ପ୍ରାଣ ତ୍ୟାଗ କଲା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ‘ଯଶୋଦା’
ବାରିପଦା,୪ା୧୧: ଚନ୍ଦକା ସ୍ଥାନାନ୍ତର ହେବା ପରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ତାଲିମପ୍ରାପ୍ତ ହାତୀ ‘ଯଶୋଦା’ ସୋମବାର ସକାଳେ ଓଡ଼ିଶାର ମୟୂରଭଞ୍ଜ ଜିଲାର ଶିମିଳିପାଳ ଜଙ୍ଗଲରେ ପ୍ରାଣତ୍ୟାଗ କରିଛି। ଜେନାବିଲ ଜଙ୍ଗଲ ପରିସରରେ ଚିକିତ୍ସିତ ଅବସ୍ଥାରେ ପ୍ରାୟ ୬୦ ବର୍ଷ ବୟସର ‘ଯଶୋଦା’ର ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି। ଯଶୋଦା ଛଅ ମାସ ପୂର୍ବରୁ ଚନ୍ଦକା ଜଙ୍ଗଲରୁ ଶିମିଳିପାଳକୁ ସ୍ଥାନାନ୍ତର ହୋଇଥିଲା। ସ୍ଥାନାନ୍ତର ପରେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲା। ତିନି ମାସ […] The post ପ୍ରାଣ ତ୍ୟାଗ କଲା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ‘ଯଶୋଦା’ appeared first on Dharitri Odia News.
ବାରିପଦା,୪ା୧୧: ଚନ୍ଦକା ସ୍ଥାନାନ୍ତର ହେବା ପରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ତାଲିମପ୍ରାପ୍ତ ହାତୀ ‘ଯଶୋଦା’ ସୋମବାର ସକାଳେ ଓଡ଼ିଶାର ମୟୂରଭଞ୍ଜ ଜିଲାର ଶିମିଳିପାଳ ଜଙ୍ଗଲରେ ପ୍ରାଣତ୍ୟାଗ କରିଛି। ଜେନାବିଲ ଜଙ୍ଗଲ ପରିସରରେ ଚିକିତ୍ସିତ ଅବସ୍ଥାରେ ପ୍ରାୟ ୬୦ ବର୍ଷ ବୟସର ‘ଯଶୋଦା’ର ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି।
ଯଶୋଦା ଛଅ ମାସ ପୂର୍ବରୁ ଚନ୍ଦକା ଜଙ୍ଗଲରୁ ଶିମିଳିପାଳକୁ ସ୍ଥାନାନ୍ତର ହୋଇଥିଲା। ସ୍ଥାନାନ୍ତର ପରେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲା। ତିନି ମାସ ପୂର୍ବେ ଯଶୋଦାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ଚିକିତ୍ସିତ ହେଉଥିଲା। ତଥାପି ସ୍ୱାସ୍ଥ୍ୟକର୍ମୀମାନେ ଯଶୋଦାର ଜୀବନ ରକ୍ଷା କରିବାରେ ବିଫଳ ହୋଇଥିଲେ।
ଏହାପୂର୍ବରୁ, ଯଶୋଦା ଅନ୍ୟ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ନିୟୋଜିତ ହୋଇଥିଲା। ୨୦୧୮ ରେ, ସାତକୋଶିଆ ଜଙ୍ଗଲରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଆଲାଇଜ କରିବା ପାଇଁ ବନ ବିଭାଗ ଯଶୋଦାଙ୍କ ସହାୟତା ନେଇଥିଲା।
The post ପ୍ରାଣ ତ୍ୟାଗ କଲା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ‘ଯଶୋଦା’ appeared first on Dharitri Odia News.