ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ ପାଇଁ ବିଜେଡିରୁ ସନ୍ଧ୍ୟାରାଣୀ ଦାସ ତଥା ବିଜେଡିର ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ମା’ଙ୍କୁ ଟିକେଟ ମିଳିବା ପରେ ପରିବାରବାଦ ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଅଶୋକ ଦାସଙ୍କ ତିରୋଧାନ ପରେ କୋରେଇ ରାଜନୀତିରେ ନବ ନେତୃତ୍ୱ ମୁଣ୍ଡ ଟେକିଛି। ପ୍ରଥମେ ଭାଜପା ଓ ବିଜେଡି […] The post ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା appeared first on Dharitri Odia News.

ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା

ଯାଜପୁର/ରସୁଲପୁର(ହର୍ଷବର୍ଦ୍ଧନ ବେହେରା/ରଞ୍ଜିତ ରାଉତ),୩ା୫:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ବଦଳ ପରମ୍ପରାକୁ ବଜାୟ ରଖିଛନ୍ତି। ଏହାବାଦ ଗୁରୁବାର ଏହି ଆସନ ପାଇଁ ବିଜେଡିରୁ ସନ୍ଧ୍ୟାରାଣୀ ଦାସ ତଥା ବିଜେଡିର ସାଂଗଠନିକ ସାଧାରଣ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ମା’ଙ୍କୁ ଟିକେଟ ମିଳିବା ପରେ ପରିବାରବାଦ ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି।
ଅଶୋକ ଦାସଙ୍କ ତିରୋଧାନ ପରେ କୋରେଇ ରାଜନୀତିରେ ନବ ନେତୃତ୍ୱ ମୁଣ୍ଡ ଟେକିଛି। ପ୍ରଥମେ ଭାଜପା ଓ ବିଜେଡି ମେଣ୍ଟର ଅଂଶୀଦାର ଭାବେ କୋରେଇ ଆସନ ଭାଜପା ଭାଗରେ ପଡିଥିଲା। ୨୦୦୦ ଓ ୨୦୦୪ରେ ଭାଜପାରୁ ସଞ୍ଚିତା ମହାନ୍ତି ପ୍ରାର୍ଥୀ ହୋଇଥିଲେ। ତେବେ ବିଜେଡି-ଭାଜପା ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ବିଜେଡି ଏକକ ଭାବେ ଲଢି ଏଠାରେ ବିଜୟୀ ହୋଇଥିଲା। ଏହାପରେ ୨୦୧୪ରେ ବିଜେଡି ପ୍ରାର୍ଥୀ ବଦଳ କରି ଆକାଶ ଦାସନାୟକ, ୨୦୧୯ରେ ଅଶୋକ ବଳ ଓ ୨୦୨୪ରେ ସନ୍ଧ୍ୟାରାଣୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ବଦଳ କରି ସଫଳତା ସାଉଁଟୁଥିବାବେଳେ ବିରୋଧୀ କଂଗ୍ରେସ ଓ ଭାଜପା ମଧ୍ୟ ଏହି ପ୍ରଥାକୁ ଆପଣାଇଛନ୍ତି। ୨୦୦୯, ୨୦୧୪ ଓ ୨୦୧୯ରେ କଂଗ୍ରେସ କ୍ରମାଗତ ପ୍ରାର୍ଥୀ ବଦଳ କରିଥିଲା। ଏହାବାଦ ୨୦୧୪, ୨୦୧୯ ଓ ୨୦୨୪ରେ ଭାଜପା ମଧ୍ୟ ପ୍ରାର୍ଥୀ ବଦଳ ପ୍ରକ୍ରିୟାରେ ସାମିଲ ହୋଇଛି। ତେବେ ଏଠାରେ ବିଜେଡି ପୁଣି ଏକ ନୂତନ ଚେହେରାକୁ ପ୍ରାର୍ଥୀ ଘୋଷଣା କରିବା ପରେ ଅନେକ ଚର୍ଚ୍ଚା ଲାଗି ରହିଛି। କେତେଜଣ ବିଜେଡି ସମର୍ଥକ ବାଣ ଫୁଟାଇ ଖୁସି ମନାଇ ଥିବାବେଳେ ଟିକେଟ୍‌ ଆଶାୟୀ କୋରେଇ ବିଧାୟକ ଅଶୋକ କୁମାର ବଳ ସମର୍ଥକଙ୍କ ଶିବିରରେ ଏକ ପ୍ରକାର ଦୁଃଖ ଓ ନୀରବତା ଦେଖିତ୍ବାକୁ ମିଳିଛି। ବିଜେଡି ପରିବାରବାଦ ରାଜନୀତିଠାରୁ ଦୂରରେ ରହିଆସୁଛି ବୋଲି ଉଚ୍ଚସ୍ତରର ନେତାମାନେ ବିଭିନ୍ନ ସଭାସମିତିରେ ଭାଷଣ ଦେଉଥିବାବେଳେ କୋରେଇରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସମ୍ବଲପୁରରେ ପୁଅ ଲୋକ ସଭା ଏବଂ କୋରେଇରେ ମା’ ବିଧାନସଭା ଆସନ ପାଇ ଟିକେଟ୍‌ ନେଇ ବିଜେଡିର ପରିବାରବାଦ ବିରୋଧୀ ନାରାକୁ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସବୁ ପରେ କୋରେଇରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଉପରେ ନଜର ପକାଲେ ଲଢେଇ ତ୍ରିମୁଖୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ରାଜନୀତିରେ କେବେ ପ୍ରବେଶ କରି ନ ଥିଲେ ବି ପରୋକ୍ଷ ରାଜନୀତିରେ ତାଙ୍କର ୪୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ତାଙ୍କ ସ୍ବାମୀ ଅଶୋକ ଦାସ କୋରେଇରୁ ୫ ଥର ବିଧାୟକ ହୋଇଥିଲେ। ତେଣୁ ଅଶୋକଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ରାଜନୀତିକୁ ଅତି ପାଖରୁ ଦେଖିଛନ୍ତି। ତା’ପରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ହୋଇଥିବାରୁ ତାଙ୍କ ପାଇଁ ନିର୍ବାଚନ ବୈତରଣୀ ପାରହେବା ସେତେଟା କଷ୍ଟକର ହେବ ନାହିଁ ବୋଲି କୁହାଯାଉଛି। ମାତ୍ର ପ୍ରତିପକ୍ଷ ଭାଜପାରୁ ପୂର୍ବତନ ବିଧାୟକ ଆକାଶ ଦାସନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ଟାଣୁଆ ନେତ୍ରୀ ବନ୍ଦିତା ପରିଡ଼ା ପ୍ରାର୍ଥୀ ହୋଇଛନ୍ତି। ତିନି ପ୍ରାର୍ଥୀଙ୍କ ମଧ୍ୟରେ ରାଜନୈତିକ ଅଭିଜ୍ଞତା ଭରପୂର ରହିଛି। ଏମିତି ଦେଖିଲେ ଏଥର ବିଜେଡି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରିଥିବାରୁ ଉଭୟ କଂଗ୍ରେସ ଓ ଭାଜପା ପ୍ରାର୍ଥୀ ପ୍ରଚାରରେ ଆଗୁଆ ରହିଛନ୍ତି।

The post ପ୍ରାର୍ଥୀ ବଦଳ ପରମ୍ପରା ବଜାୟ ରହିଲା appeared first on Dharitri Odia News.