ପ୍ରିୟଙ୍କାଙ୍କ ପ୍ରଶ୍ନ, ଭାଜପା ସରକାର କାହିଁକି ଜନତାଙ୍କୁ କରଜରେ ବୁଡାଇ ଦେଉଛନ୍ତି
ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନ ୨୦୨୪ର ମତଦାନ ତାରିଖ ଯେତିକି ପାଖେଇ ଆସୁଛି। ଏହାକୁ ନେଇ ବିରୋଧୀ ଦଳର ନେତାଙ୍କ ଟାର୍ଗେଟ ମଧ୍ୟ ବୃଦ୍ଧି ପାଉଛି। ନିକଟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାରତୀୟ ଜନତା ପାର୍ଟି (ଭାଜପା) କୁ ଟାର୍ଗେଟ କରି ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଲେଖିଛନ୍ତି, ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ଚଳିତ ଆଥିକ […] The post ପ୍ରିୟଙ୍କାଙ୍କ ପ୍ରଶ୍ନ, ଭାଜପା ସରକାର କାହିଁକି ଜନତାଙ୍କୁ କରଜରେ ବୁଡାଇ ଦେଉଛନ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନ ୨୦୨୪ର ମତଦାନ ତାରିଖ ଯେତିକି ପାଖେଇ ଆସୁଛି। ଏହାକୁ ନେଇ ବିରୋଧୀ ଦଳର ନେତାଙ୍କ ଟାର୍ଗେଟ ମଧ୍ୟ ବୃଦ୍ଧି ପାଉଛି। ନିକଟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାରତୀୟ ଜନତା ପାର୍ଟି (ଭାଜପା) କୁ ଟାର୍ଗେଟ କରି ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।
କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଲେଖିଛନ୍ତି, ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ଚଳିତ ଆଥିକ ବର୍ଷରେ ୧୪ ଲକ୍ଷ କୋଟିରୁ ଅଧିକ କରଜ ନେବାକୁ ଯାଉଛନ୍ତି, କାହିଁକି? ସ୍ବାଧିନତା ପରଠୁ ୨୦୧୪ ପର୍ଯ୍ୟନ୍ତ ୬୭ ବର୍ଷ ମଧ୍ୟରେ ଦେଶର ମୋଟ ଋଣ ୫୫ ଲକ୍ଷ କୋଟି ଟଙ୍କା ଥିଲା। ଗତ ୧୦ ବର୍ଷ ମଧ୍ୟରେ କେବଳ ମୋଦିଜୀ ଏହାକୁ ୨୦୫ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ତାଙ୍କ ସରକାର ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୫୦ ଲକ୍ଷ କୋଟି ଋଣ ନେଇଥିଲେ। ଆଜି ଦେଶର ପ୍ରତ୍ୟେକ ନାଗରିକଙ୍କ ହାରାହାରି ଋଣ ପ୍ରାୟ ୧.୫ ଲକ୍ଷ ଟଙ୍କା। ଏହି ଅର୍ଥ ଦେଶ ନିର୍ମାଣ ପାଇଁ କିପରି ବ୍ୟବହୃତ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।
The post ପ୍ରିୟଙ୍କାଙ୍କ ପ୍ରଶ୍ନ, ଭାଜପା ସରକାର କାହିଁକି ଜନତାଙ୍କୁ କରଜରେ ବୁଡାଇ ଦେଉଛନ୍ତି appeared first on Dharitri Odia News.