ପ୍ରସୂତୀ କକ୍ଷରେ ଖସିଲା ପଲସ୍ତରା
ପାତ୍ରପୁର : ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ କକ୍ଷରୁ ଆଜି ପଲସ୍ତରା ଖସିଥିବା ଜଣାପଡିଛି । ତେବେ ପଲସ୍ତରା ପ୍ରସୂତୀ କକ୍ଷର ହତାଧୁଆ ବେସନ ଉପରୁ ଖସିଥିବାବେଳେ କେହି ପ୍ରସୂତୀ କିମ୍ବା କର୍ମଚାରୀ ସେହି ସମୟରେ ନଥିବା ଜଣା ପଡିଛି। ପଲସ୍ତରା ଖସିବା ଶବ୍ଦରେ ନିକଟରେ ଉପସ୍ଥିତ ଥିବା କର୍ମଚାରୀ ଓ ରୋଗୀ ଭୟଭୀତ ହୋଇପଡ଼ିଥିଲେ । ଦୀର୍ଘ ବର୍ଷ ଧରି ମେଡିକାଲର ଏହି ପ୍ରକୋଷ୍ଟ ସହିତ ଅନ୍ୟ କକ୍ଷରୁ ଛାତରୁ ପଲସ୍ତରା ଖସୁଥିବା ଜଣା […]

ପାତ୍ରପୁର : ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ କକ୍ଷରୁ ଆଜି ପଲସ୍ତରା ଖସିଥିବା ଜଣାପଡିଛି । ତେବେ ପଲସ୍ତରା ପ୍ରସୂତୀ କକ୍ଷର ହତାଧୁଆ ବେସନ ଉପରୁ ଖସିଥିବାବେଳେ କେହି ପ୍ରସୂତୀ କିମ୍ବା କର୍ମଚାରୀ ସେହି ସମୟରେ ନଥିବା ଜଣା ପଡିଛି। ପଲସ୍ତରା ଖସିବା ଶବ୍ଦରେ ନିକଟରେ ଉପସ୍ଥିତ ଥିବା କର୍ମଚାରୀ ଓ ରୋଗୀ ଭୟଭୀତ ହୋଇପଡ଼ିଥିଲେ । ଦୀର୍ଘ ବର୍ଷ ଧରି ମେଡିକାଲର ଏହି ପ୍ରକୋଷ୍ଟ ସହିତ ଅନ୍ୟ କକ୍ଷରୁ ଛାତରୁ ପଲସ୍ତରା ଖସୁଥିବା ଜଣା ପଡ଼ିଛି । ଆଜିର ଏହି ଘଟଣା ପରେ ପ୍ରସୂତୀ ପ୍ରକୋଷ୍ଟକୁ ଯିବାକୁ କର୍ମଚାରୀ ଓ ରୋଗୀଙ୍କ ମନରେ ଭୟ ସୃଷ୍ଟି ହୋଇଛି।
ଏନେଇ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା ସମ୍ବିତ ବେଗରାୟଙ୍କୁ ପଚାରିବାରୁ, ଗତ ବର୍ଷ ନୂତନ କୋଠା ନିର୍ମାଣ ପାଇଁ ୧.୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ କୋଠା ନିର୍ମାଣ ପାଇଁ ସ୍ଥାନ ସମସ୍ୟା ଯୋଗୁଁ ନିର୍ମାଣ ଆରମ୍ଭ ହୋଇନାହିଁ। ଏ ମଧ୍ୟରେ ନିର୍ମାଣ ବିଭାଗ ପରିଦର୍ଶନ କରି ଯାଇଥିବାବେଳେ ସ୍ଥାନୀୟ ବିଧାୟକ ଏବଂ ବ୍ରହ୍ମପୁର ସାଂସଦଙ୍କୁ କୋଠା ନିର୍ମାଣ ସମ୍ପର୍କରେ ଜଣାଇଥିବା ସେ କହିଛନ୍ତି।
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଭୁବନେଶ୍ୱର-ପଲାସା ରେଳ ସେକ୍ସନ ନୀରିକ୍ଷଣ