ପ୍ରାଇମେରୀ ସ୍କୁଲରେ ଅଘଟଣ । ଦୋଳିରୁ ପଡି ୪ର୍ଥ ଶ୍ରେଣୀର ଛାତ୍ର ମୃତ ।

କନକ ବ୍ୟୁରୋ : ଯାଜପୁର, ଟମକା ଥାନା ନୟା ବଗପାଟିଆ ପ୍ରାଇମେରୀ ସ୍କୁଲରେ ଅଘଟଣ । ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡି ୪ର୍ଥ ଶ୍ରେଣୀ ଛାତ୍ର ମୃତ । ସମ୍ପର୍କୀୟଙ୍କ ଦ୍ଵାରା ସ୍କୁଲର ଶିକ୍ଷକ ଅଟକ । ମୃତ ଛାତ୍ର ନୟା ବଗପାଟିଆ ଗାଁର ନବଘନ ସାହୁଙ୍କ ପୁଅ ସୋମ୍ୟରଞ୍ଜନ ସାହୁ । ସ୍କୁଲରେ ଖେଳୁଥିବାବେଳେ ଅଘଟଣ ଘଟି ଛାତ୍ରଙ୍କ ମୃତ୍ୟୁ ହୋଇଛି ବୋଲି ଜଣା ପଡ଼ିଛି । ଶିକ୍ଷକଙ୍କ ଦାୟିତ୍ୱ ହୀନତା ପାଇଁ ଛାତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ସ୍କୁଲ ଶିକ୍ଷକ ଅଚ୍ୟୁତାନନ୍ଦଙ୍କୁ ଅଟକ ରଖିଛନ୍ତି ମୃତ ଛାତ୍ରଙ୍କ ସମ୍ପର୍କୀୟ ।  

ପ୍ରାଇମେରୀ ସ୍କୁଲରେ ଅଘଟଣ । ଦୋଳିରୁ ପଡି ୪ର୍ଥ ଶ୍ରେଣୀର ଛାତ୍ର ମୃତ ।

କନକ ବ୍ୟୁରୋ : ଯାଜପୁର, ଟମକା ଥାନା ନୟା ବଗପାଟିଆ ପ୍ରାଇମେରୀ ସ୍କୁଲରେ ଅଘଟଣ । ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡି ୪ର୍ଥ ଶ୍ରେଣୀ ଛାତ୍ର ମୃତ । ସମ୍ପର୍କୀୟଙ୍କ ଦ୍ଵାରା ସ୍କୁଲର ଶିକ୍ଷକ ଅଟକ । ମୃତ ଛାତ୍ର ନୟା ବଗପାଟିଆ ଗାଁର ନବଘନ ସାହୁଙ୍କ ପୁଅ ସୋମ୍ୟରଞ୍ଜନ ସାହୁ ।

ସ୍କୁଲରେ ଖେଳୁଥିବାବେଳେ ଅଘଟଣ ଘଟି ଛାତ୍ରଙ୍କ ମୃତ୍ୟୁ ହୋଇଛି ବୋଲି ଜଣା ପଡ଼ିଛି । ଶିକ୍ଷକଙ୍କ ଦାୟିତ୍ୱ ହୀନତା ପାଇଁ ଛାତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ସ୍କୁଲ ଶିକ୍ଷକ ଅଚ୍ୟୁତାନନ୍ଦଙ୍କୁ ଅଟକ ରଖିଛନ୍ତି ମୃତ ଛାତ୍ରଙ୍କ ସମ୍ପର୍କୀୟ ।