ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦିଙ୍କ ସନ୍ଦେଶ; କହିଲେ, ଆଜିଠୁ ୧୧ ଦିନ ପର୍ଯ୍ୟନ୍ତ କରିବେ ସ୍ୱତନ୍ତ୍ର ଉପାସନା

ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ଥିବା ବେଳେ, କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି ବୋଲି ମୋଦି କହିଛନ୍ତି ।

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦିଙ୍କ ସନ୍ଦେଶ; କହିଲେ, ଆଜିଠୁ ୧୧ ଦିନ ପର୍ଯ୍ୟନ୍ତ କରିବେ ସ୍ୱତନ୍ତ୍ର ଉପାସନା

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ଥିବା ବେଳେ, କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି ବୋଲି ମୋଦି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମ ଏହି ଅବସରରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ମୋତେ ସୃଷ୍ଟି କରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଆଜିଠୁ ୧୧ ଦିନ ଲାଗି ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛି । ଏଥିଲାଗି ମୁଁ ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ଭିକ୍ଷା କରୁଛି ବୋଲି ଅଡିଓ ବାର୍ତ୍ତାରେ କହିଛନ୍ତି ମୋଦି । ଏଭଳି ମୁହୂର୍ତ୍ତରେ ନିଜ ଭାବନାକୁ ଶଦ୍ଦରେ ପ୍ରକାଶ କରିବା କଷ୍ଟସାଧ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଅଯୋଧ୍ୟାରେ ପହଞ୍ଚିଲା ୫୦୦ କେଜିର ଢୋଲ, ରହିଛି ସୁନା ରୁପାର ପରସ୍ତ