ପ୍ରାଣ ପ୍ରତିଷ୍ଠା ସମାରୋହରେ ଯଜମାନ ହେବେ ଡ.ରବିନ୍ଦ୍ର ନାରାୟଣ ସିଂ…ଜାଣନ୍ତୁ କିଏ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ପାଞ୍ଚ ଶତାବ୍ଦୀର ସବୁଠୁ ବଡ଼ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଆୟୋଜନର କେନ୍ଦ୍ରରେ ରହିବେ ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ । ଆଗାମୀ ଜାନୁଆରୀ ୨୨ରେ ପ୍ରଭୂ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ଯଜମାନ ହେବେ ବିଶ୍ୱ ହିନ୍ଦୁ ପରିଷଦ ଅଧ୍ୟକ୍ଷ ଡା.ରବିନ୍ଦ୍ର ନାରାୟଣ ସିଂ । ସେ ଜାନୁଆରୀ ୧୪ରେ ଏଠାକୁ ଆସିବେ । ପୂଜାରେ ସେ ସପତ୍ନୀ ସାମିଲ ହେବେ । ରାମଜନଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ ଏହା ସ୍ପଷ୍ଟ କରିଛନ୍ତି । ଡା.ଆରଏନ ସିଂ ବିହାରର ସହରସା ଜିଲ୍ଲାର ଗୋଲମାର ମୂଳ ବାସିନ୍ଦା । ଡ.ଆରଏନ ସିଂ ଅର୍ଥୋ ସର୍ଜନ ଏବଂ ପଟନାରେ ରହି ଚିକିତ୍ସା କରନ୍ତି । ସେ ପଦ୍ମଶ୍ରୀରେ ସମ୍ମାନିତ ହୋଇସାରିଛନ୍ତି । ଏହାସହ ସେ ଲଂଣ୍ଡନରୁ ଏଫଆରସିଏସ ଡିଗ୍ରୀ ହାସଲ କରିସାରିଛନ୍ତି । ଖବର ଅନୁସାରେ ଅନ୍ୟ କିଛି ଜଣ ମଧ୍ୟ ସପତ୍ନୀ ଯଜମାନ ହୋଇପାରନ୍ତି, କିନ୍ତୁ ସେମାନଙ୍କ ନାଁ ଏବେ ସାମନାକୁ ଆସି ନାହିଁ । ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଯୋଜନା ଅନୁସାରେ ଯଜମାନ ରୂପେ ସମାଜର ପ୍ରତ୍ୟେକ ବର୍ଗର ପ୍ରତିନିଧିତ୍ୱ ସାମିଲ କରିବା ରହିଛି । ଏଥିରେ ସବୁଠୁ ଆଗରେ ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ.ଆରଏନ ସିଂ ନାଁ ସାମନାକୁ ଆସିଛି । ପଢନ୍ତୁ: ରାମମନ୍ଦିର ପାଇଁ ରାମଲଲାଙ୍କ ପ୍ରତିମା ଚୟନ; ଶିଳ୍ପୀ ଅରୁଣ ଯୋଗୀରାଜ୍‌ଙ୍କ ଦ୍ବାରା ୫୧ ଇଞ୍ଚ୍‌ର ମୂର୍ତ୍ତି ନିର୍ମାଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରାଣ

ପ୍ରାଣ ପ୍ରତିଷ୍ଠା ସମାରୋହରେ ଯଜମାନ ହେବେ ଡ.ରବିନ୍ଦ୍ର ନାରାୟଣ ସିଂ…ଜାଣନ୍ତୁ କିଏ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ପାଞ୍ଚ ଶତାବ୍ଦୀର ସବୁଠୁ ବଡ଼ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଆୟୋଜନର କେନ୍ଦ୍ରରେ ରହିବେ ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ । ଆଗାମୀ ଜାନୁଆରୀ ୨୨ରେ ପ୍ରଭୂ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ଯଜମାନ ହେବେ ବିଶ୍ୱ ହିନ୍ଦୁ ପରିଷଦ ଅଧ୍ୟକ୍ଷ ଡା.ରବିନ୍ଦ୍ର ନାରାୟଣ ସିଂ । ସେ ଜାନୁଆରୀ ୧୪ରେ ଏଠାକୁ ଆସିବେ । ପୂଜାରେ ସେ ସପତ୍ନୀ ସାମିଲ ହେବେ । ରାମଜନଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ ଏହା ସ୍ପଷ୍ଟ କରିଛନ୍ତି ।

ଡା.ଆରଏନ ସିଂ ବିହାରର ସହରସା ଜିଲ୍ଲାର ଗୋଲମାର ମୂଳ ବାସିନ୍ଦା । ଡ.ଆରଏନ ସିଂ ଅର୍ଥୋ ସର୍ଜନ ଏବଂ ପଟନାରେ ରହି ଚିକିତ୍ସା କରନ୍ତି । ସେ ପଦ୍ମଶ୍ରୀରେ ସମ୍ମାନିତ ହୋଇସାରିଛନ୍ତି । ଏହାସହ ସେ ଲଂଣ୍ଡନରୁ ଏଫଆରସିଏସ ଡିଗ୍ରୀ ହାସଲ କରିସାରିଛନ୍ତି ।

ଖବର ଅନୁସାରେ ଅନ୍ୟ କିଛି ଜଣ ମଧ୍ୟ ସପତ୍ନୀ ଯଜମାନ ହୋଇପାରନ୍ତି, କିନ୍ତୁ ସେମାନଙ୍କ ନାଁ ଏବେ ସାମନାକୁ ଆସି ନାହିଁ । ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଯୋଜନା ଅନୁସାରେ ଯଜମାନ ରୂପେ ସମାଜର ପ୍ରତ୍ୟେକ ବର୍ଗର ପ୍ରତିନିଧିତ୍ୱ ସାମିଲ କରିବା ରହିଛି । ଏଥିରେ ସବୁଠୁ ଆଗରେ ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ.ଆରଏନ ସିଂ ନାଁ ସାମନାକୁ ଆସିଛି ।

ପଢନ୍ତୁ: ରାମମନ୍ଦିର ପାଇଁ ରାମଲଲାଙ୍କ ପ୍ରତିମା ଚୟନ; ଶିଳ୍ପୀ ଅରୁଣ ଯୋଗୀରାଜ୍‌ଙ୍କ ଦ୍ବାରା ୫୧ ଇଞ୍ଚ୍‌ର ମୂର୍ତ୍ତି ନିର୍ମାଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାରା ଦେଶରୁ ପ୍ରାୟ ୭ ହଜାର ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ । ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ପାଇଁ ବୁଧବାରଠାରୁ କୁଣ୍ଡ ନିର୍ମାଣ କରାଯିବ । ଅନୁଷ୍ଠାନ ପାଇଁ ମୋଟ ନଅଟି କୁଣ୍ଡ ନିର୍ମାଣ କରାଯିବ । ଏଥିପାଇଁ ମଣ୍ଡପ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Also Read:୩୩ ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣର କରିଥିଲେ ପୂର୍ବାନୁମାନ, ଏବେ ଆଶ୍ରମରେ ପହଞ୍ଚିଲା ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ

The post ପ୍ରାଣ ପ୍ରତିଷ୍ଠା ସମାରୋହରେ ଯଜମାନ ହେବେ ଡ.ରବିନ୍ଦ୍ର ନାରାୟଣ ସିଂ…ଜାଣନ୍ତୁ କିଏ ଏହି ବ୍ୟକ୍ତି appeared first on Prameya News7.