ପ୍ରାର୍ଥୀ ଘୋଷଣା ପୂର୍ବରୁ କଂଗ୍ରେସକୁ ଝଟ୍‌କା, ହାତ ଛାଡିଲେ ପିସିସି ଉପସଭାପତି

ଭୁବନେଶ୍ୱର ୦୫/୦୪: କଂଗ୍ରେର ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳକୁ ଲାଗିଛି ବଡ୍ ଝଟ୍‌କା । କଂଗ୍ରେସ ଛାଡିଲେ ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ । ବିଶ୍ଵଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ ୨୦୦୯ ଓ ୨୦୧୯ ରେ କଂଗ୍ରେସ ଦଳରୁ କାକଟପୁର ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ଲଢ଼ିଛନ୍ତି । ୨୦୦୯ ରେ ୫୮ ହଜାରରୁ ଅଧିକ ଓ ୨୦୨୯ରେ ୪୬ ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ବିଶ୍ୱଭୂଷଣ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଥିଲେ । ସେ ଛାତ୍ର ରାଜନୀତିରେ ସକ୍ରିୟ ରହି ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । 

ପ୍ରାର୍ଥୀ ଘୋଷଣା ପୂର୍ବରୁ କଂଗ୍ରେସକୁ ଝଟ୍‌କା, ହାତ ଛାଡିଲେ ପିସିସି ଉପସଭାପତି

ଭୁବନେଶ୍ୱର ୦୫/୦୪: କଂଗ୍ରେର ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳକୁ ଲାଗିଛି ବଡ୍ ଝଟ୍‌କା । କଂଗ୍ରେସ ଛାଡିଲେ ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ । 

ବିଶ୍ଵଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ ୨୦୦୯ ଓ ୨୦୧୯ ରେ କଂଗ୍ରେସ ଦଳରୁ କାକଟପୁର ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ଲଢ଼ିଛନ୍ତି । ୨୦୦୯ ରେ ୫୮ ହଜାରରୁ ଅଧିକ ଓ ୨୦୨୯ରେ ୪୬ ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ବିଶ୍ୱଭୂଷଣ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଥିଲେ । 

ସେ ଛାତ୍ର ରାଜନୀତିରେ ସକ୍ରିୟ ରହି ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ ।