍ଵର ଠାରେ ଆସନ୍ତା ପବିତ୍ର ଶ୍ରାବଣ ପ୍ରଥମ ସୋମବାର ଦିନ ମହା ଖିର ସାଇ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଗରୁ ବାବା ଗୋଧନେଶ୍ଵର ବୋଲବମ ସଂଘ ପକ୍ଷରୁ ଏକ ପରିଚାଳନା କମିଟି ଗଠନ ହୋଇଯାଇଛି । ସୋମବାର ସକାଳୁ ଶତାଧିକ ଭକ୍ତଙ୍କ ଗହଣରେ ଏକ ଆଧ୍ୟାତ୍ମିକ ପରିବେଶରେ ଗ୍ରାମରେ […] The post ପ୍ରସିଦ୍ଧ ଶୈବପୀଠ ଗୋଧନେଶ୍ୱର ବାବା ଙ୍କ ମହା କ୍ଷୀରସାଇ ପାଇଁ ପ୍ରସ୍ତୁତି ବୈଠକ appeared first on Odisha.News.
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ଗୋଧନେଶ୍ଵର ଠାରେ ଆସନ୍ତା ପବିତ୍ର ଶ୍ରାବଣ ପ୍ରଥମ ସୋମବାର ଦିନ ମହା ଖିର ସାଇ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଗରୁ ବାବା ଗୋଧନେଶ୍ଵର ବୋଲବମ ସଂଘ ପକ୍ଷରୁ ଏକ ପରିଚାଳନା କମିଟି ଗଠନ ହୋଇଯାଇଛି । ସୋମବାର ସକାଳୁ ଶତାଧିକ ଭକ୍ତଙ୍କ ଗହଣରେ ଏକ ଆଧ୍ୟାତ୍ମିକ ପରିବେଶରେ ଗ୍ରାମରେ ଖିର କୁ ଶୋଭାଯାତ୍ରାରେ ବାହାରି ମନ୍ଦିର କୁ ନେବାର ସ୍ଥିର ହୋଇଛି। ସେଠାରେ ମହାଦେବ ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ମହା ଖିର ସାଇ ର ଶୁଭାରମ୍ଭ ହେବ। ଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ରହିଛି। ଏହି ଅବସରରେ ଆଜି ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୁନୁ ପ୍ରଧାନ ଙ୍କ ନେତୃତ୍ବରେ ଡମ୍ବରୁଧର ଖମାରୀ , ଜଗନ୍ନାଥ ବିଶ୍ଵାସ , ବାଳକୃଷ୍ଣ ପଣ୍ଡା , ଅଜିତ ପ୍ରଧାନ , ଶିନ୍ନିବାସ ସାହୁ , ସୁବଳ ସାହୁ , ନବୀନ ପ୍ରଧାନ , ତ୍ରୀନାଥ ବିଶ୍ଵାଲ , ମହେଶ ତ୍ରିପାଠୀ , ମଧୁ ସାହୁ , ରାଜା ବିଶ୍ଵାଲ ଓ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ ।
The post ପ୍ରସିଦ୍ଧ ଶୈବପୀଠ ଗୋଧନେଶ୍ୱର ବାବା ଙ୍କ ମହା କ୍ଷୀରସାଇ ପାଇଁ ପ୍ରସ୍ତୁତି ବୈଠକ appeared first on Odisha.News.