ପ୍ରିୟଙ୍କା ଗାନ୍ଧୀଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍‌ ଭେଟି ଦେଲେ MP ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୨୦।୧୨: ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ବେଶ ଚର୍ଚ୍ଚାରେ ରହି ଆସୁଛି। କେବେ ମାରପିଟ୍‌ ତ କେବେ ବ୍ୟାଗ୍‌ ପଲିଟିକ୍ସ ଯାଏ ସବୁକିଛି ଦେଖିବାକୁ ମିଳିଛି। ପ୍ରତ୍ୟେହ ନୂଆ ବ୍ୟାଗ୍‌ ସହ ସଂସଦରେ ପହଞ୍ଚି ପ୍ରିୟଙ୍କା ଖବରରେ ରହୁଛନ୍ତି। ତାଙ୍କ ହାତରେ ପାଲେଷ୍ଟାଇନ, ବାଲାଂଦେଶ ଲେଖାଥିବା ବ୍ୟାଗ୍‌ ନଜର ଆସୁଛି, ଯାହାକୁ ନେଇ ରାଜନୈତିକ ବିତର୍କ ବଢ଼ୁଛି। ଏସବୁ ମଧ୍ୟରେ ଓଡ଼ିଶାର ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ‘୧୯୮୪’ ଲେଖା ଥିବା ବ୍ୟାଗ୍‌ ଭେଟି […] The post ପ୍ରିୟଙ୍କା ଗାନ୍ଧୀଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍‌ ଭେଟି ଦେଲେ MP ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ପୁରା ମାମଲା… appeared first on Dharitri Odia News.

ପ୍ରିୟଙ୍କା ଗାନ୍ଧୀଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍‌ ଭେଟି ଦେଲେ MP ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୨୦।୧୨: ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ବେଶ ଚର୍ଚ୍ଚାରେ ରହି ଆସୁଛି। କେବେ ମାରପିଟ୍‌ ତ କେବେ ବ୍ୟାଗ୍‌ ପଲିଟିକ୍ସ ଯାଏ ସବୁକିଛି ଦେଖିବାକୁ ମିଳିଛି। ପ୍ରତ୍ୟେହ ନୂଆ ବ୍ୟାଗ୍‌ ସହ ସଂସଦରେ ପହଞ୍ଚି ପ୍ରିୟଙ୍କା ଖବରରେ ରହୁଛନ୍ତି। ତାଙ୍କ ହାତରେ ପାଲେଷ୍ଟାଇନ, ବାଲାଂଦେଶ ଲେଖାଥିବା ବ୍ୟାଗ୍‌ ନଜର ଆସୁଛି, ଯାହାକୁ ନେଇ ରାଜନୈତିକ ବିତର୍କ ବଢ଼ୁଛି। ଏସବୁ ମଧ୍ୟରେ ଓଡ଼ିଶାର ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ‘୧୯୮୪’ ଲେଖା ଥିବା ବ୍ୟାଗ୍‌ ଭେଟି ଦେଇଛନ୍ତି। ପ୍ରିୟଙ୍କା ନିଜ ବ୍ୟାଗ୍‌ ଜରିଆରେ କିଛି ନା କିଛି ବାର୍ତ୍ତା ଦେଉଥିବାରୁ ଏମ୍‌ପିଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଉକ୍ତ ବ୍ୟାଗ୍‌କୁ ପ୍ରସ୍ତୁତ କରାଯାଇଛି।

Priyanka Gandhi- Aparajita Sarangi

ଅପରାଜିତା ଦେଇଥିବା ବ୍ୟାଗ୍‌ରେ ୧୯୮୪ ଶିଖ୍‌ ବିରୋଧୀ ଆନ୍ଦୋଳନକୁ ଦର୍ଶାଇବା ଲାଗି ରକ୍ତର ଛିଟା ଥିଲା। ପ୍ରଥମେ ପ୍ରିୟଙ୍କା ଏହାକୁ ନେବାକୁ ଅସହଜ ହୋଇଥିଲେ। ପରେ ସେ ବ୍ୟାଗ୍‌କୁ ସ୍ବୀକାର କରି ନେଇଥିଲେ। ତେବେ କଂଗ୍ରେସକୁ ତାର ଇତିହାସ ମନେ ପକାଇ ଦେବାକୁ ଏହି ବ୍ୟାଗ୍‌ ପ୍ରସ୍ତତ କରାଯାଇଥିବା ଅପରାଜିତା କହିଛନ୍ତି।

ଖବରଦାତାଙ୍କୁ ଅପରାଜିତା କହିଛନ୍ତି, ବର୍ତ୍ତମାନ ସମୟରେ କଂଗ୍ରସର ସାର୍ଥକତା ଉପରେ ଲଗାତାର ପ୍ରଶ୍ନ ଉଠୁଛି। ଦେଶର ଜନତା ଦଳକୁ ଖାରଜ କରୁଛନ୍ତି। କଂଗ୍ରେସ ନିକଟରେ ଶାହାଙ୍କ ଭାଷଣକୁ ଭିନ୍ନ ଅର୍ଥରେ ନେଇ ରାଜନୀତି କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଏଣୁ ତାଙ୍କୁ ଏଭଳି ବ୍ୟାଗ୍‌ ଉପହାର ଦିଆଯାଇଥିବା ସେ କହିଛନ୍ତି।

କହିରଖୁଛୁ, ଡିସେମ୍ବର ୧୬ରେ ପ୍ରିୟଙ୍କା ସଂସଦରେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ନେଇ ପହଞ୍ଚିଥିଲେ। ଭାଜପା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା। ସେହିଭଳି ଡିସେମ୍ବର ୧୭ରେ ସେ ବାଲାଂଦେଶର ‘ହିନ୍ଦୁ ଏବଂ ଖ୍ରିଷ୍ଟିଆନ୍‌ଙ୍କ ସହ ଛିଡ଼ା ହୁଅ’ ଲେଖାଥିବା ବ୍ୟାଗ ଧରିଥିଲେ।

The post ପ୍ରିୟଙ୍କା ଗାନ୍ଧୀଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍‌ ଭେଟି ଦେଲେ MP ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ପୁରା ମାମଲା… appeared first on Dharitri Odia News.