ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ରାମମୟ

ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ଦିନେ ବାକି ଥିବାବେଳେ ସାରା ସହର ଧର୍ମୀୟ ଭାବାବେଗରେ ତଲ୍ଲୀନ ହୋଇଯାଇଛି। ଚାରିଆଡ଼ ରାମମୟ ଦେଖିବାକୁ ମିଳିଛି। ଗୁରୁବାର ରାମପଥରେ ଖୋଲିଥିବା ଏକ ନୂଆ ବ୍ୟାଙ୍କ ଶାଖାର ନାଁ ରାମଜନ୍ମଭୂମି ବ୍ରାଞ୍ଚ୍‌ ରଖାଯାଇଛି। ସେହିପରି ରାମମନ୍ଦିରକୁ ସଂଯୋଗ କରୁଥିବା ପୁନଃ ବିକଶିତ ମାର୍ଗର ନାଁ ରାମଜନ୍ମଭୂମି ପଥ ରହିଛି। ମନ୍ଦିର ନିକଟରେ ଖୋଲିଥିବା ବ୍ୟାଙ୍କ ଶାଖାକୁ ରଙ୍ଗିନ ଆଲୋକମାଳା ଚାନ୍ଦୁଆରେ ସଜାଯାଇଛି। ସାରା ସହର ପୋଷ୍ଟର ବ୍ୟାନର […] The post ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ରାମମୟ appeared first on Dharitri Odia News.

ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ରାମମୟ

ଅଯୋଧ୍ୟା,୨୧।୧: ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ଦିନେ ବାକି ଥିବାବେଳେ ସାରା ସହର ଧର୍ମୀୟ ଭାବାବେଗରେ ତଲ୍ଲୀନ ହୋଇଯାଇଛି। ଚାରିଆଡ଼ ରାମମୟ ଦେଖିବାକୁ ମିଳିଛି। ଗୁରୁବାର ରାମପଥରେ ଖୋଲିଥିବା ଏକ ନୂଆ ବ୍ୟାଙ୍କ ଶାଖାର ନାଁ ରାମଜନ୍ମଭୂମି ବ୍ରାଞ୍ଚ୍‌ ରଖାଯାଇଛି। ସେହିପରି ରାମମନ୍ଦିରକୁ ସଂଯୋଗ କରୁଥିବା ପୁନଃ ବିକଶିତ ମାର୍ଗର ନାଁ ରାମଜନ୍ମଭୂମି ପଥ ରହିଛି। ମନ୍ଦିର ନିକଟରେ ଖୋଲିଥିବା ବ୍ୟାଙ୍କ ଶାଖାକୁ ରଙ୍ଗିନ ଆଲୋକମାଳା ଚାନ୍ଦୁଆରେ ସଜାଯାଇଛି। ସାରା ସହର ପୋଷ୍ଟର ବ୍ୟାନର ଏବଂ ଓ୍ବାଲ୍‌ପେଣ୍ଟିଂରେ ଛାଇଯାଇଛି। ଅଯୋଧ୍ୟା ଧାମ ରେଳଷ୍ଟେଶନ ନିକଟରେ ଥିବା ଅନ୍ୟ ଏକ ବ୍ୟାଙ୍କରେ ବିଶାଳ ହୋର୍ଡିଂ ଲାଗିଛି, ଯେଉଁଥିରେ ‘ଅଯୋଧ୍ୟା ନଗରୀକୁ ଆପଣଙ୍କୁ ସ୍ବାଗତ’ ବୋଲି ଲେଖାଯାଇଛି। ଭିଜିଟିଂ କାର୍ଡ, ପୋଷ୍ଟର, କ୍ୟାଲେଣ୍ଡର ଏପରିକି ସିଗ୍‌ନାଲଗୁଡ଼ିକରେ ମଧ୍ୟ ଭବ୍ୟ ରାମମନ୍ଦିରର ଫଟୋ ରହିଛି। ସହରରେ ପ୍ରତ୍ୟେକ କମ୍ପାନୀ ଲଗାଇଥିବା ପୋଷ୍ଟରରେ ରାମମନ୍ଦିର ଫଟୋ ରହିଛି। ସମଗ୍ର ଅଯୋଧ୍ୟାରେ ଥିବା ସମସ୍ତ ମନ୍ଦିର, ବସ୍‌, ରାସ୍ତା ଏବଂ ମୋବାଇଲ ଫୋନ୍‌ କଲର ଟ୍ୟୁନ୍‌ରେ ‘ରାମାୟ’ ଗୀତ ବାଜୁଛି। ରାମ ଜନ୍ମଭୂମି ପଥ ନିକଟରେ ସରକାରୀ ଉଦ୍ୟୋଗ ବିଏସ୍‌ଏନ୍‌ଏଲ୍‌ ଲଗାଇଥିବା ଏକ ସ୍ବାଗତ ପୋଷ୍ଟରରେ ‘ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା’ ବୋଲି ଲେଖାଯାଇଛି। ସମସ୍ତ ଦୋକାନ ଏବଂ ହୋଟେଲ ଓ ଲଜ୍‌ର ଲବି ସ୍ଥାନରେ ରାମମନ୍ଦିର ପ୍ରତିକୃତି ରଖାଯାଇଛି।

The post ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ରାମମୟ appeared first on Dharitri Odia News.