ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିନ୍ଦା କଲା ପାକିସ୍ତାନ
ଇସ୍ଲାମାବାଦ,୨୨।୧ : ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାକିସ୍ତାନ ନିନ୍ଦା କରିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ଭାରତରେ ସଂଖ୍ୟାଗରିଷ୍ଠବାଦ ବଢ଼ୁଥିବାର ସୂଚନା ଦେଉଛି ବୋଲି ପାକ୍ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଗ୍ରବାଦୀ ଚିନ୍ତାଧାରାର ଲୋକମାନେ ବାବ୍ରୀ ମସ୍ଜିଦ ଭାଙ୍ଗିଥିଲେ। ଦୁଃଖର ବିଷୟ ଭାରତର ସର୍ବୋଚ୍ଚ ଅଦାଲତ ମସ୍ଜିଦ ଭାଙ୍ଗିଥିବା ଅପରାଧୀମାନଙ୍କୁ ଦୋଷମୁକ୍ତ କରିଦେବା ସହ ବିବାଦୀୟ ସ୍ଥଳରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଲେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। The post ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିନ୍ଦା କଲା ପାକିସ୍ତାନ appeared first on Dharitri Odia News.
ଇସ୍ଲାମାବାଦ,୨୨।୧ : ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାକିସ୍ତାନ ନିନ୍ଦା କରିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ଭାରତରେ ସଂଖ୍ୟାଗରିଷ୍ଠବାଦ ବଢ଼ୁଥିବାର ସୂଚନା ଦେଉଛି ବୋଲି ପାକ୍ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଗ୍ରବାଦୀ ଚିନ୍ତାଧାରାର ଲୋକମାନେ ବାବ୍ରୀ ମସ୍ଜିଦ ଭାଙ୍ଗିଥିଲେ। ଦୁଃଖର ବିଷୟ ଭାରତର ସର୍ବୋଚ୍ଚ ଅଦାଲତ ମସ୍ଜିଦ ଭାଙ୍ଗିଥିବା ଅପରାଧୀମାନଙ୍କୁ ଦୋଷମୁକ୍ତ କରିଦେବା ସହ ବିବାଦୀୟ ସ୍ଥଳରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଲେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି।
The post ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିନ୍ଦା କଲା ପାକିସ୍ତାନ appeared first on Dharitri Odia News.