ପ୍ରସ୍ତାବିତ ବସଷ୍ଟାଣ୍ଡ ଘୁଞ୍ଚାଇବାକୁ ଦାବି
ଫୁଲବାଣୀ: କନ୍ଧମାଳ ଜିଲ୍ଲା – ରାଇକିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ଦିବସ ଅବସରରେ ମଙ୍ଗଳବାର ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ସରପଂଚ ଗୀତାଞ୍ଜଳି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଇକିଆ ଠାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ବସଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗ୍ରାବାସୀମାନେ ଦାବି କରିଥିଲେ। ପ୍ରସ୍ତାବିତ ନୂତନ ବସ ଷ୍ଟାଣ୍ଡଟିକୁ ରାଇକିଆ ବଜାର ଚାରିଛକ ଠାରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ହିଁ ରୂପାନ୍ତରିତ କରିବା ପାଇଁ ସ୍ଥିର କରାଯାଇଛି। […]

ଫୁଲବାଣୀ: କନ୍ଧମାଳ ଜିଲ୍ଲା – ରାଇକିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ଦିବସ ଅବସରରେ ମଙ୍ଗଳବାର ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ସରପଂଚ ଗୀତାଞ୍ଜଳି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଇକିଆ ଠାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ବସଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗ୍ରାବାସୀମାନେ ଦାବି କରିଥିଲେ। ପ୍ରସ୍ତାବିତ ନୂତନ ବସ ଷ୍ଟାଣ୍ଡଟିକୁ ରାଇକିଆ ବଜାର ଚାରିଛକ ଠାରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ହିଁ ରୂପାନ୍ତରିତ କରିବା ପାଇଁ ସ୍ଥିର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି ନିଷ୍ପତିକୁ ସହରବାସୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଚାର କରାଯାଇ ନ ଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ସ୍ଥାନରୁ ଅଧିକ ବସ ଚଳାଚଳ ସହ ଅଟୋ, ଟ୍ୟାକ୍ସି ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ବେଳେ ଭବିଷ୍ୟତରେ ଏହି ସମସ୍ୟା ଦ୍ଵିଗୁଣିତ ହେବ। ତେଣୁ ଏହାକୁ ସହରର ମଧ୍ୟ ଭାଗରୁ ହଟାଇ ଉପଯୁକ୍ତ ସ୍ଥାନରେ ଟ୍ରାଫିକ ମୁକ୍ତ ଅଞ୍ଚଳକୁ ସ୍ଥାନାନ୍ତର କରିଲେ ସଧାରଣ ଲୋକେ ଉପକୃତ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଥିଲା।